ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିମା-୨୦୨୨ ପାଇଁ ପ୍ରସ୍ତୁତି ବୈଠକ

ରାଉରକେଲା/ ଉତ୍କଳ ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ‘ ଗରିମା- ୨୦୨୨’ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ ସେକ୍ଟର ୨ ସେହେନାଇ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନ ର ଅଧ୍ୟକ୍ଷ ସୁନିଲ କାୟଲଙ୍କ ଅଧ୍ୟକ୍ଷତା ଓ ସାଧାରଣ ସଂପାଦକ ଶଙ୍କର ଜେନାଙ୍କ ଆବାହକତ୍ବରେ ଆୟୋଜିତ ଏହି ପ୍ରସ୍ତୁତି ବୈଠକରେ ଆଗାମୀ ଏପ୍ରିଲ ମାସ ୨ତାରିଖ ଦିନ ସିଭିକ ସେଣ୍ଟର ଠାରେ ସଂଧ୍ୟା ୬ଘଟିକା ସମୟରେ ଗରିମା ୨୦୨୨ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି। ଏହି କାର୍ଯ୍ୟକ୍ରମ ରେ ଓଡିଶାର ପ୍ରସିଦ୍ଧ ଶକ୍ତିପୀଠ ଗୁଡିକର ଅଧିଷ୍ଠିତ ଦେବୀଙ୍କ ପ୍ରତୀକାତ୍ମକ ରୂପ ପ୍ରଦର୍ଶିତ ହେବ। ଏହା ସହ ସମ୍ବଲପୁରୀ ଓ ଓଡିଶୀ ନୃତ୍ୟ, ସଂଗୀତ, ପାରମ୍ପରିକ ଖାଦ୍ୟ ପ୍ରଦର୍ଶନ, ସମ୍ବର୍ଦ୍ଧନା ସହ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ ବୋଲି କୁହାଯାଇଛି। ଏହି କାର୍ଯ୍ୟକ୍ରମକୁ ବିଗତ ବର୍ଷ ଭଳି ଆକର୍ଷଣୀୟ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ ସ୍ଥିର କରାଯାଇଛି। ଏହି ବୈଠକରେ ଶ୍ରୀକାୟଲ ଓ ଶ୍ରୀଜେନାଙ୍କ ବ୍ୟତୀତ ଉପଦେଷ୍ଟା ରଶ୍ମିତ ସାହାଣୀ, ନିହାରିକା ବସ୍ତିଆ,ମମତା ନାୟକ, ସସ୍ମିତା ଜେନା, ଶାନ୍ତିଲତା ବାରିକ, ପ୍ରଣତୀ ଜେନା, ଦୀପିକା ଦେ,ସିଲି ମହାନ୍ତି, ସନ୍ତୋଷୀ ମଲ୍ଲିକ, ରେବତୀ ବାରିକ, ଶଙ୍ଖରିନା ପ୍ରଧାନ, ସୁମିତ୍ରା ଦାଶ,ମମତା ଦାସ,ବନ୍ଦନା ପଟ୍ଟନାୟକ, ସରିତା ମଲ୍ଲ,ମୋନାଲିସା ସାହୁ, ମୋନାଲିସା ଗୌଡ,ଶର୍ମିଲା ରାଜଗୁରୁ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଶେଷରେ ଉପଦେଷ୍ଟା ଶ୍ରୀ ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ବିଭିନ୍ନ ଦାବୀ କୁ ଅଣଦେଖା: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ର ତିନି ସଂଗଠନ ତରଫରୁ ଗଣ ଧାରଣା ନୋଟିସ

Sunil Chandra Nayak

ଚୋରୀ ସାମଗ୍ରୀ ଜବତ, ଧରାପଡିଲେ ୩ ନାବାଳକ

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଲୋହିତ ଗୋଧୂଳି

Sunil Chandra Nayak

Leave a Comment

error: Content is protected !!