ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡାଳଗୁମା ଠାରେ କଂଗ୍ରେସ ପକ୍ଷରୁ ବ୍ଲକ ସ୍ତରୀୟ ନୁଆଖାଇ ଭେଟଘାଟ କାର୍ଯ୍ୟକ୍ରମ

କୋକସରା,୦୬/୧୦ (ମ ନି ସ) କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡାଳଗୁମା ଧାନ ମଣ୍ଡିରେ କୋକସରା କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସ୍ତରୀୟ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥି ମାନଙ୍କୁ କଂଗ୍ରେସ କର୍ମି ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଓ ସ୍ଵାଗତ କରି ମଞ୍ଚ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। କୋକସରା ବ୍ଲକ କଂଗ୍ରେସ କମିଟି ସଭାପତି ଘନଶ୍ୟାମ ଜାଲଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଚରଣ ଦାସ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିବା ସହ ଦଳୀୟ ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ କରିବା ପାଇଁ ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ସମ୍ମାନିତ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ପିସିସି ସଭ୍ୟ ରବିନ୍ଦ୍ର କୁମାର ପାଟ୍ଟଯୋଷୀ, ବରିଷ୍ଠ ନେତା ପୁରୁଷୋତ୍ତମ ଗୁପ୍ତା, ପିସିସି ସଦସ୍ୟ ଦିଗାମ୍ବର ଦୁରିଆ, ଜିଲ୍ଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ଧର୍ମଗଡ଼ ବ୍ଲକ ଯୁବ ସଭାପତି ଡାକେଶ୍ୱର ଲହଜଳ, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ମ. ରାମପୁର ବ୍ଲକ ସଭାପତି ବିଭୁତି ମହାକୁଡ, ଜିଲ୍ଲା ଆଦିବାସୀ ନେତା ପରମାନନ୍ଦ ମାଝୀ, ବରିଷ୍ଠ ନେତା କେଶବ ଚନ୍ଦ୍ର ନାଏକ, ମଣିଭଦ୍ର ପଣ୍ଡା, ତ୍ରିଭୁବନ ନାଏକ, ରାଜେନ୍ଦ୍ର ନାଏକ, ନାରିନେତ୍ରୀ ମହେନ୍ଦ୍ରୀ ସାହୁ, ତପସ୍ଵିନୀ ପ୍ରଧାନୀ, ମାଧୁରୀ ନିଆଲ, ଫୁଲତୋଳା ଖମାରି, ହେମଳତା ଧରୁଆ ସମେତ ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ। ମଞ୍ଚକୁ ଓବିସି ସେଲ ଜିଲ୍ଲା ସଭାପତି ଲିଙ୍ଗରାଜ ବେହେରା ପରିଚାଳନା କରିଥିଲେ। ଏହି ଅବସରରେ ବକ୍ତା ମାନେ କଂଗ୍ରେସ ଦଳର ପୂର୍ବ ଗୌରବ ଫେରାଇ ଆଣିବାକୁ ଭକ୍ତ ଚରଣ ଦାସଙ୍କ ନେତୃତ୍ଵରେ ଗ୍ରାମାଞ୍ଚଳରୁ ସଂଗଠନକୁ ମଜବୁତ କରିବା ପାଇଁ ଆହ୍ଵାନ ଦେଇଛନ୍ତି। କାର୍ଯ୍ୟକ୍ରମକୁ ମହେନ୍ଦ୍ର ଧରୁଆ, ଅଭିମନ୍ୟୁ ପଟ୍ଟନାୟକ, ବେଣୁପାଣି ଦୁର୍ଗା, କମଳ ଲୋଚନ ତାଣ୍ଡି, ହରେକୃଷ୍ଣ ନାଏକ, ହରିଶ୍ଚନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ।

Related posts

ସାହିତ୍ୟ ଅଗଣା

Sunil Chandra Nayak

ଶୁଭ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ 

Sunil Chandra Nayak

ନାବାଳିକାର ଆତ୍ମହତ୍ୟା 

Sunil Chandra Nayak

Leave a Comment

error: Content is protected !!