Uncategorizedସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା ପ୍ରେମ by Sunil Chandra NayakOctober 5, 20220160 Share0 ପ୍ରେମ ପ୍ରେମ ବୁଝେନାହିଁ ପାପ ପୁଣ୍ୟ କିଛି ଲାଭ କ୍ଷତି ମିଳେ କେତେ ବୁଝେ ନାହିଁ ସିଏ ପିଲା ବୁଢ଼ା କିଛି ସଭିଙ୍କ ଖୁସିରେ ମାତେ ପ୍ରେମ ଏକା ବୁଝେ ହୃଦୟ ଭାଷାକୁ ଝୁରେ କେ କାହାକୁ କେତେ ପ୍ରେମ ବୁଝେନାହିଁ …………….୧ କିଏ କହେ ତାକୁ ଭରା ଯଉବନ ଉଛୁଳା ନଈର ଧାର କିଏ କହେ ତାକୁ ପାଗଳ ବିଳାପ ପୁଣି ମନ୍ଦାକିନୀ ଧାର କେବେ,ସେ ହସାଏ କେବେ ସେ କନ୍ଦାଏ ମିଳନ ବିଚ୍ଛେଦ ସାଥେ ପ୍ରେମ ବୁଝେନାହିଁ …………….୨ କାହାପାଇଁ ପ୍ରେମ କଳଙ୍କର ଟିକା ଜୀବନକୁ ଦିଏ ଜାଳି କାହାପାଇଁ ପ୍ରେମ ହସର ପସରା ଫଗୁଣର ଫୁଲ ଦୋଳି ପ୍ରେମ ବିନା ଏଠି ଜୀବନ ଯନ୍ତ୍ରଣା ନରକ ସମାନ ସତେ ପ୍ରେମ ବୁଝେନାହିଁ ପାପ ପୁଣ୍ୟ କିଛି ଲାଭ କ୍ଷତି ମିଳେ କେତେ ………….୩ ସତ୍ୟରଞ୍ଜନ ସ୍ୱାଇଁ ଅବଦଲପୁର, ଯାଜପୁର