ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ର ସ୍ବପ୍ନା ଭାରତୀଙ୍କୁ ମିସେସ ଇଣ୍ଡିଆ ଡିଭା ର ପ୍ରଥମ ରନର୍ସଅପ ଟାଇଟଲ

ରାଉରକେଲା/ଆମ ସହରର ଗର୍ବ ଓ ଗୌରବ ସ୍ବପ୍ନା ଭାରତୀ ଜାତୀୟ ସ୍ତରରେ ସୁନ୍ଦରୀ ପ୍ରତିଯୋଗିତାରେ ଦ୍ୱିତୀୟ ସ୍ଥାନ ଅଧିକାର କରି କେବଳ ରାଉରକେଲା ନୁହେଁ ସାରା ରାଜ୍ୟକୁ ଗୌରବାନ୍ବିତ କରିଛନ୍ତି । ଏହାର ଆୟୋଜକ ଥିଲେ ମିସ ଏବଂ ମିସେସ ଇଣ୍ଡିଆ ଡିଭା। ଏହା ନୂଆଦିଲ୍ଲୀର ଉମରାଓ ହୋଟେଲ ଠାରେ ୨୪ ସେପ୍ଟେମ୍ବରରେ ଆୟୋଜନ ହୋଇଥିଲା। ସୂଚନା ଯୋଗ୍ୟଯେ ସାରା ଭାରତ ବର୍ଷରୁ ୭୩୦୦ ପ୍ରତିଯୋଗୀ ଯୋଗ ଦେଇଥିବାବେଳେ ସେଥି ମଧ୍ୟରୁ ନିଜର ସୁନ୍ଦରତା ଏବଂ ବୁଦ୍ଧିମତାକୁ ପାଥେୟ କରି ସ୍ବପ୍ନା ଏହି ଗୌରବ ଅର୍ଜନ କରିଥିଲେ। ଏହାଫଳରେ ବିଚାରକ ମଣ୍ଡଳୀ ତାଙ୍କୁ ମିସେସ ଇଣ୍ଡିଆ ଡିଭା ୨୦୨୨ ରନର୍ସ ଅପ ଟାଇଟଲ ପ୍ରଦାନ କରିଥିଲେ। ଶ୍ରୀମତୀ ସ୍ବପ୍ନା ଏହାର ସମସ୍ତ ଶ୍ରେୟ ତାଙ୍କର ବାପା,ମା,ଶାଶୁ,ଶଶୁର, ପତି,ପରିବାରବର୍ଗ ଓ ସମସ୍ତ ସହରବାସୀଙ୍କୁ ଦେଇଛନ୍ତି । ଏହି ପ୍ରତିଯୋଗିତାରେ ବିଜୟ ହେବା କେବଳ ତାଙ୍କର ମନୋବଳ ବଢ଼ାଇବ ତାହା ନୁହେଁ ଏହା ଅନ୍ୟ ସମସ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକଟ କରାଯାଉଛି। ଶ୍ରୀମତୀ ଭାରତୀ ରାଉରକେଲାର ଝିଅ ଏବଂ ତାଙ୍କର ସମସ୍ତ ପାଠ୍ୟକ୍ରମ ରାଉରକେଲାରେ କରିଛନ୍ତି। ଅତି ନିବିଡ ଭାବେ ରାଉରକେଲାକୁ ଭଲପାଉଥିବା ଶ୍ରୀମତୀ ଭାରତୀ ସମ୍ପ୍ରତି ସ୍ଵାମୀଙ୍କ ଚାକିରି ବଦଳିଯୋଗୁ ସମ୍ବଲପୁରରେ ଅବସ୍ଥାପନ କରୁଛନ୍ତି। କଠିନ ପରିଶ୍ରମ ଓ ଦୃଢ ମନୋବଳ ସଫଳତାର ଚାବିକାଠି ବୋଲି ସେ ଏ ଅବସରରେ ପ୍ରକାଶ କରିଛନ୍ତି। ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ନିରାଡମ୍ବର କାର୍ଯ୍ୟକ୍ରମରେ ତାଙ୍କର ସଫଳତା ପାଇଁ ନୃତ୍ୟ ମଧୁରମ ତରଫରୁ ସମ୍ବର୍ଦ୍ଧନା ଦିଆଯାଇ କେକ୍ କଟାଯାଇଥିଲା। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ସୁବ୍ରତ ଭୂୟାଁ,ଲୁସି ଦାଶ,ଲୀନା ବିଶ୍ବାଳ,ଅମୂଲ୍ୟ ବିଶୋଇ, ସୋନି ପିଲାଇ,ଏସ ପିଲାଇ,ବିଶ୍ବଜିତ ନାୟକ,ରାକେଶ ପଣ୍ଡା,ଆଦିତି ଭାରତୀ ଓ ଅଂଶୁମାନ ନାୟକ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଆମ୍ ଆଦମୀ ପାର୍ଟି ର ବୈଠକ

Sunil Chandra Nayak

ପ୍ରକୃତି ଓ ଜଳ ସଞ୍ଚୟ ବାର୍ତ୍ତା ନେଇ ସାଇକେଲରେ ଭାରତ ଭ୍ରମଣ

ରେଣୁ ମାଝୀଙ୍କୁ ନ୍ଯାର୍ଯ୍ଯ ଦାବି ପାଇଁ ଆମ ଆଦମୀ ପାର୍ଟିର ଗଣଧାରଣା ୧୮ ଦିନ ରେ ପହଞ୍ଚିଲା

Sunil Chandra Nayak

Leave a Comment

error: Content is protected !!