ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଖମାର ସାହି ସେବାଶ୍ରମ ସ୍କୁଲ ଉଚ୍ଛେଦକୁ ନେଇ ଉତ୍ତେଜନା, ଉଛେଦକୁ ସ୍ଥଗିତ ରଖିଲା ପ୍ରଶାସନ

ଢେଙ୍କାନାଳ (ମ. ନି. ସ.)୨୯/୦୯_ ବ୍ୟକ୍ତିଗତ ଜାଗା ଉପରେ ଛିଡା ହୋଇଛି ଆଶ୍ରମ ସ୍କୁଲ ଘର। ଆଉ ପ୍ରକୃତ ଜାଗା ମାଲିକ କୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ଏବେ ହରଡ଼ଘଣାରେ ପଡିଯାଇଛନ୍ତି ସ୍କୁଲ କର୍ତ୍ତୁପକ୍ଷ । ଏପରିକି କୋର୍ଟଙ୍କ ନିର୍ଦେଶ ମତେ ଏହି ବେଆଇନ ନିର୍ମାଣ ସ୍କୁଲ ଘରକୁ ଉଚ୍ଛେଦ କରିବାବେଳେ ପାଲଟା ସ୍ଥାନୀୟ ଲୋକଙ୍କ ତୀଵ୍ର ବିରୋଧର ଶିକାର ହୋଇଛନ୍ତି । ଯାହାକୁ ନେଇ ଢେଙ୍କାନାଲ ସହରର ଦକ୍ଷିଣକାଳୀ ରୋଡ଼ ବସ୍ତିରେ ଉତ୍ତ୍ୱେଜନା ପ୍ରକାଶ ପାଇଛି । ଢେଙ୍କାନାଲ ସହରର ଖମାର ସାହି ସେବାଶ୍ରମ ସ୍କୁଲର ସଂପ୍ରସାରଣ କରାଯାଇଥିବା ନୂଆ ସ୍କୁଲ ବିଲ୍ଡିଂ କୁ ନେଇ ଏପରି ବିବାଦ ଉପୁଜିଛି । ଏହି ସ୍କୁଲର ସଂପ୍ରସାରଣ କରାଯାଇ ତିଆରି ହୋଇଥିବା ନୂଆ ବିଲ୍ଡିଂ ମହାବୀର ବଜାର ଅଂଚଳର ଜଣଙ୍କର ବ୍ୟକ୍ତିଗତ ଜାଗା ବୋଲି ଜଣାପଡିଛି । ଫଳରେ ଏହି ଜାଗା ମାଲିକଙ୍କ ପକ୍ଷରୁ ତାଙ୍କ ଜାଗା ପାଇବା ପାଇଁ କୋର୍ଟଙ୍କ ଦ୍ୱାରସ୍ତ ପରେ ଏହି ବିଲ୍ଡିଂ ଉଛେଦକରି ତାଙ୍କ ଜାଗା ହସ୍ତାନ୍ତର ପାଇଁ ପ୍ରଶାସନକୁ ନିର୍ଦେଶ ରହିଥିଲା । ଫଳରେ ଆଜି ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ପୁଲିସ ଫୋର୍ସ ସହ ଯାଇ ପହଂଚିବା ବେଳେ ସ୍ଥାନୀୟ ଦକ୍ଷିଣକାଳୀ ବାସିନ୍ଦା ଏହାକୁ ତୀଵ୍ର ବିରୋଧ କରିଥିଲେ । ଫଳରେ ଉତ୍ତ୍ୱେଜନା ପ୍ରକାଶ ପାଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ଏହି ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖି ବାରୁ ଉତ୍ତ୍ୱେଜନା ଥମିଥିଲା । ତେବେ ଏହାର ସମାଧାନ ପାଇଁ ସାତ ଦିନ ମହଲତ ନେଇଥିବା ସୂଚନା ମିଳିଛି ।

ଢେଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ

Related posts

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

Sunil Chandra Nayak

ରାଜପୁତ କ୍ଷତ୍ରିୟ ପାଇକ ସମାଜର ଦଶମ ମହାସଭା

Sunil Chandra Nayak

Leave a Comment

error: Content is protected !!