ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ନବ ରାତ୍ରର ଷଷ୍ଠ ଦିବସରେ ମା ଦୁର୍ଗାଙ୍କର କାତ୍ୟାୟୀନୀ ରୁପ ଜୟ ମା ବିରଜା 

ନବ ରାତ୍ରର ଷଷ୍ଠ ଦିବସରେ ମା ଦୁର୍ଗାଙ୍କର କାତ୍ୟାୟୀନୀ ରୁପ

ଜୟ ମା ବିରଜା 

ଜୟ ମା ବିରଜା ଜୟ ମା ଗିରିଜା
କାତ୍ୟାୟନୀ କାଳରାତ୍ରୀ
ଅଭୟ ଦାୟିନୀ ଶକ୍ତି ସ୍ୱରୁପୀଣି
ଜୟ ଅମ୍ୱେ ଶକ୍ତି ଦାତ୍ରି
ଅନାଦି କାଳରୁ ଆବିର୍ଭୂତା ମାତା
ଅଦୃଶ୍ୟେ ମା ପ୍ରକଟିତା
ପଣତ ତଳେ ତୋ ଘଣ୍ଟ ଘୋଡାଇଛୁ
ସର୍ବେ ତୋ ସନ୍ତାନ ମାତା
ୠଷି କାତାୟନ ଘୋର ତପସ୍ୟାରେ
ସନ୍ତୁଷ୍ଟ ହୋଇ ବରଦା
ଭକ୍ତି ଭାବ ବନ୍ଧନରେ ବାନ୍ଧି ହୋଇ
ପୁତ୍ରି ସ୍ନେହେଁ ମା ସାରଦା
ଜୟ କାତ୍ୟାୟନୀ ତ୍ରୀତାପ ହାରିଣୀ
ନବ ଦୁର୍ଗା ରୁପ ଧରି
ଧରା ପୃଷ୍ଠେ ମାତା ହୁଅ ଅବତୀର୍ଣ୍ଣ
ଦୁଃଖ ଯାଉ ଅପସରି
ମାତୃଶକ୍ତି, ମହାଶକ୍ତି, ଆଦ୍ୟାଶକ୍ତି
ତ୍ରିଶକ୍ତି ମାତା ବିରଜା
ହଂସଧ୍ଵଜ ଚଢ଼ି ବିଜୟ କରନ୍ତୁ
ଉଡ଼ାଇ ବିଜୟ ଧ୍ଵଜା
କରୁଛୁ ଅଧମ ପୂଜା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ଥୁଆମୂଳ ରାମପୁର ବ୍ଳକ AE ଙ୍କୁ ଅନ୍ଯତ୍ର ବଦଳି ଦାବି ନେଇ BDO ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ପିଠିଆ ବଳଦ ମୁଁ

Sunil Chandra Nayak

ବିଜୁ ସେତୁ ଯୋଜନାରେ ମହା ଦୂର୍ନିତି ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!