ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡ଼ିଶା ସିଭିଲ ସର୍ଭିସରେ ରାଣୀମାତ୍ ଟୁଡୁଙ୍କ ସଫଳତା

ମୟୂରଭଞ୍ଜ – ୦୮/୧୦/୨୨(ମସିହା) ମୟୂରଭଂଜ ଜିଲ୍ଲାର କୁସୁମି ବ୍ଳକର ଯୋରଦା ପଞ୍ଚାୟତ ଅନ୍ତର୍ଗତ ବଣକାଣ୍ଡ ଗ୍ରାମର ସ୍ବର୍ଗତ ସାଲଖାନଟୁଡୁଙ୍କ ଦିତୀୟ କନ୍ୟା ରାଣିମାତ ଟୁଡୁ ଚଳିତ ବର୍ଷ ଓଡ଼ିଶା ସିଭିଲ ସର୍ଭିସ ରେ ୩୧୪ ତମ ସ୍ଥାନ ଅଧିକାର କରି ମୟୂରଭଞ୍ଜ ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି ।ସେ ବର୍ତ୍ତମାନ ଵହଳଦା ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ରୂପେ ଦାୟିତ୍ୱ ତୁଲାଇଛନ୍ତି ।ଅତି ଗରିବ ପରିବାରରେ ଜନ୍ମ ହୋଇ ଗାଁ ରେ ପ୍ରାଥମିକ ଶିକ୍ଷା,ଵହଳଦା କନ୍ଯାଶ୍ରମରେ ଉଚ୍ଚ ପ୍ରାଥମିକତ, ରାଇରଙ୍ଗପୁର କନ୍ୟାଶ୍ରମରେ ମାଧ୍ୟମିକ ଶିକ୍ଷା,କିସ୍ ରେ ଯୁକ୍ତ ଦୁଇ ବିଜ୍ଞାନ,ପରେ ବିଟେକ ଇଲୋକ୍ଟ୍ରୋନିକସ ଏଣ୍ଟ ଟେଲି କମ୍ୟୁନିକେସନ ର ଶିକ୍ଷା ଲାଭ କରି କିଛି ବର୍ଷ ଟିସିଏସ ରେ ଚାକିରି କରିଥିଲେ । ସେବା ମନୋବୃତ୍ତି,ନାରୀ ଶିକ୍ଷା,ପଛୁଆ ଅଂଚଳର ବିକାଶ ପାଇଁ ମନ ଥିବାରୁ ଚାକିରୀ ଛାଡ଼ି ଓଡ଼ିଶା ସିଭିଲ ସର୍ଭିସରେ ମନ ବଳାଇଥିଲେ । ତାଙ୍କର ଶ୍ରେୟ ପରିବାର,ତାଙ୍କ ସ୍ବାମୀ ପୃଥୀବୀ ମୁର୍ମୁ ସେ ମଧ୍ୟ ଝାଡ଼ଖଣ୍ଡ ରାଜ୍ୟର ରାଜସ୍ଵ ବିଭାଗର କାର୍ଯ୍ଯରତ ଅଧିକାରୀ । ତାଙ୍କର ସଫଳତାର ଶ୍ରେୟ ପରିବାର ବର୍ଗ,ଶିକ୍ଷକ ଶିକ୍ଷୟିତ୍ରୀ ଶୁଭେଛୁ ଏବଂ ବିଶେଷତଃ କିସ୍ ପ୍ରତିଷ୍ଠାତା ଡଃଅଚ୍ଯୁତ ସାମନ୍ତଙ୍କୁ।ତାଙ୍କର ସଫଳତାରେ କୁସୁମି ବ୍ଳକରେ ଆନନ୍ଦର ଲହରି ଖେଳିଯାଇଛି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନିମ୍ନମାନର ଖାଦ୍ୟକୁ ନେଇ ଆଶ୍ରମ ବିଦ୍ୟାଳୟରେ ଉତ୍ତେଜନା

Sunil Chandra Nayak

କର୍ଲାପାଟ ଜମିଦାରଙ୍କ ପରଲୋକ

Sunil Chandra Nayak

ପଣ୍ଡିତ ନୀଳକଣ୍ଠ ଦାସ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!