ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

 

     ଜଣାଣ

 ମାନଗୋବିନ୍ଦ ସ୍ବାଇଁ

ମୋ ମନ ମନ୍ଦିର ମୋ ପୂଜା ଦେବତା
    ଭକ୍ତିରେ ଜାଳୁଛି ଦୀପ
ଦୋଷ କ୍ଷମା କର ଜୀବନର ଯେତେ
   ଛାଡ଼ି ଯାଉ ମୋର ପାପ ।
ଭକ୍ତିର ଭାବରେ ପ୍ରାର୍ଥନା କରୁଛି
    ଜୀବନ ଦିଅ ଶୃଂଖଳା
ତପ ଜପ କରି ଧରଣୀ କି ଆସୁ
   ଶାନ୍ତିର ଏକତା ମେଳା।
କେତେ ଦିନ ଧରି ଜନତା କନ୍ଦାଇ
   ଖୁସିରେ କ’ଣ ରହିବ
ଶୁଣିବା ହୋଇବ ତାଙ୍କ ବାକ୍ୟସବୁ
    ସମାଧାନ ଦିଅ ଭାବ।
ଭକ୍ତ କହେ ହରି ସଂକୀର୍ତ୍ତନ କରି
     ଅନୁଭବ ମୋ ଭକ୍ତିରେ
ନଦିଆ କୀର୍ତ୍ତନ ଭଜନ କରୁଛି
    ତୁମେ ଅଛ ମୋ ହୃଦରେ।
ତୁମେ ଅଛ ପ୍ରଭୁ ଭଜନ ଜଣାଣ
     ସଂଗୀତ ସ୍ବର ଭିତରେ
 ତାଳ ଦେଇ ଗାନ ଭାବରେ ଭଜିଲେ
    ଭକ୍ତି ଆସେ ମୋ ହୃଦ ରେ।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କର୍ଲାମୁଣ୍ଡା ବ୍ଲକ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ଆର୍ଥିକ ସହାୟତା ଅପେକ୍ଷାରେ ରିକେଶ, ଜନ୍ମରୁ ଭିନ୍ନକ୍ଷମ ଯନ୍ତ୍ରଣା

Sunil Chandra Nayak

ଭାରା ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ବଦଳି ଦାବୀ ରେ ବେହେରା କେଜିବିଭି ରେ ତାଲା ବନ୍ଦ ଆନ୍ଦୋଳନ

Sunil Chandra Nayak

Leave a Comment

error: Content is protected !!