ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଏସ. କେ. ଜି. ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ

ବାଲେଶ୍ଵର,୦୫/୯/୨୨- ପ୍ରତ୍ୟେକ ମଣିଷଙ୍କ ଜୀବନ ବ୍ୟସ୍ତ ଓ ବିବ୍ରତାରେ ପରିପୂର୍ଣ୍ଣ । ସାହିତ୍ୟ ହିଁ ମଣିଷର ଅଶାନ୍ତ ମନକୁ ଶାନ୍ତି ପ୍ରଦାନ କରି ପାରିବ ବୋଲି ଗତ ତା ୦୪/୯/୨୨ରିଖରେ ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ଛକ ନିକଟ ଏସ କେ ଜି ସାରସ୍ୱତ ଟ୍ରଷ୍ଟ ଓ ପଠାଗାରର ୭ମ ବାର୍ଷିକ ଉତ୍ସବ ଓ ଶାରଦୀୟ ବନ୍ଧୁ ମିଳନ ଉତ୍ସବରେ ଯୋଗ ଦେଇଥିବା ଅତିଥିମାନେ ବକ୍ତବ୍ୟରେ କହିଥିଲେ । ପୂର୍ବତନ ଡ଼ି ଆଇ ତଥା ସୁବାଷ ଚୌଧୁରୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ସ୍ତମ୍ଭକାର ସୁଦର୍ଶନ ଦାସ ମୁଖ୍ୟ ଅତିଥି, ଅପରାହ୍ନ ଏଡିଟର ବଂଶୀଧର ଜେନା ମୁଖ୍ୟ ବକ୍ତା, ବରେଣ୍ୟ ଅତିଥି ଭାବରେ ଯୋଗୀ ବଂଶୀଧର ମିଶ୍ର, ଡାକ୍ତର ସୁରେଶ ଚନ୍ଦ୍ର ପ୍ରଧାନ, ଅଧ୍ୟାପକ ଓ ଗୀତିକାର ନୀଳକଣ୍ଠ ଖଣ୍ଡା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବଳରାମ ସାହୁ, ବାଘା ଯତୀନ ସ୍ମୃତି ପରିଷଦ ସଭାପତି ଅରବିନ୍ଦ ବେହେରା , ପ୍ରାକ୍ତନ ଅଧ୍ୟକ୍ଷ ହୃଦୟ ରଞ୍ଜନ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଅତିଥି ମାନେ ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରିଙ୍କ ” ତାନିଆ ” ଗଳ୍ପ ସଂକଳନକୁ ଉନ୍ମୋଚନ କରିଥିଲେ । ସାହିତ୍ୟରେ ବିଶେଷ ଅବଦାନ ପାଇଁ ପଞ୍ଚୁପାଲି ଓଁକାର ପୂଜ୍ୟପୂଜା ସଂସଦର ସମ୍ପାଦକ ରାମ ରଞ୍ଜନ ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟ୍ରଷ୍ଟର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ଡକ୍ଟର ସୁକାନ୍ତ ଗିରି ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇଥିଲେ । ପ୍ରାରମ୍ଭରେ ବରିଷ୍ଠ ଅଧ୍ୟାପକ ବୀର ମାଧବ ଦାସ, ରାମ କୃଷ୍ଣ ଦାସ ଅଧିକାରୀ, ବିଜୟ କୁମାର ପାତ୍ର, ଯବନ କବି ସେକ୍ ନୀମାଜି, ଭୀମ ଚରଣ ବେହେରା, ସୁରେନ୍ଦ୍ର ପରିଡ଼ା, ଶବ୍ଦକୁଞ୍ଜର ପ୍ରତିଷ୍ଠାତା କାର୍ତ୍ତିକ ସେଠୀ, କାର୍ତ୍ତିକ ଦାସ, ଶିବାନନ୍ଦ ଦାସ ଅଧିକାରୀ, ଶ୍ରୀହରି ମଣ୍ଡଳ, ଅପରାହ୍ନ ପ୍ରକାଶିକା ଲଷ୍ମୀପ୍ରିୟା ଦାସ, କବୟିତ୍ରୀ କବିତା ପ୍ରଧାନ, ମାହେଶ୍ୱରୀ ଗିରି, ବିଷ୍ଣୁପ୍ରିୟା ମହାପାତ୍ର ସ୍ବରଚିତ କବିତା ପାଠ କରିଥିଲେ । ସମ୍ବାଦ ସାମ୍ବାଦିକ ସୁବଳ ଦାସଙ୍କ ସମେତ ସାମ୍ବାଦିକ ଗୋପାଳ ସାହୁ, ଲଷ୍ମୀଧର ପ୍ରଧାନ, ଅଶୋକ ଜେନା, ଦିଲ୍ଲୀପ ଦାସ ପ୍ରମୁଖ ଅଧ୍ୟାପକ, ଲେଖକ, ସାମ୍ବାଦିକ ସୁକାନ୍ତ କୁମାର ଗିରିକୁ ସମ୍ବର୍ଦ୍ଧନା କରିବା ସହିତ ଶୁଭେଚ୍ଛା ଜଣାଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ରାତ୍ରି ଗୋ! ତୁମେ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ବଇଁଶୀ ବାଜୁନି ଆଉ କୁଞ୍ଜରେ

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ରକ୍ଷାବନ୍ଧନ

Sunil Chandra Nayak

Leave a Comment

error: Content is protected !!