ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ଥିଙ୍କର୍ସ ଫୋରମ୍ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳିତ

ଢେ଼ଙ୍କାନାଳ (ମ ନି ସ)୦୯/୧୦_ସହର ସ୍ଥିତ ଗୋପବନ୍ଧୁ ଟାଉନ ହଲ ପ୍ରାଙ୍ଗଣ ରେ ଢେଙ୍କାନାଳ ଥିଙ୍କର୍ସ ଫୋରମ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ ପାଳନ କରାଯାଇଛି |ଏହି ଅବସର ରେ ଫୋରମ ର ବରିଷ୍ଠ ସଦସ୍ୟ ଚରୈ ବେତି ପ୍ରମୁଖ ବିଶିଷ୍ଟ ସାହିତ୍ୟିକ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ଏବଂ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ ଉତ୍କଳମଣି ଙ୍କୁ ପୁଷ୍ପମାଲ୍ୟ ଦେଇଥିଲେ ଏବଂ କବି ବିବେକାନନ୍ଦ ଷଡ଼ଙ୍ଗୀ ସ୍ୱରଚିତ କବିତା ପାଠ କରିଥିଲେ |ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ରାଉତ ଙ୍କ କବିତା ବିଦେହୀ ଗୋପବନ୍ଧୁ କୁ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ ପାଠ କରିଥିଲେ | ଉକ୍ତ ଜୟନ୍ତୀ ପାଳନ ସମୟ ରେ ଫୋରମ ର ସଭାପତି ଶ୍ରୀଯୁକ୍ତ ସୋମେନ୍ଦୁ ଶତପଥୀ, ସମ୍ପାଦକ ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ରାଉତ, କୋଷାଧ୍ୟ୍ୟକ୍ଷ ଶ୍ରୀଯୁକ୍ତ ବୈକୁଣ୍ଠ ନାଥ ଦ୍ବିବେଦୀ, ଚରୈ ବେତି ପ୍ରମୁଖ ଶ୍ରୀଯୁକ୍ତ ସୁଶୀଳ କୁମାର ନନ୍ଦ, ସହ ପ୍ରମୁଖ ଶ୍ରୀଯୁକ୍ତ ବିବେକାନନ୍ଦ ଷଡ଼ଙ୍ଗୀ, ଫୋରମ ର ସାମାଜିକ କାର୍ଯ୍ୟକ୍ରମ ବିଭାଗ ର ସହ ପ୍ରମୁଖ ଶ୍ରୀଯୁକ୍ତ ଅବିନାଶ ପଟ୍ଟନାୟକ, ସାଙ୍ଗଠନିକ ସମ୍ପାଦକ ବିଶ୍ୱଜିତ ବରାଳ ଏବଂ ବରିଷ୍ଠ ସଦସ୍ୟ ଶ୍ରୀଯୁକ୍ତ ବିନୋଦ ମଲ୍ଲିକ ଉପସ୍ଥିତ ଥିଲେ | ପରେ ଫୋରମ ତରଫରୁ ଗଣ କବି ବୈଷ୍ଣବ ପାଣି ଙ୍କ ଜୟନ୍ତୀ ଉପଲକ୍ଷେ ଏକ ବୈଠକ ଚରୈବେତି ତରଫରୁ ଆୟୋଜିତ ହୋଇ ଉକ୍ତ ବୈଠକ ରେ ଚରୈ ବେତି ର ସହ ପ୍ରମୁଖ ଗଣକବି ଙ୍କ ଜୀବନ ଦର୍ଶନ ଉପରେ ବକ୍ତବ୍ୟ ରଖିଥିଲେ | ପରିଶେଷରେ କୋଷାଧ୍ୟକ୍ଷ ବୈକୁଣ୍ଠ ନାଥ ଦ୍ବିବେଦୀ ଧନ୍ୟବାଦ ଅର୍ପଣ କରିଥିଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ମୁଢି ଉପରେ ବି ସରକାରଙ୍କ ନଜର….

Sunil Chandra Nayak

ମୂଷାପାଳି ଗ୍ରାମରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ସାଥୀ ବିନା ଶ୍ରାବଣ

Sunil Chandra Nayak

Leave a Comment

error: Content is protected !!