ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଶିଳା ବେହେରା ଙ୍କ କବିତା ଜୟ ମା ଦୁର୍ଗା 

ଜୟ ମା ଦୁର୍ଗା 

ଜୟ ଦୁରୁଗେ ମା ଅପାର ତୋ କରୁଣା
ଦୂର କରି ଥାଉ ତୁହି ପୁତ୍ର ବେଦନା ।
ତୋର ଶ୍ରୀ ପୟରେ ଭକ୍ତି ନିରନ୍ତରେ 
ଯେ ସେବିବ ତାର ଦୂର ହୁଏ ଯାତନା ।।
ତୋ ସନ୍ତାନଙ୍କ ପାଇଁ ଆଗୋ ମହାମାୟୀ 
ଚାଲି ଆସୁ ତୁହି ମାଗୋ ଆଶ୍ବିନ ମାସେ।
ତୋହର ସ୍ବାଗତ କରିବାକୁ ଭକତ
ଛେଳି ବୋଦା ବଳି ଦେଇ ତୋହରି ପାଶେ।।
ତୋହର ଅଭ୍ୟର୍ଥନା କରନ୍ତି ଗୋ ମାତ
ଭକ୍ତି ନଇବେଦ୍ଯ ଦେଇ ପାଦ ତଳର।
ନଡିଆ ଭୋଗ ଦିଅନ୍ତି କେତେ ଯେ ଲୋକ
ମନ୍ଦାର ଫୁଲ ଚାଉଳ ବେଲ ପତର ।।
ଦୁଃଖ କରିବୁ ଦୂର ଆଶା ଅଛି ମୋର
ତେଣୁ ମାତ ଆଶ୍ରା ନେଲି ତୋର ପୟରେ।
ସାହା ହୋଇବୁ ତୁହି ଆଗୋ ମହାମାୟୀ 
ଠେଲି ଦେବୁ ନାହିଁ ମୋଗୋ ଦୂରକୁ ମୋରେ ।।

ପ୍ରେମଶିଳା ବେହେରା

ଭବାନୀପାଟଣା କଳାହାଣ୍ଡି

Related posts

ଏଣିକି କେନ୍ଦ୍ରୀୟ ବିଦ୍ୟାଳୟରେ ମାଗଣାରେ ପଢ଼ିବେ କୋଭିଡ ଅନାଥ…

Sunil Chandra Nayak

କବିତା – ଉତ୍କଳ ଦିବସ

Sunil Chandra Nayak

ଗୋପବନ୍ଧୁ ଦାସଙ୍କ ପୂଣ୍ୟତିଥିରେ   ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ନଗର ପରିକ୍ରମା

Leave a Comment

error: Content is protected !!