ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେରାମଣ୍ଡଳୀ ରେଳଷ୍ଟେସନ ରେ ଗାନ୍ଧୀ ସ୍ମୃତି 

ଢେ଼ଙ୍କାନାଳ (ମ.ନି.ସ.) ଓଡ଼ପଡ଼ା ବ୍ଲକ୍ ମୋଟଙ୍ଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଛଅ ନମ୍ବର ୱାର୍ଡ ସ୍ଥିତ ମେରାମଣ୍ଡଳୀ ରେଳ ଷ୍ଟେସନ କୁ ଏବେ ୧୦୦ବର୍ଷ ପୂର୍ଣ୍ଣାଙ୍ଗ ହେବ। ୧୯୨୩ ମସିହାରେ ସ୍ଥାପିତ ଏହି ରେଳ ଷ୍ଟେସନ ପାଇଁ ୧୯୩୪ ମସିହା ଥିଲା ଏକ ସ୍ମରଣୀୟ ଓ ଗୌରବ ମୟ ଐତିହାସିକ ମୁହୂର୍ତ୍ତ। ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ୫ମ ଥର ଓଡ଼ିଶା ଗସ୍ତ କାଳ ରେ ମେ ମାସ ରେ ଆସିଥିଲେ ସମ୍ବଲପୁର। ସେଠୁ ଅନୁଗୋଳ ଦେଇ ଶଗଡ଼ ଗାଡ଼ିରେ ଆସି ପାଦ ଥାପି ଥିଲେ ମେରାମଣ୍ଡଳୀ ରେଳ ଷ୍ଟେସନ ରେ । ପାସେଞ୍ଜର ଟ୍ରେନ୍ ଯୋଗେ ପୁଣି ଯାଇଥିଲେ କଟକ କୁ ।ଏହି ଷ୍ଟେସନ ରୁ ରେଳ ଯାତ୍ରା କରିବା ସମୟ ରେ ହିନ୍ଦୋଳ ରୋଡ, ସଦାଶିବ ପୁର, ଢେ଼ଙ୍କାନାଳ ରେଳ ଷ୍ଟେସନ ରେ ଦେଖା ଦେଇଥିଲା ପ୍ରବଳ ଜନ ସମାଗମ।ଜନ ସମୁଦ୍ର ହୋଇଥିଲା ସବୁ ଷ୍ଟେସନ ପରିସର। ସ୍ୱାଧୀନତା ସଂଗ୍ରାମ ଇତିହାସ ରେ ମେରାମଣ୍ଡଳୀ ନିଜ ନାଆଁ ସ୍ୱର୍ଣ୍ଣ ଅକ୍ଷର ରେ ସ୍ବାକ୍ଷରିତ କରିଥିଲା l କିନ୍ତୁ ପରିତାପର ବିଷୟ ଯେ ୧୦୦ ବର୍ଷ ପୂର୍ଣ୍ଣ କରୁଥିବା ଏହି ରେଳ ଷ୍ଟେସନ ଏବେ ଅବହେଳିତ ଅବସ୍ଥାରେ lଏଠାରେ ସୂଚନା ଯୋଗ୍ୟ ଯେ ଢେ଼ଙ୍କାନାଳ ଅନୁଗୋଳ ଶିଳ୍ପ ଭିତ୍ତିଭୂମି ରେ ମେରାମଣ୍ଡଳୀ ଏକ ପ୍ରାଣ କେନ୍ଦ୍ର ରୁପେ ପରିଚିତ ହୋଇଛି ରେଳ ଷ୍ଟେସନ ର ସୁବିଧା ସୁଯୋଗ କୁ ପରିଲକ୍ଷିତ କରି ଆଖ ପାଖ ଅଞ୍ଚଳରେ ଗଢି ଉଠିଛି ଟାଟା ଷ୍ଟିଲ, ରୁଙ୍ଗଟା ମାଇନ୍ସ, ନବ ଭାରତ, ରିମ୍ ଝିମ୍ ପରି ଛୋଟ ବଡ଼ ଅନେକ କଳ କାରଖାନା l ଏସବୁ ସତ୍ତ୍ୱେ ଇଷ୍ଟ କୋଷ୍ଟ ରେଲୱେ ଡିଭିଜନ ଏହି ରେଲ ଷ୍ଟେସନ୍ କୁ କରୁଛି ଅଣଦେଖା l ଉତ୍ତମ ଆଲୋକ ବ୍ୟବସ୍ଥା, ପ୍ଲାଟଫର୍ମ ର ଉନ୍ନତିକରଣ, ଜାତୀୟ ରାଜପଥ ୫୫ କୁ ସଂଯୋଗ କରିବା ଲାଗି ଫ୍ଲାଇ ଓଭର୍ ବ୍ରିଜ୍ ର ଆବଶ୍ୟକତା ରହିଛି।ଏତବ୍ ବ୍ୟତୀତ ଐତିହାସକ ସ୍ମୃତି ପ୍ରଚାର କରୁଥିବା ଏହି ଷ୍ଟେସନ୍ ରେ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ବାର ବାର ସ୍ଥାନୀୟ ବୁଦ୍ଧିଜୀବୀ,ଜନସାଧାରଣ ଙ୍କ ତରଫରୁ ଦାବୀ ହେଉଛି l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ଧର୍ମଗଡ ଠାରେ ଆଲୋଚନା ଚକ୍ର

Sunil Chandra Nayak

ସାପ କାମୁଡା ରେ ବୃଦ୍ଧ ଗୁରୁତର

Sunil Chandra Nayak

ପାୟଲ ର ରଥ ସଜାସଜି କାର୍ଯ୍ୟକ୍ରମ ଆସନ୍ତାକାଲି

Leave a Comment

error: Content is protected !!