ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍ ର ବ୍ଲାକ ବେଲ୍ଟ ପ୍ରଦାନ

ରାଉରକେଲା/ ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ତରଫରୁ ପାଞ୍ଚ ଜଣ ଶିକ୍ଷାର୍ଥୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଛି । ଆସୋସିଏସନ୍ ର ସଂପାଦକ ଶିବ ପ୍ରସାଦ ନାଥଙ୍କ ଆବାହକତ୍ବ ଓ ଇନ୍ଦରଜିତ ସିଂଙ୍କ ସଂଯୋଜନାରେ ସେକ୍ଟର ୧୮ଜିଟିବି ସ୍କୁଲରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟଅତିଥି ଶ୍ରୀ ରାଉତ କହିଲେ ଯେ କରାଟେ କୌଶଳ ଶିଖିବା ଆଜିକାଲି ପିଲାମାନଙ୍କ ପାଇଁ ଆବଶ୍ୟକତା ହୋଇପଡିଛି। ଏହା ଶିଖିବା ଫଳରେ ଆତ୍ମବିଶ୍ବାସ ବଢିବା ସଂଗେ ସଂଗେ ନିଜକୁ ସୁରକ୍ଷିତ ରଖିପାରିବ। ପାଞ୍ଚ ଜଣ ବ୍ଲାକ ବେଲ୍ଟ ପାଇଥିବା ଶିକ୍ଷାର୍ଥୀ ହେଲେ ସର୍ବଶ୍ରୀ ସନ୍ଦିପ ବିଶ୍ବାଳ, ରୋହନ ଖାଡିଆ,ନାରାୟଣ ପ୍ରଧାନ,ଇପ୍ସିତାରାଣୀ ସାହୁ ଓ ଆନନ୍ଦ ମଲ୍ଲିକ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଖୁସି ବ୍ୟକ୍ତ କରିବାସହ କେକ୍ କଟା ଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ପ୍ରଶିକ୍ଷକ ଧର୍ମେନ୍ଦ୍ର ସିଂହ,ରକି ଖାଡିଆ, ଅନିକେତ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀଙ୍କ ଅଭିଭାବକ ମାନେ ଉପସ୍ଥିତ ଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ତାତି ହୁ ହୁବଢୁଛି କିନ୍ତୁ ଜଳଛତ୍ର ଖୋଲୁନି

Sunil Chandra Nayak

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ନୂଆଖାଇ ତିହାର

Sunil Chandra Nayak

କରଂଗାମୁଣ୍ଡା ଠାରେ ଲଗାଣ ବର୍ଷା ରେ ଭାଙ୍ଗିଗଲା ଘର

Sunil Chandra Nayak

Leave a Comment

error: Content is protected !!