ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗଞ୍ଜେଇ ଚୋରା ଚାଲାଣ ଅଭିଯୁକ୍ତ ମାନଙ୍କୁ ୧୦ବର୍ଷ ଜେଲ ଦଣ୍ଡାଦେଶ

ଧର୍ମଗଡ:୩୦/୯/୨୨: ୨୦୨୧ ମସିହା ଅଗଷ୍ଟ ମାସ ରେ ବାହାର ରାଜ୍ୟ କୁ ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଚାରିଜଣ ଆନ୍ତଃରାଜ୍ୟ ଗଞ୍ଜେଇ ତସ୍କର ଙ୍କୁ ପୋଲିସ ଗିରଫ କରି ଥିବା ବେଳେ ଆଜି ଉକ୍ତ ମାମଲା ର ରାୟ ପ୍ରକାଶ କରି ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ,ଧର୍ମଗଡ ଅଭିଯୁକ୍ତ ମାନଙ୍କୁ ଦଶ ବର୍ଷ ଜେଲଦଣ୍ଡ ସହ ଲକ୍ଷେ ଟଙ୍କା ଲେଖାଏ ଜରିମାନା ଦଣ୍ଡ ରେ ଦଣ୍ଡିତ କରିଛନ୍ତି ।

ଗତ ୨୦୨୧ ମସିହା ଅଗଷ୍ଟ ଆଠ ତାରିଖ ଦିନ ସନ୍ଧ୍ୟା ସମୟରେ କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ଅଇଁଲାଗୁଡା ଛକ ନିକଟରେ ସ୍ଥାନୀୟ ପୁଲିସ ପକ୍ଷ ଯାନ ବାହନ ଯାଞ୍ଚ କରୁ ଥିବା ବେଳେ ୨ଟି ମାରୁତିକାର କୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ସମୟ ରେ ସେହି ଗାଡି ରୁ ୩ କ୍ଵିଣ୍ଟାଲ ୧୧ କେଜି ୭୧୦ ଗ୍ରାମ ଗଞ୍ଜେଇ କୁ ଚାରିଜଣ ଯୁବକ ଆହ୍ଲାବାଦ ଅଞ୍ଚଳ କୁ ଚୋରା ଚାଲାଣ କରୁଥିବା ଜଣା ପଡ଼ିଥିଲା । କୋକସରା ପୋଲିସ କେସ ନଂ ୧୫୯/୮.୮.୨୧ ରେ NDPS ଆକ୍ଟ୍ ଅନୁଯାୟୀ ସୁରଜ ସିଂ(୨୫), ଅନୀଲ କୁମାର ବିନ୍ଧ(୨୫), ରବି ଶଙ୍କର ଚୌହାନ(୨୨) ଓ କୂଳଦୀପ ଗୁପ୍ତା(୨୦) କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଆଜି ଏହି ମାମଲା ର ଚୁଡାନ୍ତ ଶୁଣାଣି କରି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରା ତଥା ସ୍ୱତନ୍ତ୍ର ଜଜ ବନ୍ଦନା କର ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରିବାସହ ପ୍ରତ୍ୟେକ ଦୋଷୀ ଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ ଓ ଏକ ଲକ୍ଷ ଟଙ୍କା ଲେଖାଏଁ ଜରିମାନା ରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ରେ ଅତିରିକ୍ତ ଏକବର୍ଷ ଜେଲ ଦଣ୍ଡାଦେଶ ପାଇଁ ମଧ୍ୟ ରାୟ ପ୍ରଦାନ କରିଛନ୍ତି। ଏହି ମାମଲା କୁ ସରକାରଙ୍କ ତରଫରୁ ଅତିରିକ୍ତ ସ୍ୱତନ୍ତ୍ର ସରକାରୀ ଓକିଲ ଧୀରେନ୍ଦ୍ର ନାଥ ପାତ୍ର କେଶ ପରିଚାଳନା କରିଥିଲେ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ଅପରାଜିତା ପରିଡା ଙ୍କ କବିତା ତିନି ତୁଣ୍ଡରେ 

Sunil Chandra Nayak

ଗୋଲାମୁଣ୍ଡା ତହସିଲଦାର ଙ୍କ ଦ୍ୱାରା ଫୁଣ୍ଡା ବାଲି ଘାଟରେ ଚଢ଼ାଉ, ହାଇୱା ଜବତ 

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଜୀବନର ମାନେ କଣ?

Sunil Chandra Nayak

Leave a Comment

error: Content is protected !!