ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିନପୁର ଖେଳ ପଡ଼ିଆ ଠାରେ ମା ଧରଣୀ ଫୁଟବଲ ଟୁର୍ଣ୍ଣା ମେଣ୍ଟ ଉଦଯାପିତ

ଯୁଗେ ଯୁଗେ ମାନବ ସଭ୍ୟତାର ବିକାଶ ହେବା ପରେ ପ୍ରାଗଐତିହାହିକ ଯୁଗ ରୁ ମାନବ କ୍ରୀଡ଼ା ସହିତ ସମ୍ପର୍କ ରଖି ଆସୁଥିବା ବେଳେ ବିନପୁର ଭୁଲିବ କେମିତି, ତାହାର ନିଚ୍ଛକ ଉଦାହରଣ ଦେଖିବାକୁ ମିଳିଛି ବିନପୁର ଇଡେନଗାର୍ଡେନ ଖେଳ ପଡିଆରେ , ହଜାର ହଜାର ସଂଖ୍ୟା ରେ ଦର୍ଶକ ତା ସହିତ ମହିଳା ଦର୍ଶକ ,ଦୀର୍ଘ ୨୭ ବର୍ଷ ଧରି ଚାଲି ଆସୁଛି ଏଭଳି ପରସମ୍ପରା , ଖାଲି ଯେ ବ୍ଲକ ସ୍ତରୀୟ ନୁହେଁ କି ଜିଲ୍ଲା ସ୍ତରୀୟ ନୁହେ ଆନ୍ତରାଜ୍ୟ ଫୁଟବଲ ମ୍ୟାଚ ର ପରୀକଳ୍ପନା କରୁଛି । ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବିନପୁର ଇଡେନ ଗାର୍ଡେନ ଖେଳପଡ଼ିଆ ରେ ଉଦଯାପିତ ହୋଇଯାଇଛି ମାଁ ଧରଣୀ ଫୁଟବଲ ଟୁଣ୍ଣାମ୍ୟାଚ । ଫାଇନାଲ ମ୍ୟାଚ ରେ ବୋଡେ଼ନ ଓ ଚଟିଆଗୁଡା ଫୁଟବଲ କ୍ଲବ ମଧ୍ୟରେ ସଂଘର୍ଷ ପୂର୍ଣମ୍ୟାଚ ହୋଇଥିବା ବେଳେ ବୋଡେ଼ନ 2-0 ଗୋଲ ବ୍ୟବଧାନରେ ମ୍ୟାଚ ଜିତି ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ଏହି ଅବସରରେ ରାଜ୍ୟ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ,ଜିଲ୍ଲା ପରିଷଦ ଅଧକ୍ଷ୍ୟା ଡଳି ମାଝି ,ବିଜୁ ଜନତା ଦଳ ନୂଆପଡ଼ା ର ସାଧାରଣ ସମ୍ପାଦକ ଲମ୍ବୋଦର ନିଆଲ ,କୃଷ୍ଣ ଲାଲ ଦୀପ , ପୂର୍ବତନ ଜିଲ୍ଲା ପରିସଦ ପର୍ଶୁରାମ ନିଆଲ , ସାମ୍ବାଦିକ ଟିକେଶ୍ୱର ନାଗ ,ଜାମଗାଁ ର ସମାଜ ସେବୀ ଝସକେତନ ନାଗ ,ପ୍ରମୁଖ ଯୋଗଦେଇ ଉଭୟ ବିଜୟ ଓ ପରାଜିତ ଦଳକୁ ନଗଦ 10,000 ଓ 7000 ହଜାର ଟଙ୍କା ସହିତ ଟ୍ରଫି ପୁରସ୍କାର ପ୍ରଦାନ କରିଥିଲେ । ମାଁ ଧରଣୀ ଫୁଟବଲ ଆୟୋଜନ କମିଟି ର ସଭାପତି ବେଦବ୍ୟାସ ନାଗ ମଞ୍ଚ ପରିଚାଳନା କରିଥିବା ବେଳେ ଜାତୀୟ ଭାଷ୍ୟକାର ପ୍ରକାଶ କୁମାର