ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାବଣ ପୋଡ଼ି ସହ ଶେଷ ହେଲା ଲଡ଼ୁଗାଁ ଦଶ ଦିନାତ୍ମକ ଶାରଦୀୟ ଦୁର୍ଗାପୂଜା

କୋକସରା,୬/୧୦- ( ମ ନି ସ)  କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁଗାଁ ଠାରେ ଶାରଦୀୟ ଦୁର୍ଗାପୂଜା ଅବସରରେ ଚଳିତ ବର୍ଷ ସୁବର୍ଣ୍ଣ ଜୟନ୍ତି ପାଇଁ ଦଶ ଦିନାତ୍ମକ ଦୁର୍ଗାପୂଜା ଆୟୋଜନ କରାଯାଇଥିବା ବେଳେ ବୁଧବାର ବିଜୟା ଦଶମୀ ଅପରାହ୍ନରେ ରାବଣ ପୋଡ଼ି ସହ ମା ଧରାପୃଷ୍ଠରୁ ବିଦାୟ ନେଇଛନ୍ତି। ଲଡ଼ୁଗାଁ ଶାରଦୀୟ ପୂଜା କମିଟି ପକ୍ଷରୁ ମହାଆଡମ୍ବରରେ ଦୁର୍ଗାପୂଜା ପରିଚାଲନା ହୋଇଥିଲା। ପ୍ରତିଦିନ ମା ଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ପ୍ରତିଦିନ ସନ୍ଧ୍ୟାରେ ପଦ୍ମିନୀ ମଞ୍ଚରେ ରାଜ୍ୟ ତଥା ଜିଲ୍ଲାର କୋଣ ଅନୁକୋଣରୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ପ୍ରଶାସନିକ ଅଧିକାରୀ, ସାହିତ୍ୟିକ, ଗବେଷକ, ଶିକ୍ଷାବିତ୍, ସମାଜସେବୀ, ବରିଷ୍ଠ ନାଗରିକ ମାନେ ଯୋଗ ଦେଇଥିଲେ। ଅଞ୍ଚଳର କଳା ସଂସ୍କୃତି, ପରମ୍ପରା ର ସାମଗ୍ରିକ ବିକାଶ ଦିଗରେ ଶାରଦୀୟ ଦୁର୍ଗାପୂଜା ସାଂସ୍କୃତିକ ମଞ୍ଚରେ ଆୟୋଜକଙ୍କ ଦ୍ଵାରା ବିଭିନ୍ନ କ୍ଷେତ୍ରରେ ପାରଦର୍ଶତା ଦେଖାଇଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରତ୍ୟହ ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶା ତଥା ରାଜ୍ୟର କଳାକାର ମାନେ ଦର୍ଶକଙ୍କ ପାଇଁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥଲେ। ବିଜୟା ଦଶମୀ ସନ୍ଧ୍ୟାରେ ଦୁର୍ଗାପୂଜା ର ମୁଖ୍ୟ ଆକର୍ଷଣ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହୋଇଛି।ଆତସବାଜି ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା। କୁନି କୁନି ପିଲା ମାନେ ପ୍ରଭୁ ଶ୍ରୀ ରାମ, ଲକ୍ଷ୍ମଣ, ହନୁମାନ ବେଶରେ ସଜ୍ଜିତ ହୋଇ ରାବଣ ପ୍ରତିମୂର୍ତ୍ତିକୁ ଅଗ୍ନି ସଂଯୋଗ କରିଥିଲେ। ରାବଣ ପୋଡି ସହ ଦଶ ଦିନାତ୍ମକ ଦୁର୍ଗାପୂଜା ମଧ୍ୟ ଶେଷ ହୋଇଛି। ଲଡୁଗାଁ ପୁଜା କମିଟିର ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ମାଝୀ, ଉପ ସଭପତି ଅଶୋକ କୁମାର ଅଗ୍ରୱାଲ, କିଶୋର ଚନ୍ଦ୍ର ଦାସ, ସମ୍ପାଦକ କହ୍ନେଇ ଚରଣ ଦା୍ସ, କୋଷାଧ୍ୟକ୍ଷ ରାଜେନ୍ଦ୍ର ନାରାୟଣ ଦାସ, ବ୍ଲକ ଉପାଧ୍ୟକ୍ଷ ରାଜିବ କୁମାର ଅଗ୍ରୱାଲ ସମେତ ସମସ୍ତ କର୍ମକର୍ତ୍ତା ଦୁର୍ଗାପୂଜା ପରିଚାଳନାରେ ସହଯୋଗ କରିଥିବା ଗ୍ରାମବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି।

Related posts

ମାଁ ମହାକାଳୀଙ୍କ ପୂଜା ଓ ଭୈରବ ଦେବଙ୍କ ଝାମୁଯାତ୍ରା ଅବସରେ କଳସ ଯାତ୍ରା 

Sunil Chandra Nayak

ସମ୍ବାଦ ଆମ ଓଡିଶା ପ୍ରତିଯୋଗିତା କେଗାଁରେ ଭାଗନେଲ ୧୬୯ ଛାତ୍ରଛାତ୍ରୀ

Sunil Chandra Nayak

ରାଇରଙ୍ଗପୁର କୋର୍ଟ – ଜମିବାଡ଼ି ଜନିତ ହତ୍ୟାକାଣ୍ଡ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ 

Sunil Chandra Nayak

Leave a Comment

error: Content is protected !!