ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶତାୟୁ,ବି.ବି. ହାଇସ୍କୁଲ,ଢେଙ୍କାନାଳ ପରିସରରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ -୨୦୨୨ କୋଭିଡ -୧୯ ନିୟମ ଅନୁପାଳନ କରି ନିରାଡ଼ମ୍ବର ଭାବେ ପାଳିତ 

ଢେଙ୍କାନାଳ(ମ.ନି.ସ.) ୦୨/୧୦_ପ୍ରାତଃ ୦୬ ଘଟିକା ୩୦ ମିନିଟ୍ ସମୟରେ ସ୍ଥାନୀୟ ଶତାୟୁ ,ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳ ପରିସରରେ ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ -୨୦୨୨ ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ,ଓଡ଼ିଶା ଶିକ୍ଷାସେବା(ଏସ. ବି)(ଗ୍ରୁପ -ଏ)ଜୁନିୟରଙ୍କ ସୁପରାମର୍ଶ କ୍ରମେ କୋଭିଡ -୧୯ ନିୟମ ସବୁକୁ ଅନୁପାଳନ କରି ନିରାଡ଼ମ୍ବର ଭାବେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ବ୍ରହ୍ମୋତ୍ରୀ ବିଶ୍ୱାଳ ସ୍ଵୀୟ ବାର୍ତ୍ତାରେ ଗାନ୍ଧି ଓ ଶାସ୍ତ୍ରୀଙ୍କର ଜୀବନ ଦର୍ଶନ ସମସ୍ତଙ୍କର ଅନୁକରଣୀୟ ହେବା ଉଚିତ୍ ବୋଲି ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। ପ୍ରାରମ୍ଭରେ ଉପସ୍ଥିତ ସମସ୍ତ ସୁଧୀବୃନ୍ଦ ମହାପୁରୁଷ ମାନଙ୍କ ଫୋଟୋଚିତ୍ରରେ ପୁଷ୍ପ ମାଲ୍ୟ ଓ ଧୂପ ଦୀପ ଅର୍ପଣ କରି ଥିଲେ। ବିଦ୍ୟାଳୟର ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ମଙ୍ଗଳାଚରଣ ଗାନ,ଶ୍ରୀମଦ ଭଗବତ ଗୀତା ଓ ଶାନ୍ତି ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀ ଚିଫ ଅଫିସର ଡ଼ା.ଦେବୀ ପ୍ରସାଦ ମିଶ୍ର, ବରିଷ୍ଠ ଶିକ୍ଷୟିତ୍ରୀ ସ୍ଵର୍ଣ୍ଣମୟୀ ଶତପଥୀ ଜାତିର ପିତା ମହାତ୍ମା ଗାନ୍ଧି ଓ ଶାନ୍ତିଦୂତ ଲାଲ ବାହାଦୂର ଶାସ୍ତ୍ରୀଙ୍କ ଜୀବନୀ, ଜୀବନାଦର୍ଶ, ପରାଧୀନ ଭାରତ ବର୍ଷକୁ ସ୍ୱାଧୀନ କରିବା ସଙ୍ଗେ ସଙ୍ଗେ ଦେଶଗଠନରେ ସେମାନଙ୍କର ପ୍ରମୁଖ ଭୂମିକା ସମ୍ପର୍କରେ ସବିଶେଷ ଆଲୋଚନା କରି ସେହି ମହାପୁରୁଷମାନଙ୍କ କାର୍ଯ୍ୟାବଳୀ ବିଶ୍ୱରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ହେଉ ବୋଲି ଦୃଢ଼ ଅଶାପୋଷଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମର ଶିକ୍ଷାର୍ଥୀ ନୌବାହିନୀ ପ୍ରାକ୍ତନ ଚିଫ ଅଫିସର ଧ୍ୟାନଚାନ୍ଦ ମିଶ୍ର,ସ୍ଵର୍ଣମୟୀ ଶତପଥୀ,ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର,ଗାଇଡ଼ ଶିକ୍ଷୟିତ୍ରୀ କ୍ଷୀରାବଧିତନୟା ମହାପାତ୍ର ,ସମର ଶିକ୍ଷାର୍ଥୀ ନୌବାହିନୀ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀ କିରନ୍ମୟୀ ମହାଳିକ,କାର୍ଯ୍ୟାଳୟ ସହକାରୀ ପ୍ରଫୁଲ୍ଲ କୁମାର ବିଶ୍ବାଳ, ବାସୁଦେବ ରଣା,ମମତା ବେହେରା, ରୁଦ୍ରାକ୍ଷ ଗଡନାୟକ, ସନ୍ତୋଷ ଜେନା,ନରହରି ଗୋଛାୟତ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ବୃନ୍ଦ କୋଭିଡ-୧୯ ନିୟମାବଳୀ ଅନୁପାଳନ କରି ମହାତ୍ମାଗାନ୍ଧି ଓ ଲାଲ ବାହାଦୂର ଶାସ୍ତ୍ରୀଙ୍କର ଜୟନ୍ତୀ ଉତ୍ସବ -୨୦୨୨ରେ ଯୋଗଦାନ କରି ଏହି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ସଂଗେ ସଂଗେ ସମସ୍ତେ ସମ୍ମିଳିତ ଭାବରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସମଗ୍ର ବିଦ୍ୟାଳୟ ପରିସର ସଫେଇ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ତଥା ଆକାଶ ବାହିନୀ ଚିଫ ଅଫିସର ଡା.