ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡ୍ୟାନ୍ସ ରେ ପ୍ରଥମ ସ୍ଥାନ ଅଧିକାର କରି ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି ଉମରକୋଟର ଝିଅ ପାୟଲ

ନବରଙ୍ଗପୁର— କିଛିଦିନ ପୂର୍ବେ ନାଇଟ୍ ଡ୍ୟାନ୍ସ ଓ ମଡେଲିଂ ଚମ୍ପିଆନସିପ୍-୨ ର ଫାଇନାଲରେ ପହଞ୍ଚି ସେ ପ୍ରଥମେ ପ୍ରତିଯୋଗିତା ପାଇଁ ଅନଲାଇନରେ ଚୟନ ହେବା ପରେ କୋରାପୁଟ ଠାରେ ଅଫଲାଇନ ପ୍ରତିଯୋଗିତାରେ ଭାଗ ନେଇ ସେଥିରେ ସଫଳ ହୋଇଥିଲେ ଓ ଫାଇନାଲ ପାଇଁ ଚୟନ ହୋଇଥିଲେ। ଏହା ପୂର୍ବରୁ ମଧ୍ୟ ସେ ବିଭିନ୍ନ ଡ୍ୟାନ୍ସ ପ୍ରତିଯୋଗିତାରେ ଭାଗ ନେଇ ସଫଳ ହାସଲ କରିଥିଲେ । କୁନି ନୃତ୍ୟାଙ୍ଗନା ପାୟଲ ଙ୍କ ବୟସ ମାତ୍ର 10ବର୍ଷ। ପାୟଲ ଙ୍କ ବାପା ଗୈାତମ ସେଠୀ ଓ ତାଙ୍କ ମାଁ ସରସ୍ଵତୀ ସେଠୀ ଙ୍କ ଏକ ମାତ୍ର ଝିଅ ହେଉଥିବା ବେଳେ ତାଙ୍କ ଘର ହେଉଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ର ପୁରୁଣା ବ୍ୟାଙ୍କ ଲାଇନ୍ ଠାରେ। ଉମରକୋଟ ଦୁର୍ଗାପୂଜା ରେ ୪ ଦିନ ପର୍ଯ୍ୟନ୍ତ ଚାଲିଥିବା ଏହି ଡ୍ୟାନ୍ସ ପ୍ରତିଯୋଗିତା ରେ ପାୟଲ ପ୍ରଥମ ସ୍ଥାନ ଅଧିକାର କରି ଗୋଟିଏ ୪୨ ଇଞ୍ଚ୍ ର ଏଲ ଇ ଡି ଟିଭି ପୁରସ୍କାର ପାଇଛନ୍ତି । ଏତେ କମ୍ ବୟସରେ ପାୟଲ ପ୍ରଥମ ସ୍ଥାନ ହାସଲ କରିଥିବା ଯୋଗୁଁ ଉମରକୋଟ ଅଞ୍ଚଳରେ ଖୁସି ର ଲହରୀ ଖେଳିଯାଇ ଥିବାବେଳେ ଝିଅର ଉତ୍ତୋରାତ୍ତର ଉନ୍ନତି କମନା କରିଛନ୍ତି।

ନବରଙ୍ଗପୁର୍ ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିୟୁଜ୍।

Related posts

ବୀର ବାଜି ରାଉତ ସେନା ପକ୍ଷରୁ ସଂଗ୍ରାମୀ ବାଜି ରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ

Sunil Chandra Nayak

ସଦାନନ୍ଦ ସାହୁ ଙ୍କ କବିତା ପଶ୍ଚିମର ଗଣପର୍ବ ନୂଆଖାଇ 

Sunil Chandra Nayak

ଉମାକାନ୍ତ ଦାସ ଙ୍କ ଜଣାଣ ସାଖି ରହିଲୁ ମା’ ତୁ ଜୟଚଣ୍ଡୀ

Sunil Chandra Nayak

Leave a Comment

error: Content is protected !!