ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇଟି ହାତୀ ଆକ୍ରମଣରେ ଗୃହ ନଷ୍ଟ ସହ ଅଳ୍ପକେ ବର୍ତିଲେ ବୁଢ଼ାବୁଢ଼ୀ ଓ ନାତୁଣୀ 

ମୟୂରଭଞ୍ଜ -୦୫/୧୦/୨୨ (ମସିହା) ମୟୂରଭଞ୍ଜ ଜିଲ୍ଲାରେ ଦିନକୁ ଦିନ ହାତୀ ଉପଦ୍ରବ ବଢ଼ି ଚାଲିଛି ଥମିବାର ନାଁ ଧରୁ ନାହିଁ। ହାତୀ ଉପଦ୍ରବ ଦ୍ଵାରା କେତେ ବେଳେ ନୀରିହ ଲୋକଙ୍କ ଜୀବନ ହାନି ହେଉଛି ତ କେତେ ବେଳେ ଚାଷ ଜମି ସହିତ ଘର ଦ୍ବାର ଭାଙ୍ଗି ଗରିବ ଲୋକଙ୍କୁ ବାସହରା କରିଦେଉଛନ୍ତି। ସୂଚନାଯୋଗ୍ୟଯେ ରାଇରଙ୍ଗପୁର ରେଞ୍ଜର ବିଜାତଳା ବ୍ଲକ ସ୍ଥିତ ରାଇହରି ପଞ୍ଚାୟତ ଯୋଡ଼ାଚୁଆ ଗାଁ ର ଖଡିଆସାହି ରେ ଦେଖବାକୁ ମିଳିଛି। ସୂଚନା ଥାଉ କି ଯୋଡ଼ା ଚୁଆ ଗାଁ ର ଜଙ୍ଗଲ ମଝିରେ ଥିବା ଦେହୁରୀ ସାହିର ବୁଗି ଦେହୁରୀ (୭୦) ତାଙ୍କ ସ୍ତ୍ରୀ ଜିରା ଦେହୁରୀ (୬୨) ଓ ନିଜର ୫ ବର୍ଷର ନାତୁଣୀ ଚାତରି ଦେହୁରୀ ଙ୍କୁ ନେଇ ଘରେ ଶୋଇଥିବା ସମୟରେ କରଣଝରଣ ଧୁସୁରା ସଂରକ୍ଷିତ ଜଙ୍ଗଲରୁ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଏକ ମାଈ ଓ ଦନ୍ତାହାତୀ ଆସି ବୁଗି ଦେହୁରୀ ର ଘରକୁ ଭାଙ୍ଗିବାକୁ ଆରମ୍ଭ କରିଥିଲେ।ଘର ଭାଙ୍ଗିବାର ଶବ୍ଦ ଶୁଣି ତିନି ହେଁ ସର୍ତକ ହୋଇ ଚୁପଚାପ୍ ଲୁଚି ଯାଇଥିଲେ ଫଳରେ ତିନି ଜଣ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିଲେ ସୁଦ୍ଧା ଜିରା ଦେହୁରୀ ଙ୍କ ଉପରେ କାନ୍ଥ ଭୁଷୁଡି ପଡି ଯାଇଥିବାରୁ ଜିରା ଦେହୁରୀ ଆହତ ହୋଇଥିଲେ। ତେବେ ଉକ୍ତ ଦୁଇ ହାତୀ ବୁଗିଙ୍କ ଘରଟିକୁ ସମ୍ପୂର୍ଣ୍ଣ ଭାଙ୍ଗି ସାରି ପୁଣି ଜଙ୍ଗଲ ମୁହାଁ ହୋଇଥିଲେ। ଏହା ବିଷୟରେ ଖବର ପାଇ ସ୍ଥାନୀୟ ସରପଞ୍ଚ ରାମଚନ୍ଦ୍ର ବେଶ୍ରା ପହଞ୍ଚି ବନ ବିଭାଗ କୁ ଖବର ଦେଇଥିଲେ। ଖବର ପାଇ ବୁଧବାର ସକାଳୁ ରାଇରଙ୍ଗପୁର ବନାଞ୍ଚଳର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ ପଟନାୟକ ବନରକ୍ଷୀ ପଦ୍ମାବତୀ ମହାନ୍ତ, ବନରକ୍ଷୀ କିରଣ କିସ୍କୁ, ଏବଂ ପାରା ଷ୍ଟାପ-ଚନ୍ଦ୍ର ଟୁଡୁ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ଘଟଣାର ଅନୁଧ୍ୟାନ ଆରମ୍ଭ କରିଥିଲେ।ଏଥି ସହିତ ସରପଞ୍ଚ ଓ ବନ ବିଭାଗ କର୍ମଚାରୀଙ୍କ ସହାୟତା କ୍ରମେ ଆଜି ବନ ବିଭାଗର ସରକାରୀ ଗାଡ଼ି ସାହାଯ୍ୟରେ ଜିରା ଙ୍କୁ ବିଜାତଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇ ତାଙ୍କ ପ୍ରାଥମିକ ଚିକିତ୍ସା କରାଇଥିଲେ।ବୁଗି ଓ ଜିରା ଦେହୁରୀ ଅତି ଗରିବ ଶ୍ରେଣୀର ହୋଇଥିବା ବେଳେ ବହୁ ବର୍ଷ ପୂର୍ବରୁ ଇନ୍ଦିରା ଆବାସ ଯୋଜନାରେ ଏହି ଘର ଖଣ୍ଡିକ ପାଇ ଥିଲେ ବୋଲି ବୁଗି ପ୍ରକାଶ କରିଛନ୍ତି। ନିଜର ଏକ ମାତ୍ର ଭରସା ଥିବା ବାସ ଗୃହକୁ ହରାଇ ସ୍ଵାମୀ ସ୍ତ୍ରୀ ସମ୍ପୂର୍ଣ୍ଣ ଅସହାୟ ହୋଇ ପଡିଥିବା ବେଳେ କ୍ଷତି ପୂରଣ ପାଇଁ ପ୍ରଶାସନ ପାଖରେ ଗୁହାରି କରିଛନ୍ତି। ଉକ୍ତ ଅଞ୍ଚଳ ହାତୀ ପ୍ରବଣ ଥିବା ବେଳେ ଏହି ଅଞ୍ଚଳରେ ହାତୀ ଘୋଉଡାଇବା ପାଇଁ ଗ୍ରାମବାସୀଙ୍କୁ ଅଧିକରୁ ଅଧିକ ଟର୍ଚ୍ଚ ଲାଇଟ୍ ଯୋଗାଇବା ସହିତ ରାତ୍ରୀକାଳୀନ ହାତୀ ଖେଦିବା ପାଇଁ ସ୍ଵତନ୍ତ୍ର ସ୍କ୍ୱାର୍ଡ ମୁତୟନ କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଫରଙ୍ଗରେ ନୃତନ ଗୋରୁବଜାର ଉଦଘାଟନ

Sunil Chandra Nayak

ପାଚେରୀ ଭୁଶୁଡି ପଡିବାରୁ ମାଆ ଝିଅ ଦୁଇ ଜଣଙ୍କର ମୃତ୍ୟୁ ବାପା ପୁଅ ଗୁରୁତର

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ବିଶ୍ୱାସରେ ଭରେ ବିଶ୍ବମୟତା

Sunil Chandra Nayak

Leave a Comment

error: Content is protected !!