ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଭାରତ ଯୋଡୋ ଯାତ୍ରା – ଥୁଆମୂଳ ରାମପୁର ବ୍ଳକର ବିଜେପି ଓ ବିଜେଡିର କର୍ମୀ କଂଗ୍ରେସ ଦଳରେ ସାମିଲ

ଥୁଆମୂଳ ରାମପୁର:୦୯/୧୦ – (ମନିସ) ଚଳିତ ଅକ୍ଟୋବର ମାସ ୮ ତାରିଖ ଶନିବାର ଦିନ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସ୍ଥିତ ହାଇ ସ୍କୁଲ ପଡିଆ ଠାରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ ଆହ୍ବାନ କ୍ରମେ ଶୋଭା ଯାତ୍ରା ଓ  ଭାରତ ଯୋଡୋ ବିରାଟ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଏହି ସଭାରେ କଂଗ୍ରେସ ରାଜ୍ୟ ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ, ଶ୍ରୀଯୁକ୍ତ ସୁରରାଉତ ରାୟ, ଶ୍ରୀଯୁକ୍ତ ତାରାବାହିନୀ ପତି, ଶ୍ରୀଯୁକ୍ତ ଅଧୀରାଜ ପାଣିଗ୍ରାହୀ, ଶ୍ରୀଯୁକ୍ତ ସନ୍ତୋଷ ସିଂହ ସାଲୁଜା, ଶ୍ରୀଯୁକ୍ତ ମୋହନ ଜେନା ସମେତ୍ କଂଗ୍ରେସର ନେତା କର୍ମୀ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ କାର୍ଯ୍ଯକଳାପକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। କେନ୍ଦ୍ର ସରକାର ଖାଉଟି ସାମଗ୍ରୀ ଉପରେ ଯେଉଁ ପରିମାଣରେ ଦରଦାମ ବୃଦ୍ଧି କରୁଛନ୍ତି ତାହା ସିଧାସଳଖ ଗରିବଙ୍କ ଉପରେେ ମାଡ ପଡୁଛି।ଏହାଛଡା କେନ୍ଦ୍ର ସରକାରଙ୍କ ଘରୋଇ କରଣ ନିତୀ ଅବଲମ୍ବନ କରୁଥିବା ବେଳେ ଜାତୀୟ ସମ୍ପତ୍ତି କୁ ଶାଗ ମାଛ ଦରରେ ପୁଞ୍ଜିପତି ମାନଙ୍କୁ ବିକ୍ରୟ କରୁଥିବା    ବିଷୟରେ କର୍ମୀମାନଙ୍କୁ ଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ଥୁଆମୂଳ ରାମପୁର ବ୍ଳକରୁ ବିଜେପି ଓ ବିଜେଡି ଦଳର ୬୦ ରୁ ଉର୍ଦ୍ଧ୍ବ କର୍ମୀ ଦଳ ଛାଡି କଂଗ୍ରେସ ରେ ସାମିଲ ହୋଇଥିବା ଜଣାପଡିଛି। ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଓ ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ଆଗାମୀ ଦିନ ରେ ଓଡିଶା ଓ ଭାରତ ବର୍ଷ ରେ କେବଳ କଂଗ୍ରେସ ହିଁ ସରକାର ଗଠନ କରିବ ବୋଲି ପ୍ରକାଶ କରିଥିବା ଜଣାପଡିଛି। ବର୍ତ୍ତମାନ ସେଥିପାଇଁ ଏହି ଭାରତ ଯୋଡ ଅଭିଯାନ ଆରମ୍ଭ କରାଯାଇଛି, ସେହିପରି ବାହିନୀ ପତି ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ପହଁଞ୍ଚି ନ ପାରି ବାଟ ମାରଣ ହେଉଥିବ ସହିତ ବିଭିନ୍ନ ପ୍ରକାରର ଦୁର୍ନୀତିରେ ସରକାର ଲିପ୍ତ ରହି ଗରିବ ମାନଙ୍କ ପ୍ରତି ଅନ୍ଯାୟ କରୁଛନ୍ତି।ତେଣୁ ଭାରତ ଯୋଡୋ କାର୍ଯ୍ଯକ୍ରମ କଂଗ୍ରେସ ପକ୍ଷରୁ ହାତକୁ ନିଆ ଯାଇଥିବା ବିଷୟରେ ତାଙ୍କ ବ୍ଯକ୍ତବ୍ଯରେ ପ୍ରକାଶ କରିଥିଲେ। ବିଜେପି ଓ ବିଜେଡି କର୍ମୀମାନଙ୍କୁ ଅଣଦେଖା କରୁଥିବା ଯୋଗୁଁ କର୍ମୀ ମାନେ ଦଳ ଛାଡିବା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। କଂଗ୍ରେସ ର ଆଦର୍ଶ କୁ ଅନୁପ୍ରାଣିତ ହୋଇ ବିଜେପି ଓ ବିଜେଡି କର୍ମୀ ମାନେ କଂଗ୍ରେସ ମୁହାଁ ହେଉଥିବା ଜଣାପଡିଛି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

କାଣିଗୁମା ଗ୍ରାମପଞ୍ଚାୟତ ଠାରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ପ୍ରବନ୍ଧ ସାହିତ୍ୟ ଜଗତରେ ବୌଦ୍ଧିକ ଚେତନାର ମୂଳମନ୍ତ୍ର

Sunil Chandra Nayak

ଉତ୍କେଲା ସରସ୍ବତୀ ଶିଶୁ ମନ୍ଧିର ରେ ଜନ୍ମାଷ୍ଟମି ପାଳିତ

Sunil Chandra Nayak

Leave a Comment

error: Content is protected !!