ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ

ଡାବୁଗାଁ, ୨୯/୯ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମାସ୍ଥିତ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ବିଜ୍ଞାନ ସେମିନାର ଓ ଡ୍ରାମା ଏବଂ ୧୭ ବର୍ଷରୁ କମ ଫୁଟବଲ ଦଳ ଚୟନ କାର୍ଯ୍ୟକ୍ରମ ବ୍ଲକ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ସମରେନ୍ଦ୍ର ଭୌମିକ ଙ୍କ ତତ୍ଵାବଧାନରେ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ବ୍ଲକ ଅଧୀନ ମୋଟ ୧୫ ଟି ବିଦ୍ୟାଳୟ ବିଜ୍ଞାନ ସେମିନାର ଓ ଡ୍ରାମାରେ ଭାଗ ନେଇଥିଲେ | ଏଥିରେ ବିଚାରପତି ଭାବେ ଶିକ୍ଷକ କମଳାକାନ୍ତ ସାହୁ ଓ ଗୁପ୍ତା ପ୍ରସାଦ ନାଗ ଦାୟିତ୍ଵ ତୁଲାଇ ଥିଲେ | ବିଜ୍ଞାନ ସେମିନାର ରେ ଜି. ବିନ୍ଦୁ ସାଗର ଓ ଡ୍ରାମାରେ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଜିଲା ସ୍ତରୀୟ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇଛନ୍ତି | ସେହିପରି ବାଳିକା ବାଳକ ବିଭାଗ ୧୭ ବର୍ଷରୁ କମ ବ୍ଲକ ସ୍ତରୀୟ ଫିଫା ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ବିଦ୍ୟାଳୟ ଖେଳ ପଡିଆରେ ଅନୁଷ୍ଠିତ ହୋଇଥିଲା | ଏଥିରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ ମୋଟ ୬୦ ଜଣ ଛାତ୍ରୀ ଛାତ୍ର ଭାଗ ନେଇଥିଲେ | ଏଥିରୁ ବାଳିକା ବିଭାଗରେ ୧୫ ଜଣିଆ ଏକ ଦଳ ଓ ବାଳକ ବିଭାଗରେ ୧୫ ଜଣିଆ ଏକ ଦଳ ଚୟନ କରାଯାଇଥିଲା | ଚୟନ ହୋଇଥିବା ଏହି ୨ ଦଳ ଜିଲା ସ୍ତରୀୟ ପ୍ରତିଯୋଗୀତାରେ ଭାଗ ନେବେ | ଖେଳ ଶିକ୍ଷକ ହେମନ୍ତ କୁମାର ସାମଲ ଓ ରଞ୍ଜନ କୁମାର ପରିଡା ଖେଳ ପରିଚାଳନା କରିଥିଲେ | ଉକ୍ତ କାର୍ଯ୍ୟକ୍ରମକୁ ଆଞ୍ଚଳିକ ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ହେମନ୍ତ କୁମାର ପଣ୍ଡା, ଶ୍ରୀକାନ୍ତ ପଣ୍ଡା, ପ୍ରସନ୍ନ କୁମାର ଦଣ୍ଡସେନା, ଧନଞ୍ଜୟ ବଡଜେନା, ପିଙ୍କିକୁମାରୀ ଗୁପ୍ତା, ଗୀତାଞ୍ଜଳି ବସ୍ତିଆ, ହେମେନ୍ଦ୍ର ନାଥ ବେହେରା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ମାନେ ସହଯୋଗ କରିଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଲଗାଣ ବର୍ଷାରେ କ୍ଷୟକ୍ଷତି ପରିବାର କୁ ଭେଟି ପ୍ରତିକାର ର ପ୍ରତିଶୃତି ଦେଲେ ବିଧାୟକ

Sunil Chandra Nayak

ଜଙ୍ଗଲ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ବିଜେଡି ଦାୟୀ: ଯଜ୍ଞ ପ୍ରସାଦ

Sunil Chandra Nayak

Leave a Comment

error: Content is protected !!