ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ

       ପ୍ରେମ 

ପ୍ରେମ ବୁଝେନାହିଁ  ପାପ ପୁଣ୍ୟ କିଛି 
    ଲାଭ କ୍ଷତି ମିଳେ କେତେ 
ବୁଝେ ନାହିଁ ସିଏ ପିଲା ବୁଢ଼ା କିଛି 
     ସଭିଙ୍କ ଖୁସିରେ ମାତେ 
ପ୍ରେମ ଏକା ବୁଝେ ହୃଦୟ ଭାଷାକୁ
      ଝୁରେ କେ କାହାକୁ କେତେ 
ପ୍ରେମ ବୁଝେନାହିଁ  …………….୧ 
କିଏ କହେ ତାକୁ ଭରା ଯଉବନ
ଉଛୁଳା ନଈର ଧାର
କିଏ କହେ ତାକୁ ପାଗଳ ବିଳାପ 
ପୁଣି ମନ୍ଦାକିନୀ ଧାର 
କେବେ,ସେ ହସାଏ କେବେ ସେ କନ୍ଦାଏ 
ମିଳନ ବିଚ୍ଛେଦ ସାଥେ
ପ୍ରେମ ବୁଝେନାହିଁ  …………….୨ 
କାହାପାଇଁ ପ୍ରେମ କଳଙ୍କର ଟିକା
       ଜୀବନକୁ ଦିଏ ଜାଳି
କାହାପାଇଁ ପ୍ରେମ ହସର ପସରା
     ଫଗୁଣର ଫୁଲ ଦୋଳି 
ପ୍ରେମ ବିନା ଏଠି ଜୀବନ ଯନ୍ତ୍ରଣା
     ନରକ ସମାନ ସତେ
ପ୍ରେମ ବୁଝେନାହିଁ  ପାପ ପୁଣ୍ୟ କିଛି 
ଲାଭ କ୍ଷତି ମିଳେ କେତେ ………….୩

ସତ୍ୟରଞ୍ଜନ ସ୍ୱାଇଁ

ଅବଦଲପୁର, ଯାଜପୁର

Related posts

ଡକାୟତ ଦଳ ର ମୁଖ୍ୟ ସୂତ୍ରଧର କୁ ବାନ୍ଧିଲା ପୋଲିସ

Sunil Chandra Nayak

ଗ୍ରାମପଞ୍ଚାୟତ ପରିସର ସାଜିଛି ଗାଈଗୋଠ ସଦୃଶ୍ୟ ପରିବେଶ ପ୍ରତି କାହାରି ନିଘା ନାହିଁ

Sunil Chandra Nayak

ପି ସି ସି ସଦସ୍ୟ ହେଲେ ଦିଲ୍ଲୀପ ପ୍ରଧାନୀ

Sunil Chandra Nayak

Leave a Comment

error: Content is protected !!