ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଗାନ୍ଧୀ ଜୟନ୍ତୀ ପାଳିତ

ଥୁଆମୂଳ ରାମପୁର:୨/୧୦ – (ମନିସ) କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ଅଧିନରେ ଥିବା ଗୋପାଳପୁର ଗ୍ରାମପଞ୍ଚାୟତ ଠାରେ ଆଜି ଗାନ୍ଧୀ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି। ଗାନ୍ଧୀ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କର ଗୁଣଗାନ କରିଥିଲେ। ଏହି ଅବସରରେ ସ୍ବଚ୍ଛତା ଓ ପରିମଳ ଉପରେ ଏକ ଆଲୋଚନା ଚକ୍ର ସରପଞ୍ଚ ଶ୍ରୀ ବେଣୀ ମାଝୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ଯକ୍ରମ ରେ ମୁଖ୍ୟ ଅତିଥି ଭାବେ ଫରେଷ୍ଟ ଗାର୍ଡ ମୁକ୍ତା ନାଏକ ସମ୍ମାନିତ ଅତିଥି ପିଇଓ ଶ୍ରୀ ରମେଶ ଚନ୍ଦ୍ର ମେହେର ଗ୍ରାମ ବିକାଶର ସରିତା ମାଝୀ, ଜିଆରଏସ୍ ସୁଶାନ୍ତ ନାଏକ, ନାଏବ ସରପଞ୍ଚ, ଯୋଗାଣ ସହାୟକ ଶ୍ରୀ ସରୋଜ ବାଗ, ସମେତ ଓ୍ବାର୍ଡ ମେମ୍ବର ପ୍ରମୁଖ ଯୋଗଦେଇଥିଲେ। ସ୍ବଚ୍ଛତା ପରିମଳ ଉପରେ ଜନସଚେତନତା ସୃଷ୍ଟି କରିବା ଦିଗରେ ଉପସ୍ଥିତ ମୁଖ୍ୟ ଅତିଥି ସମ୍ମାନିତ ଅତିଥି ନିଜ ବ୍ଯକ୍ତବ୍ଯରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଦରଗୁଲା ନଦୀଶଯ୍ୟା ବାଲୁକା ଖଣି ଉପରେ ଜନ ଶୁଣାଣି

Sunil Chandra Nayak

ନବ ନିର୍ବାଚିତ କୁଳପତି ଓ ମୁଖ୍ୟ ସମ୍ପାଦକ ଙ୍କୁ ଖଡ଼ିଆଳ ଅଞ୍ଚଳ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ମୋବାଇଲ ଫୋନ୍ ପାଇଁ ଜୀବନ ଗଲା   

Sunil Chandra Nayak

Leave a Comment

error: Content is protected !!