ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ନବ ରାତ୍ରର ଷଷ୍ଠ ଦିବସରେ ମା ଦୁର୍ଗାଙ୍କର କାତ୍ୟାୟୀନୀ ରୁପ ଜୟ ମା ବିରଜା 

ନବ ରାତ୍ରର ଷଷ୍ଠ ଦିବସରେ ମା ଦୁର୍ଗାଙ୍କର କାତ୍ୟାୟୀନୀ ରୁପ

ଜୟ ମା ବିରଜା 

ଜୟ ମା ବିରଜା ଜୟ ମା ଗିରିଜା
କାତ୍ୟାୟନୀ କାଳରାତ୍ରୀ
ଅଭୟ ଦାୟିନୀ ଶକ୍ତି ସ୍ୱରୁପୀଣି
ଜୟ ଅମ୍ୱେ ଶକ୍ତି ଦାତ୍ରି
ଅନାଦି କାଳରୁ ଆବିର୍ଭୂତା ମାତା
ଅଦୃଶ୍ୟେ ମା ପ୍ରକଟିତା
ପଣତ ତଳେ ତୋ ଘଣ୍ଟ ଘୋଡାଇଛୁ
ସର୍ବେ ତୋ ସନ୍ତାନ ମାତା
ୠଷି କାତାୟନ ଘୋର ତପସ୍ୟାରେ
ସନ୍ତୁଷ୍ଟ ହୋଇ ବରଦା
ଭକ୍ତି ଭାବ ବନ୍ଧନରେ ବାନ୍ଧି ହୋଇ
ପୁତ୍ରି ସ୍ନେହେଁ ମା ସାରଦା
ଜୟ କାତ୍ୟାୟନୀ ତ୍ରୀତାପ ହାରିଣୀ
ନବ ଦୁର୍ଗା ରୁପ ଧରି
ଧରା ପୃଷ୍ଠେ ମାତା ହୁଅ ଅବତୀର୍ଣ୍ଣ
ଦୁଃଖ ଯାଉ ଅପସରି
ମାତୃଶକ୍ତି, ମହାଶକ୍ତି, ଆଦ୍ୟାଶକ୍ତି
ତ୍ରିଶକ୍ତି ମାତା ବିରଜା
ହଂସଧ୍ଵଜ ଚଢ଼ି ବିଜୟ କରନ୍ତୁ
ଉଡ଼ାଇ ବିଜୟ ଧ୍ଵଜା
କରୁଛୁ ଅଧମ ପୂଜା

ବିଳାସିନୀ ପୃଷ୍ଟି

ଭୁବନ, ଢେଙ୍କାନାଳ 

Related posts

ମେଗାଲିଫ୍ଟ କେନାଲ ରୁ ଅଜଣା ମହିଳା ଙ୍କ ମୃତଦେହ ଠାବ

Sunil Chandra Nayak

ବାହାଘର ଭୋଜି ଖାଇ ନିଖୋଜ ଘଟଣା। ପରିତିକ୍ତ କୂଅ ଭିତରୁ କାର ସହ ଚାରି ଜଣ ଙ୍କ ମୃତ ଦେହ ଉଦ୍ଧାର

Sunil Chandra Nayak

କାମାକ୍ଷା ନଗରରେ ଜାଗା ସମ୍ପର୍କ କାର୍ଯ୍ୟକ୍ରମ

Leave a Comment

error: Content is protected !!