ରାଉରକେଲା/ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତି ସ୍ମୃତିନ୍ୟାସର ଆମେ ଓଡିଆ ଆମ ଓଡିଶା ତରଫରୁ ଅନୁଷ୍ଠାନର କାର୍ଯ୍ୟକ୍ରମ ସଂପର୍କରେ ଆଦର୍ଶ ପାଠାଗାର ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସାମ୍ବାଦିକ ତଥା କବି କୁଞ୍ଜବିହାରୀ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ପ୍ରାକ୍ତନ ମହିଳା କମିଶନର ଲୋପମୁଦ୍ରା ମହାନ୍ତି, କାନଡା ର ଟରେଣ୍ଟୋ ରୁ ଆସିଥିବା ସାହିତ୍ୟିକ ପ୍ରଶାନ୍ତ ଭୂୟାଁ,ଭୁବନେଶ୍ବର ର ସାହିତ୍ୟିକା ବିଜୟଲକ୍ଷ୍ମୀ ପଟ୍ଟନାୟକ ସାମ୍ବାଦିକଙ୍କୁ ସମ୍ବୋଧିତ କରିଥିଲେ । ପ୍ରାରମ୍ଭରେ ସଂଯୋଜକ ଶ୍ରୀ ରାଉତ ଅନୁଷ୍ଠାନର ଦୁଇଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେବା ସହ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ପରେ ଶ୍ରୀମତୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ଶତବାର୍ଷିକୀ ଜୟନ୍ତୀ ଉପଲକ୍ଷେ ‘ ଆମେ ଓଡିଆ ଆମ ଓଡିଶା ‘ ତରଫରୁ ଅଭିଯାନ ଆରମ୍ଭ କରାଯାଇଛି । ସୁରେନ୍ଦ୍ର ମହାନ୍ତିଙ୍କୁ ସେ ଉପନ୍ୟାସର ଶତାବ୍ଦୀ ସୂର୍ଯ୍ୟ ବୋଲି ଅବହିତ କରିବାସହ ସ୍ବାଭିମାନର ସହ ଓଡିଆ ଭାଷା ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ଅତିଥି ଶ୍ରୀ ଭୂୟାଁ ସାମ୍ବାଦିକ ମାନେ ଓଡିଆ ଭାଷାର ବାର୍ତ୍ତାବହ ହେବାକୁ ଆହ୍ବାନ ଦେବାସହ ଓଡିଶା ର ଭାଷା,ସଂସ୍କୃତି,ଐତିହ୍ୟ,ପରମ୍ପରା ସଂପର୍କରେ ବକ୍ତବ୍ଯ ରଖିଥିଲେ । ଶ୍ରୀମତୀ ପଟ୍ଟନାୟକ ରାଉରକେଲାର ଅନୁଭୂତି ଓ ଇସ୍ପାତ ନଗରୀକୁ ଏକ ସଂସ୍କୃତିମୟ ସହର ବୋଲି କହିବାସହ ଓଡିଆ ଭାଷାର ବ୍ୟବହାର ଉପରେ ଗୁରୁତ୍ବାରୋପ କରିଥିଲେ । ଶେଷରେ ସଂପାଦକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