ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବନଲକ୍ଷ୍ମୀ ମହାନ୍ତି ଙ୍କ କବିତା ଦୁର୍ଗତୀ ନାଶିନୀ 

ଦୁର୍ଗତୀ ନାଶିନୀ 

ଜୟ ଜୟ ଜୟ ମାଲୋ

ଦୁର୍ଗତି ନାଶିନୀ

ପାପ ତାପ ପରିହରି

ଅଭୟ ଦାୟିନୀ।। 

ଶରତ ଆଗମେ ମାଲୋ

ମର୍ତ୍ତ୍ୟେ ଅବତରୁ

ଅଧର୍ମ ବିନାଶକରି

ଧର୍ମ ରକ୍ଷାକରୁ।।

ଭବ୍ୟ ମଣ୍ଡପରେ ମାଲୋ

ସାଜ ସଜ୍ଜା ହୁଏ 

ନବଦିନ ବ୍ୟାପୀ ତୋର

ପୂଜାର୍ଚ୍ଚନା ହୁଏ ।।

ନବ ଦିନେ ନବ ରୂପ 

ଧାରଣ ତୁ କରୁ 

ନବ ମାତୃକା ରୂପରେ

ଭକ୍ତ ମନ ହରୁ।। 

ପ୍ରଥମ ଦିନରେ ମାତ

ଶୈଳପୁତ୍ରୀ ନାମ

ଦ୍ବିତୀୟେ ବ୍ରହ୍ମଚାରିଣୀ

ଶୁକ୍ଳ ବସ୍ତ୍ର ପରିଧାନ।। 

ତୃତୀୟ ଦିବସେ ମାଲୋ

 ଚନ୍ଦ୍ରଘଣ୍ଟା ବେଶ

ଭୟଙ୍କର ରୂପକାନ୍ତି

ଦୁଷ୍ଟଙ୍କୁ କରୁ ନାଶ।। 

ଚତୁର୍ଥେ କୁଷ୍ମାଣ୍ଡା ରୂପ

ବ୍ରହ୍ମାଣ୍ଡ ସୃଷ୍ଟି କରୁ

ପଞ୍ଚମରେ ସ୍କନ୍ଧମାତା 

ରୂପକୁ ତୁ ଧରୁ।।

ଷଷ୍ଠ ଦିନେ କାତ୍ୟାୟନୀ 

ସପ୍ତମେ କାଳରାତ୍ରୀ 

ଅଷ୍ଟମରେ ମହାଗୌରୀ 

ନବମେ ସିଦ୍ଧିଦାତ୍ରୀ।। 

ତ୍ରେତୟା ଯୁଗରେ ମଲୋ

ଶ୍ରୀରାମ ସେବିଲେ

ଶହେ ଆଠ ପଦ୍ମ ଦେଇ

ତୋତେ ପୂଜିଥିଲେ।।

ପୂଜା ଆରାଧନା କଲେ

ସନ୍ତୁଷ୍ଟ ହୋଇଲୁ

ଯୁଦ୍ଧେ ବିଜୟୀ ହେବାକୁ

ବର ଯାଚି ଦେଲୁ।। 

ରାବଣ ବିନାଶି ରାମ

ସୀତାଙ୍କୁ ଲଭିଲେ

ବିଭୀଷଣେ ରାଜା କରି

ଅଯୋଧ୍ୟାକୁ ଗଲେ।। 

ମହିଷାସୁର କରିଲା

ତିନିପୁର ଜୁର

ତା ଭୟରେ ଦେବତା ଯେ

ହେଲେ ଥରହର।।

ଅଭୟଦାୟିନୀ ମାଲୋ

ସୁଦୟା କରିଲୁ

ମହିଷାକୁ ବଦ୍ଧକରି

ଅଭୟ ଯେ ଦେଲୁ।। 

ବେଳୁ ବେଳ ଧରାପରେ

ଅଧର୍ମ ବଢୁଛି

ଅନ୍ୟାୟ ଅନୀତି ଦେଖି

ଭୟ ଲାଗୁଅଛି।। 

ଦୁର୍ଗତି ନାଶିନୀ ମାଲୋ

ଦୁଷ୍ଟଙ୍କୁ ସଂହାରୀ

ଜଗତ ଜନଙ୍କୁ ମାଲୋ

ଦିଅ ସୁଖ ଶିରି।। 

ବନଲକ୍ଷ୍ମୀ ମହାନ୍ତି 

 ନଡିଆବରାଇ 

  କେନ୍ଦ୍ରାପଡ଼ା ।।

 

Related posts

ଚିତ୍ତ ରଂଜନ ନନ୍ଦ ଙ୍କ ପ୍ରବନ୍ଧ ଗର୍ଭଣା ସଂକ୍ରାନ୍ତି

Sunil Chandra Nayak

ଦୁର୍ଘଟଣା କୁ ହାତଠାରି ଡାକୁଛି ମୁଣ୍ଡରା ନଦୀ ବ୍ରିଜ ର ଫାଟ, ଜାତୀୟ ରାଜପଥ ବିଭାଗ ନିଦାବିଷ୍ଣୁ

Sunil Chandra Nayak

ଆସନ୍ତାକାଲି ଅଗ୍ରପୂଜ୍ୟ ବିଘ୍ନ ବିନାଶନ ଶ୍ରୀ ଗଣେଶଙ୍କ ପୂଜନୋତ୍ସବ

Sunil Chandra Nayak

Leave a Comment

error: Content is protected !!