ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଗାଲିଫ୍ଟ କେନାଲ ରୁ ଅଜଣା ମହିଳା ଙ୍କ ମୃତଦେହ ଠାବ

କୋକସରା,୨୯/୯- (ମ ନି ସ) କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ନିକଟରେ ଥିବା ମେଗାଲିଫ୍ଟ କେନାଲ ର ଶେଷ ମୁଣ୍ଡ ଭଣା ଡୋଙ୍ଗରି ନିକଟରେ ଗୁରବାର ଅପରାହ୍ନ ରେ ଏକ ଅଜଣା ମହିଳା ଙ୍କ ମୃତଦେହ ଭାଷି ଆସି ଚେନାଲ ଗେଟ ରେ ଆସି ଲାଗି ରହିଛି। ତେବେ ମୃତ ମହିଳା ଙ୍କ ପରିଚୟ ମିଳିନାହିଁ। ସ୍ତାନୀୟ କିଛି ଗ୍ରାମବାସୀ ମହିଳା ଙ୍କ ଶବ କେନାଲ ରେ ଥିବା ଦେଖି କୋକସରା ପୁଲିସ ଓ ଦମକଳ କର୍ମଚାରୀ ଙ୍କୁ ଖବର ଦେଇଥିଲେ। ପୁଲିସ ଓ ଦମକଳ କର୍ମଚାରୀ ତ୍ୱରିତ ପଦକ୍ଷେପ ନେଇ ଘଟଣାସ୍ଥଳରେ ପହଞ୍ଚି କେନାଲ ରୁ ମହିଳା ଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନା କୁ ଆଣିଥିବା ଜଣାପଡିଛି। ତେବେ ଖବର ଲେଖାଯିବା ପର୍ଯ୍ୟନ୍ତ ମୃତ ମହିଳା ଙ୍କ ପରିଚୟ ଅସ୍ପଷ୍ଟ ରହିଛି। କୋକସରା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣା ର ତଦନ୍ତ ଜାରି ରଖିଛନ୍ତି।

Related posts

ସନ୍ତପୁର ଝରଣା ରେ ଭାସିଯାଇ ବ୍ୟକ୍ତି ନିଖୋଜ, ସନ୍ଦେହ ରେ ଓଡ୍ରାଫ ପକ୍ଷରୁ ଖୋଜାଖୋଜି ଜାରି

Sunil Chandra Nayak

କଳାହାଣ୍ଡି ଜିଲ୍ଲାର ୨- ନମ୍ବର ଜୋନରେ ସଂନ୍ଧ୍ୟା ୫ ଘଣ୍ଟା ସୁଦ୍ଧା ଜିଲ୍ଲାପରିଷଦ ଗଣନା

Sunil Chandra Nayak

ରଶି ଲଗାଇ ଆତ୍ମହତ୍ୟା , କାରଣ ଆଶ୍ବଷ୍ଟ

Sunil Chandra Nayak

Leave a Comment

error: Content is protected !!