ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମାର ଉତ୍ସବ ଆସନ୍ତା ୯ତାରିଖରେ …

ରାଉରକେଲା/ ଭଞ୍ଜ ସାଂସ୍କୃତିକ ନ୍ୟାସ ଓ ଆଦର୍ଶ ପାଠାଗାରର ମିଳିତ ଆନୁକୂଲ୍ୟରେ କୁମାର ଉତ୍ସବ ୨୦୨୨ ଚଳିତ ଅକ୍ଟୋବର ମାସ ୯ତାରିଖ ଦିନ ସଂଧ୍ୟା ୬ ଘଟିକା ସମୟରେ ଭଞ୍ଜଭବନ ସ୍ଥିତ ଭଞ୍ଜ ପ୍ରେକ୍ଷାଳୟ ଠାରେ ମହାସମାରୋହରେ ପାଳିତ ହେବ । ଏନେଇ ଆଜି ଆଦର୍ଶ ପାଠାଗାର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପାଠାଗାରର ସଭାପତି ଅଭୟ କୁମାର ଦାସ ଓ ସାଧାରଣ ସଂପାଦକ ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ ସାମ୍ବାଦିକ ମାନଙ୍କୁ ସୂଚନା ଦେଇ କହିଲେ ଯେ ଏହି ଉତ୍ସବରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା କମିଶନର ଡଃ ଶୁଭଙ୍କର ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ସ୍ବୀକୃତି ପ୍ରଦାନ କରିଛନ୍ତି । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡିଶାର କଳା ସଂସ୍କୃତିରେ ଖ୍ୟାତି ଅର୍ଜନ କରିଥିବା ସ୍ବନାମଧନ୍ଯ କଳାକାର ମାନଙ୍କୁ ସମ୍ମାନିତ କରାଯିବ । ବିଶିଷ୍ଟ ନାଟ୍ଯ ନିର୍ଦ୍ଦେଶକ ଓ ଅଭିନେତା କୈଳାଶ ଚନ୍ଦ୍ର ପାଣିଗ୍ରାହୀ ଓ ବିଶିଷ୍ଟ ଶାସ୍ତ୍ରୀୟ ସଂଗୀତଜ୍ଞ ବୁଦ୍ଧ ପ୍ରସାଦ ରାଓଙ୍କୁ କୁମାର ଉତ୍ସବ ସମ୍ମାନ ୨୦୨୨ରେ ସମ୍ବର୍ଦ୍ଧିତ କରାଯିବ । ପ୍ରାରମ୍ଭରେ ବୀଣାପାଣି ରଥଙ୍କ ଦ୍ବାରା ସ୍ବାଗତ ସଂଗୀତ ଓ ମହ୍ଲାର ଡ୍ୟାନ୍ସ ଏକାଡ଼େମୀର କଳାକାର ମାନେ ‘କୁଆଁର ପୁନେଇ ଜହ୍ନ ଗୋ’ନୃତ୍ୟ ନାଟିକା ପରିବେଷଣ କରିବେ। ଏହି ଉତ୍ସବରେ ରାଉରକେଲା ଜନସାଧାରଣ ସଂସ୍କୃତିପ୍ରେମୀ ବହୁ ସଂଖ୍ୟାରେ ଯୋଗଦେବାକୁ ଅନୁଷ୍ଠାନ ପକ୍ଷରୁ ଅନୁରୋଧ କରାଯାଇଛି । ଉପଦେଷ୍ଟା ଗୋପୀନାଥ ପଟ୍ଟନାୟକ, ଚନ୍ଦ୍ରଶେଖର ଶତପଥୀ ମଂଚାସୀନ ଥିବା ବେଳେ ମୁଖପାତ୍ର କୁଞ୍ଜବିହାରୀ ରାଉତ ଅତିଥି ଙ୍କ ପରିଚୟ ଓ କାର୍ଯ୍ୟକାରୀ ସଭାପତି ରାଧାକାନ୍ତ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବାଉରୀବଂଧୁ ସାହୁ, ବିଜୟ କୁମାର ପାତ୍ର,ଜ୍ୟୋତିରଂଜନ ମହାପାତ୍ର,ଅଶୋକ ବଳ,ଅଟମ ରଥ, ପ୍ରଦୀପ କୁମାର ପଟ୍ଟନାୟକ,ଡାକ୍ତର ବସନ୍ତ ଦାସ,ଶରତ ରାଉତ,ଟୁକଲା ପାଢୀ, ବିଭୁତି ଭୂଷଣ ବିଶ୍ବାଳ,ପ୍ରକାଶ କୁମାର ଦାସ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ବିଶ୍ୱ ବିଦ୍ୟାଳୟ ର ଟପ୍ ଟେନ୍ ତାଲିକା ରେ ପରଜଙ୍ଗ ର ୫ ଜଣ ଝିଅ ଙ୍କ କୃତିତ୍ବ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଦେହ ଆଉ ମନ 

Sunil Chandra Nayak

ଶରତ ଚନ୍ଦ୍ର ପଣ୍ଡା ଙ୍କ କବିତା ମା

Leave a Comment

error: Content is protected !!