ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦଶହରା ଉପଲକ୍ଷେ ଖଣ୍ଡାୟତ କ୍ଷତ୍ରିୟ ମହାସଭାର ବାରହାତ ଖଡ୍ଗ ଶୋଭାଯାତ୍ରା

ରାଉରକେଲା/ ଦଶହରା ଉପଲକ୍ଷେ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ଇସ୍ପାତ ନଗର କମିଟି ତରଫରୁ ବାରହାତ ଖଡ୍ଗ ଶୋଭାଯାତ୍ରା ସେକ୍ଟର ୩ ଖଡ୍ଗ ଭବନ ଠାରୁ ବାହାରି ସେକ୍ଟର ୨ସ୍ଥିତ ବିଜୁ ପଟ୍ଟନାୟକ ପ୍ରତିମୂର୍ତ୍ତି ନିକଟ ପର୍ଯ୍ୟନ୍ତ ଯାଇ ପୁଣି ଖଡ୍ଗ ଭବନକୁ ଫେରିଥିଲା। ଅସତ୍ୟ ଉପରେ ସତ୍ୟ ଓ ଅଧର୍ମ ଉପରେ ଧର୍ମ ର ବିଜୟ ସହ ସମସ୍ତଙ୍କ ମଧ୍ୟରେ ଭାଇଚାରା ଓ ସହାବସ୍ଥାନର ବାର୍ତ୍ତା ନେଇ ଏହି ଶୋଭାଯାତ୍ରା ଆୟୋଜନ କରାଯାଇଥିଲା । ୪୬ତମ ଏହି ଖଡ୍ଗ ଶୋଭାଯାତ୍ରାରେ ମହାସଭାର ସାଧାରଣ ସମ୍ପାଦକ ଶଶଧର ପାତ୍ର ଓ ଉପସଭାପତି ସୁରେନ୍ଦ୍ର ରାଉତ, ଉପେନ୍ଦ୍ର ନାୟକ ଙ୍କ ନେତୃତ୍ଵରେ ଶତାଧିକ ମହିଳା ଓ ପୁରୁଷ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ଅନୁଷ୍ଠାନ ତରଫରୁ ଉପସଭାପତି ଉପେନ୍ଦ୍ର ନାୟକ ମାଲ୍ୟାର୍ପଣ କରିଥିଲେ । ଏହାପରେ ଖଡ୍ଗ ଭବନ ଠାରେ ଏକ ଭଜନ ସମାରୋହ ପରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ସର୍ବଶ୍ରୀ ଅମୂଲ୍ୟ ଚରଣ ବରାଳ, ରବି ପରିଡା,ଅକ୍ଷୟ ଜେନା,ସୁମନ୍ତ ଜେନା, ଭାନୁପ୍ରତାପ ଜେନା, ପିତାମ୍ବର ଲେଙ୍କା, ବାବାଜୀ ସ୍ବାଇଁ, ଜଗନ୍ନାଥ ରାଉତ, ଶମ୍ବୁନାଥ ପରିଡା, ଅକ୍ଷୟ ଦାସ, ନାରାୟଣ ସାମଲ, କିଶୋର ନାୟକ,ବସନ୍ତ ଜେନା, ସୁବ୍ରତ ମଲ୍ଲିକ,ପି ପି ରାୟ, ବିରାଜ ବିଶ୍ବାଳ, ଚୌଧୁରୀ ବିଜୟ ପଟ୍ଟନାୟକ, ଆପୁ ନାୟକ, ତପସ୍ବିନୀ ନାୟକ, ପ୍ରଭାବତୀ ନାୟକ, ଭାଗ୍ୟଲକ୍ଷ୍ମୀ ପରିଡା, ସୁକାନ୍ତୀ ପରିଡା,ସାଗରିକା ଭୁଜବଳ,ବିନୋଦ ରାଉତ, ସଂଜୀବ ନାୟକ, ଉଗ୍ରେସନ ବିଶ୍ବାଳ,ରବିନ୍ଦ୍ର ବାରିକ,ଜେଣ୍ଟଲ ପରିଡା, ସତ୍ୟାନନ୍ଦ ବେହେରା, କୁଞ୍ଜବିହାରୀ ରାଉତ,ତନୁ ପ୍ରଧାନ, ଶାନ୍ତି ଲତା ବାରିକ, ଟୁନି ଖଣ୍ଡୁଆଳ, ସୌଦାମିନୀ ମୁଦୁଲି, ସୌଭାଗିନୀ ମୁଦୁଲି, ରାଧାଶ୍ଯାମ ପରିଡା, ସୁପ୍ରଭା ପରିଡା ପ୍ରମୁଖ ଶତାଧିକ ଖଣ୍ଡାୟତ କ୍ଷତ୍ରିୟ ମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ଆଗାମୀ ଦିନରେ ଖଣ୍ଡାୟତ କ୍ଷତ୍ରିୟମାନଙ୍କୁ ଏକତ୍ରିକରଣ କରି ମହାସଭାକୁ ଅଧିକ କ୍ରିୟାଶୀଳ କରାଯିବା ପାଇଁ ସାଧାରଣ ସଂପାଦକ ଶ୍ରୀ ପାତ୍ର ସୂଚନା ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପଣ୍ଡରା ମାଳି ଯୁବ ବାହିନୀ ର ସମ୍ବର୍ଦ୍ଧନା ସଭା

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା ମଧୁର କଳ୍ପନା

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ ଜଣାଣ ଦୁଃଖ

Sunil Chandra Nayak

Leave a Comment

error: Content is protected !!