ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ପ୍ରଥିତ ଗୀତିକବି ସ୍ବର୍ଗତ ଜୀତେନ୍ଦ୍ର ପଟନାୟକଙ୍କ ପୂଣ୍ଯତିଥି ସମାରୋହ

ମୟୂରଭଞ୍ଜ -୦୩/୧୦/୨୨(ମସିହା)  ଓଡିଶାମାଟି ତଥା ମୟୂରଭଞ୍ଜ ଜିଲ୍ଲାର ଆମ ରାଇରଙ୍ଗପୁର ଅଂଚଳର ସଂଗୀତ ଜଗତର ଧ୍ରୂବତାରା ସ୍ବର୍ଗତ ଜୀତେନ୍ଦ୍ର ପଟ୍ଟନାୟକଙ୍କ ଆଜି ପୂଣ୍ଯତିଥି ।ସେହି ମହାନ ଗୀତିକାର ଜୀତେନ୍ଦ୍ର ପଟନାୟକଙ୍କ ସଙ୍ଗୀତ ଜଗତର ଅବଦାନକୁ ଚିର ସ୍ମୃତିରେ ସାଇତି ରଖିବା ପାଇଁ ଏବଂ ତାଙ୍କର ଲେଖନୀ ଯାଦୁକୁ ପୁନଃ ସମସ୍ତଙ୍କ ସମ୍ମୁଖରେ ଉଜ୍ଜୀବିତ ରଖିବା ପାଇଁ ମୟୂରଭଞ୍ଜ ଜିଲ୍ଲାର ଅଗ୍ରଣୀ ସାମାଜିକ -ସାଂସ୍କୃତିକ ଅନୁଷ୍ଠାନ ‘ପରିକ୍ରମା’ର ପ୍ରତିଷ୍ଠାତା ସଦସ୍ୟ ଶ୍ରୀ ମନୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କିଛି ବର୍ଷ ହେଲା ସ୍ମୃତି ସମାରୋହ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଆସୁଛି । ସୋମବାର ଦିନ ସଂନ୍ଧ୍ୟାରେ ବିଜୁପଟ୍ଟନାୟକ ଛକରେ ତଥା କୁଚେଇବୁଢି ଦୁର୍ଗାମଣ୍ଡପ ସମ୍ମୁଖରେ ବିଶାଳ ସ୍ବର୍ଗତ ଜୀତେନ୍ଦ୍ର ପଟ୍ଟନାୟକ ପୂଣ୍ଯତିଥୀ ସମାରୋହ ଖୁବ ଆନନ୍ଦ ଓ ଉଲ୍ଲାସର ସହ ଅନୁଷ୍ଠିତ ହୋଇଯାଇଛି ।କାର୍ଯ୍ୟକ୍ରମର ମଂଚ ପରିଚାଳନା କରିଥିଲେ ରାଇରଙ୍ଗପୁର ବାଳକ ଉଚ୍ଚ ବିଦ୍ୟାଳୟ ର ଭାରାକ୍ରାନ୍ତ ପ୍ରଧାନ ଶିକ୍ଷକ ରଂଜନ ନନ୍ଦ । ଏହି ସାରସ୍ବତ ମଂଚରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୁଖ୍ୟ ବକ୍ତା ଭାବେ ଵହଳଦା ଧୀରଜଲାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ହିମାଂଶୁ ଶେଖର ପଟ୍ଟନାୟକ, ସମାଜ ସେବୀ ଈଶାନ ମିଶ୍ର, ଅନୁଷ୍ଠାନର ବରିଷ୍ଠ ସଦସ୍ୟ ରାଜା ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ଗଣ କହିଥିଲେ ଯେଉଁ ସମାଜ ପୂଜ୍ୟପୂଜା ଙ୍କୁ ସମ୍ମାନ ଦିଏ ନାହିଁ ସେଠି ସଭ୍ୟତା ଅବକ୍ଷୟ ମୁଖୀ । ସଂଗୀତ ଦୁନିଆରେ ସ୍ଵର୍ଗତ ଜୀତେନ୍ଦ୍ର ପଟ୍ଟନାୟକ ଅବଦାନ ଅବିସ୍ମରଣୀୟ, ଅବର୍ଣ୍ଣନୀୟ । ଯାନ୍ତ୍ରିକ ଦୁନିଆରେ ଅବିଚଳିତ, ଅଶାନ୍ତ ସମାଜକୁ ଶୃଙ୍ଖଳା ଓ ରସମୟ କରିବାରେ ଓ ଶାନ୍ତି ଆଣିବାରେ ସାଂସ୍କୃତିକ ଭୂମିକା ଅନନ୍ୟ ।ଏହି କାର୍ଯ୍ୟକ୍ରମରେ ଅତିଥି ଗଣ ସମାଜରେ ବିଭିନ୍ନ କ୍ଷେତ୍ରରେ ଅବଦାନ ଥିବା ବ୍ୟକ୍ତି ବିଶେଷ ତଥା କଳାକାର ଓ ସାରସ୍ଵତ ସାଧକ ଏ ‘ମାଟିର ଗୌରବ”- ଶ୍ରୀଯୁକ୍ତ ବିଜୟ ଅଗ୍ରୱାଲ, ରାଇରଙ୍ଗପୁର; ଝୁମର ବିଶାରଦ ତଥା ଏ ‘ମାଟିର‌ ମହକ’-ଶ୍ରୀ ସୌରୀଦତ୍ତ ମହାନ୍ତ ଏବଂ ଗଣମାଧ୍ୟମ କ୍ଷେତ୍ରରେ ଏ ‘ମାଟିର ସୌରଭ’ -ଶ୍ରୀ ରବୀନ୍ଦ୍ର ପଟ୍ଟନାୟକଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ପରେ ଭୂବନେଶ୍ବରର ଜଗନ୍ନାଥ ଦାସଙ୍କ ସାଂସ୍କୃତିକ ଦଳ ଜୀତେନ୍ଦ୍ର ପଟ୍ଟନାୟକଙ୍କ ମନଛୁଆଁ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ବିମୋହିତ କରିଥିଲେ । ଶେଷରେ ଏହି ସାରସ୍ବତ କାର୍ଯ୍ୟକ୍ରମକୁ ଶୃଙ୍ଖଳାର ସହ ସଂପନ୍ନ ହୋଇଥିବାରୁ ଉପସ୍ଥିତ କଳାକାର, ସ୍ବେଚ୍ଛାସେବୀ, ଦୁର୍ଗାପୂଜା କମିଟି, ପୋଲିସ ଏବଂ ଦର୍ଶକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ 

Related posts

ଧର୍ମଗଡ଼ କେନ୍ଦ୍ରାଞ୍ଚଳ କୋଶଳେଶ୍ୱର ମାଳି ସମାଜ ଖଳିଆପଲି ରେ ବୈଠକ ଅନୁଷ୍ଠିତ 

Sunil Chandra Nayak

ବୋଡ଼େନ ସରପଞ୍ଚ ସଂଘ ଗଠିତ

Sunil Chandra Nayak

ଗୋପାଳପୁର ଅଙ୍ଗନବାଡି କେନ୍ଦ୍ରରେ ବିଶ୍ବ ସ୍ତନ୍ୟପାନ ସପ୍ତାହ ପାଳିତ

Sunil Chandra Nayak

Leave a Comment

error: Content is protected !!