ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ଦୁଆରସନି ପୀଠ ରେ ଦଶହରା ଯାତ୍ରା: ୨ ତାରିଖ ରେ ଡଙ୍ଗର ଚଘା,୩ ରେ ଛତର ଯାତ୍ରା 

ଧର୍ମଗଡ:୩୦/୮/୨୨:   କଳାହାଣ୍ଡି ଜିଲ୍ଲା ଧର୍ମଗଡ ବ୍ଲକ ଅନ୍ତର୍ଗତ ଛିଲୀପା ଗାଁ ଠାରେ ଥିବା ମାଁ ଦୁଆରସନି ଙ୍କ ନବ ରାତ୍ର ଦଶହରା ପୂଜା ପାଇଁ ସମଗ୍ର ଗାଁ ଏବେ ଚଳ ଚଞ୍ଚଳ ହୋଈ ଉଠିଛି । ଗତ ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ମା ଙ୍କ ପୂଜା କେବଳ ପ୍ରତୀକାତ୍ମକ ଭାବେ କରା ଯାଇଥିବା ବେଳେ ଚଳିତ ବର୍ଷ ଧୁମ ଧାମ ରେ ପରମ୍ପରା ଅନୁଯାୟୀ କରାଯାଉଛି । ମହାଳୟା ଠାରୁ ଆରମ୍ଭ ହୋଇ ଥିବା ମାଁ ଦୁଆରସନି ଙ୍କ ଦଶହରା ଯାତ୍ରା ର ବିଭିନ୍ନ ଦିନ ମାନଙ୍କ ରେ ମାଙ୍ଗଳିକ ପୂଜା, ଋଖା ସ୍ଥାପନ, ଚତୁର୍ଥୀ ରେ ଦେବୀ ପୀଠ ରେ ଖଣ୍ଡା ବସା ପରେ ପଞ୍ଚମୀ ଠାରୁ ସପ୍ତମୀ ପର୍ଯ୍ୟନ୍ତ କଳ୍ପ ପୂଜା ଜାରି ରହିବ । ମହାଷ୍ଟମୀ ଦିନ ମାଁ ଙ୍କ ସନ୍ଧି ପୂଜା ସହ ଗ୍ରାମ ନିକଟସ୍ଥ ଜେନାବଳି ପାହାଡ ରେ ଡଙ୍ଗର ଚଘା ଉତ୍ସବ ହେବ । ମଧ୍ୟ ରାତ୍ର ରେ ଜେନା ଖାଲ ଠାରେ ବଳୀ ଦିଆଯାଇ ନବମୀ ଦିନ ଜେନା ଖାଲ ନିକଟରୁ ମାଁ ଙ୍କ ମନ୍ଦିର କୁ ଛତର ଯାତ୍ରା ଅନୁଷ୍ଠିତ ହେବ । ଗ୍ରାମ ର ଝାଙ୍କର ଅଞ୍ଜଳି ମାଝୀ ଓ ଜେନା ପୂଝାରୀ ପୂର୍ଣ୍ଣ ଚନ୍ଦ୍ର ମାଝୀ ମାଁ ଙ୍କ ପୂଜା ରେ ନିୟୋଜିତ ହୋଇଛନ୍ତି । ଛତର ଯାତ୍ରା ସହ ଦୁଆରସନି ଙ୍କ ନବଦିନାତ୍ମକ ଦଶରା ଯାତ୍ରା ସମ୍ପନ୍ନ ହେବ ବୋଲି ଆୟୋଜକ କମିଟି ର ସଭାପତି ଟିକେ ରାମ ମାଝୀ ଓ ସମ୍ପାଦକ ଉଛବ ସା ସୂଚନା ଦେଇଛନ୍ତି । ଏହି ଅବସର ରେ ବିଭିନ୍ନ ଦିନ ମାନଙ୍କ ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ନାଟକ ପରିବେଷଣ କରାଯାଇ ଥିଲା । ଆସନ୍ତା ଦୁଇ ତାରିଖ ଦିନ କଳାହାଣ୍ଡି ର ବିରବାଦ୍ୟ ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମ ରହିଥିବା ଆୟୋଜକ କମିଟି ର ଉପ ସଭାପତି ପଦ୍ମଲୋଚନ ପଟେଲ ସୂଚନା ଦେଇଛନ୍ତି ।

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ରାଇଘର ଦଳ ମଣ୍ଡେଇ କପ ଫୁଟବଲର ଚମ୍ପିୟାନ

Sunil Chandra Nayak

ଆରମ୍ଭ ହେଲା ମାଁ ନାରାୟଣୀ ଙ୍କର ପଞ୍ଚବିଂଶ ତମ ଯାତ୍ରା ,ଏକ ମାସ ଧରି ଚାଲିବ

ସାଲେବିଡି ଠାରେ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!