ଦେବୀ ପ୍ରସାଦ ମିଶ୍ରଙ୍କ ନେତୃତ୍ୱରେ ପ୍ରାତଃ ୬ ଘଟିକା ସମୟରେ ଉପସ୍ଥିତ ଛାତ୍ରୀ ଛାତ୍ର ଓ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟ ମାନଙ୍କ ଦ୍ଵାରା ବିଭିନ୍ନ ସ୍ଲୋଗାନ ମାନ ଦେଇ ଚାନ୍ଦମାରି ସାହି ଓ ଅମଲାପଡ଼ା ଅଞ୍ଚଳରେ ପ୍ରଭାତ ଫେରିରେ ସକ୍ରିୟ ଅଂଶଗ୍ରହଣ କରିବା ସଙ୍ଗେ ସଙ୍ଗେ ଏହି ଜୟନ୍ତୀ ଉତ୍ସବକୁ ପରିଚାଳନା କରି ପରିଶେଷରେ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରକାଶ ଥାଉକି ବିଦ୍ୟାଳୟର ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ସଂସ୍କୃତ ଶିକ୍ଷୟିତ୍ରୀ ଡ଼ଃ ଅନୁପମା ମିଶ୍ର ଜିଲ୍ଲା ସ୍ତରୀୟ ଗାନ୍ଧି ଓ ଶାସ୍ତ୍ରୀ ଜୟନ୍ତୀ ପାଳନ ଅବସରରେ ଗୀତା ପାଠ କରିଥିଲେ ଏବଂ ମୁଖ୍ୟ ଅତିଥି ଢେଙ୍କାନାଳ ମାନ୍ୟବର ସାଂସଦ ମହେଶ ସାହୁ ଓ ଜିଲ୍ଲାପାଳ ସରୋଜ କୁମାର ସେଠୀ ତାଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ରୀ ଶୁଭସ୍ମିତା ସାହୁ ଓ କିମିକ୍ରିଷ୍ଣା ବେହେରା ଜିଲ୍ଲାସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ହାସଲ କରି ମୂଖ୍ୟଅତିଥିଙ୍କ ହସ୍ତରୁ ପ୍ରଶଂସାପତ୍ର ଓ ମେମେଣ୍ଟୋ ଗ୍ରହଣ କରିଥିଲେ। ବିଦ୍ୟାଳୟର ଡ଼ଃ ଅନୁପମା ମିଶ୍ର ଓ ଡ଼ା.ଦେବୀ ପ୍ରସାଦ ମିଶ୍ରଙ୍କ ମିଳିତ ନେତୃତ୍ଵ ଏବଂ ମାର୍ଗଦର୍ଶନରେ ବିଦ୍ୟାଳୟର ପ୍ରାୟ ୩୫ ଜଣ ଛାତ୍ରୀ ଛାତ୍ର ରାହାଗିରିରେ ଓ ଗୋପବନ୍ଧୁ ଟାଉନ ହଲର ସାନ୍ଧ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାରମ୍ପରିକ ଓ ଓଡ଼ିଶୀ ନୃତ୍ୟ ,ଡ୍ରଇଂ, ରଙ୍ଗୋଲି, ଦେଶାତ୍ମବୋଧକ ସଙ୍ଗୀତ, କୌତୁକ ପୋଷାକ ଏବଂ ଦାନ ଉତ୍ସବ ଆଦି ବିଭିନ୍ନ କାର୍ଯ୍ୟକ୍ରମରେ ସକ୍ରିୟ ଓ ସଫଳ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ମୁଖ୍ୟଅତିଥି ମାନ୍ୟବର ବିଧାୟକ ସୁଧିର କୁମାର ସାମଲ ଓ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ହସ୍ତରୁ ପ୍ରଶଂସାପତ୍ର ଓ ପୁରସ୍କାର ହାସଲ କରିପାରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜିଲ୍ଲା ସ୍ତରୀୟ ୭୧ ତମ ଗୋ_ସମ୍ବର୍ଦ୍ଧନା ଉତ୍ସବ ପାଳିତ

Sunil Chandra Nayak

କଚରାପାରା ୩ ପଂଚାୟତରେ ଜଳ ସଙ୍କଟ , ନୂତନରେ ନିର୍ମିତ ବସୁଧା ଯୋଜନା ଲୋକଙ୍କ କାମରେ ଆସୁନି

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା ହଜିଲା ଦରବ

Leave a Comment

error: Content is protected !!