ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଁ ମାଣିକେଶ୍ବରୀଙ୍କ ବିଶ୍ୱ ପ୍ରସିଦ୍ଧ ଛତର ଯାତ୍ରା ଉପଲକ୍ଷେ ଅନଲାଇନ କବିତା ଆସର

ଭବାନୀପାଟଣା ୦୩/୧୦  : ଓଡିଶାର ପ୍ରାଚୀନ ଶକ୍ତିପୀଠ ଗୁଡିକ ମଧ୍ୟରେ କଲାହାଣ୍ଡି ଜିଲ୍ଲା ଭବାନୀପାଟଣାର ମାଁ ମାଣିକେଶ୍ବରୀଙ୍କ ମନ୍ଦିର ଏକ ଅନନ୍ୟ ଶକ୍ତିପୀଠ । କଲାହାଣ୍ଡିର ଇଷ୍ଟଦେବୀ ହେଲେ ମାଁ ମାଣିକେଶ୍ବରୀ । ମାଣିକ୍ୟ ଶବ୍ଦରୁ ମାଁ ମାଣିକେଶ୍ବରୀଙ୍କ ନାମ ଦିଆଯାଇଛି । ମାଁ ଙ୍କର ଛତର ଯାତ୍ରା ହେଉଛି ମୁଖ୍ୟ ଉତ୍ସବ । ଏହି ଦିନ ମାଁଙ୍କୁ ଦର୍ଶନ କରିବାପାଇଁ ବହୁଦୂରରୁ ଭକ୍ତମାନେ ଆସିଥାନ୍ତି । ଆଉ ମାଁ ସମସ୍ତଙ୍କର ମନସ୍କାମନା ପୂରଣ କରିଥାନ୍ତି ବୋଲି ବିଶ୍ୱାସ ରହିଛି । ଶାକ୍ତ ପରମ୍ପରା ଅନୁଯାୟୀ ଅନେକ ଦିନରୁ କଳାହାଣ୍ଡିର ଜନଜୀବନରେ ବିଦ୍ୟମାନ ସେହି ପରମ୍ପରାର ସ୍ୱତନ୍ତ୍ରତାକୁ ଦୃଷ୍ଟିରେ ରଖି ଯୁବକବି ଖୁସିରାମ ସାହୁଙ୍କ ଦ୍ୱାରା ଗଠନ କରାଯାଇଥିବା ଏକ ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ‘ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ’ ତରଫରୁ କଳାହାଣ୍ଡିର ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ପବିତ୍ର ଛତର ଯାତ୍ରା ଉପରେ ଏକ ଅନଲାଇନ କବିତା ଆସର ଆୟୋଜିତ କରାଯାଇଥିଲା । ଏହି ଆସରରେ ଚନ୍ଦ୍ରକାନ୍ତ ବିଶ୍ୱାଳ, ଡ଼. ଭବାନୀ ଶଙ୍କର ନିଆଲ, ଭାରତୀ ରଥ, ଯୋଗଗୁରୁ ସନାତନ ମହାକୁଡ଼,ରବି ନାରାୟଣ ପଣ୍ଡା,ରାଜକିଶୋର ମୁଣ୍ଡି, ମନ୍ମଥ ସ୍ବାଇଁ, ସୁଶାନ୍ତ ରଣା ଉପସ୍ଥିତ ଥିଲେ । ଏହି କବିତା ଆସରରେ ଓଡିଶାର କୋଣ ଅନୁକୋଣରୁ ପ୍ରାୟ ଶତାଧିକ କବି ଓ କବୟିତ୍ରୀ ଯୋଗଦେଇ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ । ଯାଜପୁର ର ମନୋଜ କୁମାର ଶତପଥୀ, ଶାନ୍ତିଲତା ରଣା,ଲଲାଟ କେଶରୀ ବଳସାମନ୍ତ,କଳାହାଣ୍ଡି ର ଚିତ୍ତରଞ୍ଜନ ସାହୁ,ଉର୍ମିଳା ଗଉଡ଼,ବିନୟ ନାଏକ, ଅରବିନ୍ଦ ସାହୁ, ତରଙ୍ଗ ଚଣ୍ଡି,ଗୌରଚନ୍ଦ୍ର ଗହୀର,ଭଦ୍ରକ ର ବେଣୁଧର ବେହେରା, ନୂଆପଡା ର ଗୀତାଞ୍ଜଳି ମାଝୀ, କଟକ ର ସନ୍ତୋଷ କୁମାର ପଣ୍ଡା,ସସ୍ମିତା ବେହେରା,ବିଜୟ କୁମାର ସ୍ବାଇଁ,ଗଞ୍ଜାମ ର ପ୍ରତାପ ଚନ୍ଦ୍ର ମିଶ୍ର,ମଧୁସ୍ମିତା ସାହୁ,ନବରଙ୍ଗପୁର ର ଚୂଲେଶ୍ୱର ନାୟକ,ବୌଦ୍ଧ ର ଅନିଲ୍ କୁମାର, କେନ୍ଦ୍ରାପଡ଼ା ର ଗୋବିନ୍ଦ ବେହେରା,ବରଗଡ଼ ର ବେଦବ୍ୟାସ ମେହେର,ସମ୍ବଲପୁର ର ଜ୍ଞାନେନ୍ଦ୍ରୀୟ ଦାଶ,ନୟାଗଡ଼ ର ଅଶୋକ କୁମାର ନାୟକ, ବାଲେଶ୍ୱର ର ସୁଜାତା ଦାସ ପ୍ରମୁଖ ନିଜର ସୃଷ୍ଟି ସମ୍ଭାରର ନୈବେଦ୍ୟ ଦେଇ ଏହି କବିତା ଆସରକୁ ଭକ୍ତିମୟ କବିତା ଜରିଆରେ ମାଁ ମାଣିକେଶ୍ବରୀଙ୍କ ପଦାରବିନ୍ଦରେ ଅର୍ପଣ କରିଥିଲେ ।

Related posts

ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ପଶୁ ରାଇଜ ଓ ତାଙ୍କର ତେଜ

Sunil Chandra Nayak

ରାଇରଙ୍ଗପୁର ଟାଉନ ଥାନାରେ ସଂପର୍କ ଆନୁକୁଲ୍ୟରେ ‘ଶିଶୁ ମିତ୍ର ଥାନା’ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!