ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଧବ ବୋହୂ

ସାଧବ ବୋହୂ

ଉପେନ୍ଦ୍ର କୁମାର ବସ୍ତିଆ

   
ସାଧବ ବୋହୁଲୋ ସାଧବ ବୋହୁ 
ଟୁକୁଟୁକୁ ପାଦ ପକାଉ ଥାଉ 
ଏତେ ଦିନଯାଏ କେଉଁଠି ଥାଉ 
ପହିଲି ଆଶାଢ଼େ ମୁଁହ ଦେଖାଉ 
ସାଧବ ବୋହୁଲୋ ସାଧବ ବୋହୁ । 
ନାଲି ପାଟ ପିନ୍ଧି ଚାଲୁଣ ଥାଉ 
ଡାକିଲେ ପଛକୁ ଅନାଉ ନାହୁଁ
ନାଲି ଖଣ୍ଡୁଆ ତୁ ପାଇଲୁ କାହୁଁ 
ପଣତକୁ ଢାଙ୍କି କଣେଇଁ ଚାହୁଁ
ସାଧବ ବୋହୁଲୋ ବୋହୁ ।
ବରଷା ପାଣିକୁ ମାନଉ ନାଂହୁ
ଧନ୍ୟ ସେ ବିନ୍ଧାଣୀ ଗଢ଼ିଲା କାହୁଁ 
ଘାସ ଗାଲିଚାରେ ପାଦ ପକାଉ
ରୁଣୁଝୁଣୁ ଶବ୍ଦ ନ ହୁଏ ଆଉ 
ସାଧବ ବୋହୁଲୋ ସାଧବ ବୋହୁ ।
ଶାଢ଼ୀ ଚୁଡ଼ି କେବେ ପିନ୍ଧଉ ନାହୁଁ
ଖାଲି ଗହଣାରେ ଶୋଭା ଦିଶଉ 
ଫୁଲେଇ ହୋଇଣ ମୁଁହ ଲୁଚାଉ 
ସୁନ୍ଦରତା ଭାବି କଥା ନ କହୁ
ସାଧବ ବୋହୁଲୋ ସାଧବ ବୋହୁ।
ସଭିଙ୍କ ମନରେ ଆନନ୍ଦ ଦେଉ 
ରହିଯା ଟିକିଏ ଡାକୁଛି ଜହୁଁ 
କଥା ନ କହିଲେ ପଳାଉ କାହୁଁ 
ମନ ଭରି ଟିକେ ଦେଖିବି ଆଉ 
ସାଧବ ବୋହୁଲୋ ସାଧବ ବୋହୁ।
କେଉଁଠୁ ଆସି ତୁ କୁଆଡେ ଯାଉ
ସଭିଙ୍କ ମନରେ ଆନନ୍ଦ ଦେଉ 
ଦିଶଉ ସତେକି ସାଧବ ବୋହୁ 
ସାଧବାଣୀ ବୋଲି ବୋଲାଉ ନାହୁଁ 
ସାଧବ ବୋହୂଲୋ ସାଧବ ବୋହୁ।

ରାଉରକେଲା

Related posts

କୋକସରା ବ୍ଲକ ନିର୍ଦ୍ୱନ୍ଦ ରେ ବ୍ଲକ ଅଧ୍ୟକ୍ଷା ହେଲେ ରିତା ଅଗ୍ରୱାଲ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଏମିତି ମିଛୁଆ ମୁହିଁ

Sunil Chandra Nayak

ବିଧାୟିକା ସୀମାରାଣୀ ଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ତ କାର୍ଯ୍ୟକ୍ରମ

Leave a Comment

error: Content is protected !!