ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସୁଧା ଯୋଜନା ପାଖରୁ ବେଆଇନ ବାଲି ଉଠାଣକୁ ଗ୍ରାମ ବାସୀ ଙ୍କ ବିରୋଧ

ଗୋଳାମୁଣ୍ଡା/୨୯/୯/ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ପଣ୍ଡକୁଳ ନିକଟରେ ଥିବା ତେଲନଦୀ ରେ ପଣ୍ଡକୁଳ ଓ ତମ୍ବାଛଡ଼ା କୁ ନେଇ ବିଜୁ ସେତୁ ନିର୍ମାଣ କାର୍ଯ୍ୟ ସମ୍ପାଦନ ହୋଇ ଯାଇଛି, ଏବଂ ବ୍ରିଜର ପଶ୍ଚିମ ଦିଗରେ ଅବସ୍ଥିତ ବସୁଧା ଯୋଜନା ଓଭର ଟ୍ୟାଙ୍କ ର ଗ୍ୟାଲେରୀ ପାର୍ଶ୍ଵ ଦେଇ ଦୈନିକ ଟ୍ରାକ୍ଟର ବାଲି ଉଠାଇବା ଦ୍ଵାରା ଗ୍ୟାଲେରୀ ନଷ୍ଟ ହେବା ସହ ତଳେ ଥିବା ପାଇପ ଫାଟି ଯିବା ଯୋଗୁଁ ଯଥେଷ୍ଟ ପାଣି ବାହାରି ପାରୁ ନାହିଁ,ଫଲରେ ଉକ୍ତ ବସୁଧା ଯୋଜନାରୁ  ବିଶୁଦ୍ଧ ପାନୀୟ ଜଳ ପାଇବାରେ   ବଞ୍ଚିତ ପଣ୍ଡକୁଳ ଓ ଚିଚିଆ ଜନସାଧାରଣ  ନାହିଁ ନ ଥିବା ଅସୁବିଧା ଭୋଗ କରୁଛନ୍ତି ।  ଦୈନିକ ବେଧଡକ ଟ୍ରାକ୍ଟର ଯୋଗେ ବାଲି ଚାଲାଣ କରାଯାଉଛି ବୋଲି ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ଏନେଇ   ଗ୍ରାମର ୱାର୍ଡମେବର ପ୍ରଦୁନ୍ୟ କୁମାର ମେହେର,ବିଶ୍ୱରଂଜନ ଦାସ, ଜୋଶଦା ମେହେର, ସୁଶାନ୍ତ ମେହେର ପ୍ରମୁଖ ଆସି ବାଲି ନେଉଥିବା ଟ୍ରାକ୍ଟରଙ୍କୁ ମନା କରିଥିଲେ,ଏବଂ ବସୁଧା ଟ୍ୟାଙ୍କ ପାଖରେ ରିବନ ଫିତାରେ ସଂକେତ ଦେଇଛନ୍ତି ଏବଂ ଦଶପୁର ରାଜସ୍ୟ ନିରୀକ୍ଷକ ଓ ଗୋଳାମୁଣ୍ଡା ତହସିଲଦାର ଙ୍କୁ ଫୋନ ଯୋଗେ ଯୋଗା ଯୋଗ କରିବାରୁ ତହସିଲଦାର ମହୋଦୟ ଟୁକନୁ ପୋଟା ଏବଂ ଦଶପୁର ରାଜସ୍ୟ ନିରୀକ୍ଷକ ସନ୍ତୋଷ କୁମାର ପଣ୍ଡା ଆସି ତଦନ୍ତ କରିଥିଲେ ଏବଂ ଗ୍ରାମରେ ଉପସ୍ଥିତ ଲୋକ ଙ୍କୁ କହିଥିଲେ ଯେ ବ୍ରିଜର ପଶ୍ଚିମ ଦିଗରେ ବାଲି ଉଠାଇବା ସଂପୂର୍ଣ୍ଣ ବାରଣ ରହିଛି, ସେଠାରୁ ବାଲି ନେଲେ  ବସୁଧା ଗ୍ୟାଲେରୀ ନଷ୍ଟ ହେବ ଯଦି କୌଣସି ବ୍ୟକ୍ତି ବଳପୂର୍ବକ ଭାବେ ଟ୍ରାକ୍ଟରରେ ବାଲି ନେଲେ ତୁରନ୍ତ ଆମକୁ ଖବର ଜଣାଇବେ ବୋଲି କହିଛନ୍ତ ।

ଗୋଳାମୁଣ୍ଡା ବ୍ଲକରୁରାମକୁମାର ସେନାପତି ଙ୍କ ରିପୋର୍ଟ,ପ୍ରଗତିଶୀଳ ମସିହା

Related posts

ସାପ କାମୁଡା ରେ ଯୁବକ ଗୁରୁତର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସ

Sunil Chandra Nayak

ଵହଳଦା ବ୍ଳକର ଟାଙ୍ଗରଯୋଡା ଗ୍ରାମରେ ବିଜେଡିର ଜନ ସଂପର୍କ ପଦଯାତ୍ରା 

Sunil Chandra Nayak

Leave a Comment

error: Content is protected !!