ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନାଲରୁ ମହିଳାଙ୍କ ଶବ ଉଦ୍ଧାର ଘଟଣା, ମିଳିଲା ମୃତ ମହିଳାଙ୍କ ପରିଚୟ

କୋକସରା,୩୦/୯- (ମ ନି ସ) ଇନ୍ଦ୍ରାବତୀ ମେଗାଲିଫ୍ଟ କେନାଲରୁ ଗୁରୁବାର ସନ୍ଧ୍ୟାରେ ଜଣେ ମହିଳାଙ୍କ ଶବ ଉଦ୍ଧାର ଘଟଣାରେ ମିଲିଲା ମୃତ ମହିଳାଙ୍କ ପରିଚୟ। ମହିଳା ଜଣକ ହେଉଛନ୍ତି ଜୟପାଟଣା ବ୍ଲକ ସର୍ଗିଗୁଡା ପଞ୍ଚାୟତ ସାନପୁଝାରି ଗୁଡା ଗ୍ରାମର ନୀଳ ଯାନୀ ଙ୍କ ସ୍ତ୍ରୀ ଶନିବାରି ଯାନୀ (୪୫) । ଗତକାଲି ସକାଳେ ଶୌଚ ପାଇଁ ଗାଁ ନିକଟରେ ଥିବା କେନାଲକୁ ଯାଇଥିବା ବେଳେ କେନାଲର ପ୍ରବଳ ସ୍ରୋତରେ ପଡି ପ୍ରାୟ ୩୦ କିଲୋମିଟର କେନାଲ ପାଣିରେ ଭାସିଯାଇ ମେଗାଲିଫ୍ଟ କେନାଲର ଶେଷ ମୁଣ୍ଡ ନେଗିଗୁଡା ନିକଟରେ ଥିବା ଚେନାଲ ଗେଟରେ ତାଙ୍କ ଶବ ଲାଗିଥିଲା। ଗ୍ରାମବାସୀଙ୍କ ନିକଟରୁ ଖବର ପାଇ ଉଦ୍ଧାର କରିଥିଲେ କୋକସରା ଦମକଲ କର୍ମଚାରୀ। କୋକସରା ପୁଲିସ ୨୦/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟବଚ୍ଛେଦ ପାଇଁ କୋକସରା ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶୁକ୍ରବାର ପରିବାରଙ୍କୁ ହସ୍ତାନ୍ତର କରିଥିବା ନେଇ ତଦନ୍ତକାରୀ ପୁଲିସ ଅଧିକାରୀ ଗୋପବନ୍ଧୁ ନାଏକ ସୂଚନା ଦେଇଛନ୍ତି।

Related posts

ପ୍ରେମଶିଳା ବେହେରା ଙ୍କ କବିତା ହେ ଭଗବାନ

Sunil Chandra Nayak

ଚେନମାଉଁଟିଙ୍ଗ ଜେସିବି ଇଞ୍ଜିନପୋଡି ଜିବାରୁ ଦମକଳ ଦ୍ବାରା ଉଦ୍ଧାର

Sunil Chandra Nayak

ପ୍ରଶାସନିକ ଉଦାସୀନତା ଯୋଗୁଁ ସାପୁଆ ଙ୍କ ଦୁର୍ଦଶା

Sunil Chandra Nayak

Leave a Comment

error: Content is protected !!