ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାଲଙ୍ଗ ଗ୍ରାମରେ ୧୬ ବର୍ଷ ଧରି ପୂଜା ପାଉଛନ୍ତି ମା ଦୁର୍ଗା

ବାଲେଶ୍ଵର ୦୪/୧୦/୨୨ – ପବିତ୍ର ଦୁର୍ଗା ପୂଜା ଖୁବ୍ ଧୁମଧାମରେ ବିଭିନ୍ନ ସ୍ଥାନରେ ପାଳିତ ହେଉଛି । ସେଥି ମଧ୍ୟରୁ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ତୁଡିଗଡିଆ ନିକଟସ୍ଥ ଡାଲଙ୍ଗ ଗ୍ରାମରେ ସାର୍ବଜନୀନ ପୂଜା କମିଟି ଦ୍ବାରା ଶାରଦୀୟ ଦୁର୍ଗାପୂଜା ଖୁବ୍ ଆନନ୍ଦ ଉଲ୍ଲାସର ସହିତ ଚାଲିଛି । ସତେ ଯେମିତି ଧରା ପୃଷ୍ଠକୁ ଓହ୍ଲାଇ ଆସିଛନ୍ତି ମା ଜଗତ ଜନନୀ ନାଶିନୀ ମା । ଗତ ଦୁଇ ବର୍ଷ ଧରି କୋଭିଡି କଟକଣା ଥିବାରୁ ପାଳନ ହୋଇ ପାରୁ ନଥିଲା ମା’ଙ୍କ ପୂଜା । କିନ୍ତୁ ଏଥର ଡାଲଙ୍ଗ ଗ୍ରାମରେ ଯାକ ଜମକରେ ପାଳନ ହେଉଛି ମାଙ୍କର ପୂଜାର୍ଚ୍ଚନା । ମା’ଙ୍କ ପୂଜା ମଣ୍ଡପରେ ନିଆରା ବିଶ୍ଵସତ୍ବ ହେଉଛି ଷଷ୍ଠୀ ଠାରୁ ଦଶମୀ ପର୍ଯ୍ୟନ୍ତ ପାରମ୍ପରିକ ରୀତିନୀତିରେ ମା’ଙ୍କର ପୂଜା ଅର୍ଚ୍ଚନା ହୁଏ । ପାଞ୍ଚ ଦିନ ଧରି ବିଭିନ୍ନ ପ୍ରକାରର ନୈବେଦ୍ୟ ସହ ମା’ ଙ୍କର ଆଳତି କାର୍ଯ୍ୟକ୍ରମ କରା ଯାଇଥାଏ । ଡାଲଙ୍ଗ ଗ୍ରାମର ଗଣପର୍ବ ହେଉଛି ମା’ଙ୍କର ଶାରଦୀୟ ପୂଜା । ବହୁ ପ୍ରକାର ଭୋଗ ସାମଗ୍ରୀ ରୋଷଣୀ ଏବଂ ଆକର୍ଷିତ ବାଦ୍ୟ ଯନ୍ତ୍ରରେ ମା’ ଙ୍କର ପୂଜାର୍ଚ୍ଚନା ପାଳିତ ହୋଇଥାଏ । ଏହି ଶାରଦୀୟ ଗଣପର୍ବ ବିଭିନ୍ନ ପ୍ରକାରର ସାଜସଜା ସାଙ୍ଗକୁ ବଡ଼ ବଡ଼ ତୋରଣ ଭଳିକି ଭଳିକି ଲାଇଟ୍ ଓ ଦୋକାନ ବଜାର ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । ପଣ୍ଡିତ ଦୟାନିଧି ପଣ୍ଡା, ପଣ୍ଡିତ ଗୋବିନ୍ଦ ପ୍ରସାଦ ଶତପଥୀ ଓ ବେଦଶାସ୍ତ୍ର ସପ୍ତଶତୀ ଚଣ୍ଡୀ ପାଠ କରିଥିଲେ । ପଣ୍ଡିତ ତୋଷିକାନ୍ତ ପାଢ଼ୀଙ୍କ ତତ୍ତ୍ଵାବଧାନରେ ୧୬ ବର୍ଷ ଧରି ପୂଜା ଅର୍ଚ୍ଚନା କରି ଆସୁଛନ୍ତି ।ଏହି ଶାରଦୀୟ ପୂଜାରେ ବ୍ରାହ୍ମଣ ଓ ଡାଲଙ୍ଗ ଗ୍ରାମବାସୀ ଓ ସାର୍ବଜନୀନ ପୂଜା କମିଟି ଧୁମ୍ ଧାମରେ ମାଙ୍କର ପୂଜାର୍ଚ୍ଚନା ୧୬ ବର୍ଷ ଧରି କରି ଆସୁଥିବା ଦେଖିବାକୁ ମିଳିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ଚିନ୍ମୟୀ ସାହୁ ଙ୍କ କବିତା ବିଘ୍ନହର ବିଘ୍ନରାଜ

Sunil Chandra Nayak

ରାଜ୍ୟସ୍ତରୀୟ କବି ଲେଖକ କଳାକାର ସମାବେଶ ଆୟୋଜିତ

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!