ପାତ୍ର , ମନୋଜ କୁମାର ଖମାରୀ , ଥବିର ଦୀପ ,ସରୋଜ , ପ୍ରତ୍ୟୁଷ ଜଗତ ,ରଞ୍ଜନ ହଂସ , ଜୀବନ୍ତ ଧାରାବିବରଣୀ ପ୍ରଦାନ କରିଥିଲେ , ମ୍ୟାଚ ର ମୁଖ୍ୟ ଖେଳପରିଚାକ ରୂପେ ଦେବାଦୀଶ ଯୋଶୀ ,ଲାଇନ ଅଗ୍ରଣୀ କ୍ରୀଡ଼ାବିତ ଚନ୍ଦ୍ର ମାଝୀ ,ରିକୁ ମାଝୀ ସେହିଭଳି ମ୍ୟାଚ ର ସମ୍ପୁର୍ଣ୍ଣ ଜୀବନ୍ତ ପ୍ରସାରଣ PC CREATION କାପସି ଦ୍ୱାରା ପ୍ରସାରଣ କରାଯାଥିଲା।ପ୍ରସାରଣ ଦାଇତ୍ୱ ବିହାରୀ ଲାଲ ମଷରା ଓ ଶେଖର ଦାସ ନେଇଥିବା ବେଳେ ବରିଷ୍ଠ କ୍ରୀଡ଼ାବିତ ତଥା ଖେଳପରିଚାଳକ ତାପସ କୁମାର ପତି , ଅଭିମନ୍ୟୁ ବାରିକ ଉପସ୍ଥିତ ରହି ଖେଳାଡ଼ି ସହିତ ଭାଷ୍ୟକାର ମାନଙ୍କୁ ଉତ୍ସାହ ବର୍ଦ୍ଧନ କରିଥିଥଲେ । ଉକ୍ତ ଟୁର୍ଣ୍ଣା ମ୍ୟାଚ ରେ ସବୁଦିନ ପରି ଟିକଚନ ନିଆଳ ଓ ଗଗନ ପରାଭୋଏ ଖେଳାଡ଼ି ସହିତ ଅତିଥି ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେେ। ବାସ୍ତବିକ ଦିର୍ଘ ବର୍ଷଧରି ଖେଳ ଆୟୋଜନ କଷ୍ଟ ସାଧ୍ୟ ,କିନ୍ତୁ ବର୍ତମାନ ଯାଏ ଜେଉ ଭାବରେ କମିଟି ଖେଳକୁ ପରିଚାଳନା କରୁଛନ୍ତି ତାହା ଧନ୍ୟବାଦ ଯୋଗ୍ୟ । କିନ୍ତୁ କେବେ ପାଳନ ହେବ ରୂପୟ ଜୟନ୍ତୀ ତାହା ଦେଖିବାକୁ ବାକି । ହେଲେ ରୂପିସ ଜୟନ୍ତୀ ପାଲନ ଅବସରରେ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଙ୍କ ମିନି ଷ୍ଟାଡିୟମ ନିର୍ମାଣକୁ ନେଇ ପ୍ରତିଶୃତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଗଞ୍ଜାମ ଜିଲ୍ଲା ଦଣ୍ଡନାଚ ମହାସଂଘର ସାଙ୍ଗଠନିକ ବୈଠକରେ ବାଲେଶ୍ଵର

Sunil Chandra Nayak

ଗାଧେଇବାକୁ ଯାଇ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ

Sunil Chandra Nayak

ଆସନ୍ତା ୧୦ରେ ସମ୍ବାଦ ସାହିତ୍ୟ ଘର ରାଉରକେଲା ତରଫରୁ ସମ୍ବର୍ଦ୍ଧିତ ହେବେ ସୌମ୍ଯରଂଜନ

Sunil Chandra Nayak

Leave a Comment

error: Content is protected !!