ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ତ୍ରିଲୋଚନ ପାଢ଼ୀ ଙ୍କ କବିତା ପବିତ୍ର ବିଜୟା ଦଶମୀ

ପବିତ୍ର ବିଜୟା ଦଶମୀ

ତ୍ରିଲୋଚନ ପାଢ଼ୀ

 (ଶିକ୍ଷକ )
ଶରତ ଋତୁରେ 
ଶାରଦୀୟ ପର୍ବ 
ଆସିଅଛି ଦଶହରା 
କାଶତଣ୍ଡୀ ଫୁଲ 
ଅପୂର୍ବ ସମ୍ଭାର 
ସୁନ୍ଦର ଦିଶୁଛି ଧରା l
ପୂଜା ମଣ୍ଡପରେ 
ମେଢ଼ରେ ଶୋଭିତ 
ଶକ୍ତି ସ୍ୱରୂପିଣୀ 
ବିଜେ ମା ଦେବୀ ଦୁର୍ଗା 
ଦଶଭୂଜା ରୂପେ 
ଜଗତଜନନୀ 
ଦୁର୍ଗତିନାଶିନୀ 
ଦିଶନ୍ତି ଅପୂର୍ବ ଶୋଭା l
ବିଜୟା ଦଶମୀ 
ଦଶହରା ପର୍ବରେ 
ତୁମ ଆଗମନେ ମା 
ବିଶ୍ୱ ହେଉ ମଧୁମୟ 
ଅନ୍ୟାୟ ଅନୀତି 
ଦୂର ହୋଇଯାଉ 
କାଳେ କାଳେ ହେଉ 
 ସତ୍ୟ ଧର୍ମର ବିଜୟ ll
ସମ୍ପାଦକ, ସମ୍ବାଦ ସାହିତ୍ୟ ଘର,
ନାଉଗାଁ ସା, ପୋ :-ନନ୍ଦିଗ୍ରାମ 
ଭାୟା :-ନାଉଗାଁ ହାଟ , ଜିଲ୍ଲା :-ଜଗତସିଂହପୁର 

Related posts

ଗ୍ରାମାଞ୍ଚଳ ସାମ୍ବାଦିକ ସଂଘର ବନ୍ଧୁ ମିଳନ ଓ ସାଧାରଣ ବୈଠକ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ଭାବ କଳ୍ପରେ କବି

Sunil Chandra Nayak

ଫୁଟବଲ୍ ଟୁର୍ଣ୍ଣାମେଣ୍ଟ: ତେରେସିଂହା ଚାମ୍ପିୟାନ

Sunil Chandra Nayak

Leave a Comment

error: Content is protected !!