ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚକୋଟିଆ ଭୁଞ୍ଜିଆ ଆଦିବାସୀ ଆଧିଷ୍ଠାତ୍ରୀ ଦେବୀ ମାଁ ସୁନାଦେଇ ଯାତ୍ରା ପାଳିତ

 ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସୁନାବେଡା ଅଭୟାରଣ୍ୟର ଆଧିଷ୍ଠାତ୍ରୀ ଦେବୀ ସୁନାଦେଇ ଙ୍କ ଯାତ୍ରା ପାଳିତ ହୋଇଯାଇଅଛି। କୋଭିଡ କଟକଣା ରୁ ଦୁଇ ବର୍ଷ ବ୍ୟବଧାନ ପରେ ବ୍ୟାପକ ଜନସମାଗମ ହୋଇଅଛି।ଆଦିମ ଆଦିବାସୀ ଚକୋଟିଆ ଭୁଞ୍ଜିଆ ଙ୍କ ଆଧିଷ୍ଠାତ୍ରୀ ଦେବୀ ସୁନାଦେଇ ଙ୍କ ଯାତ୍ରା ଅନୁଷ୍ଠିତ ହୋଇଅଛି। ଦେବୀଙ୍କ ଆଶ୍ଵିନ ମାସ କୁଆଁର ପୂର୍ଣ୍ଣିମା ଦିନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହାର ୧୫ ଦିନ ପୂର୍ବେ ଦୀପ ଜାଗର ଜାଳି ସୁନାଦେଇ ମନ୍ଦିରରେ ପୂଜା ପାଇଥାନ୍ତି।କାଲିସି ଦେହରେ ମାଁ ବିରାଜମାନ ହୋଇ ଛତର ଲିଙ୍ଗଭଟ୍ଟା ଠାରେ ପୂଜା ହୋଇଥାଏ। ଲିଙ୍ଗ ଭଟ୍ଟା ରେ ୨୪ ଖଣ୍ଡ ଟୀକରୀ ରୁ ଆସିଥିବା ଭକ୍ତଙ୍କ ଦୁଃଖ ସୁଖ, ମାନ ଅଭିମାନ, ମନସ୍କାମନା ପୂରଣ ନେଇ ପୂଜା କରିଥାନ୍ତି। ପରେ ସୁନାଦେଇଙ୍କ ଛତର ସୁନାବେଡା ନଗର ପରିକ୍ରମା କରିଥାଏ। ଦେବୀଙ୍କୁ ଭୁଞ୍ଜିଆ ମହିଳା ମାନେ ପାରମ୍ପାରିକ ବେଶ ଭୁଷାରେ ପୂଜା କରିଥାନ୍ତି। ସୁନାବେଡା ଗ୍ରାମ ସତରେ ଉତ୍ସବ ମୁଖରୀତ ହୋଇଅଛି। ବିଭିନ୍ନ ରକମ ର ଦୋକାନ ବଜାର, ଭିଡ଼ ଜମି ଥିବା ବେଳେ ସୁନାଦେଇ ଯାତ୍ରା ପାଳନ କମିଟି ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସୁନାଦେଇ ଯାତ୍ରା ଦେଖିବା ପାଇଁ ଜିଲ୍ଲା ତଥା ପଡୋଶୀ ଜିଲ୍ଲା ଏବଂ ପଡୋଶୀ ରାଜ୍ୟରୁ ବହୁ ଲୋକଙ୍କ ସମାଗମ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କନକ ମଞ୍ଜରୀ ଇନଷ୍ଟିଚ୍ୟୁଟ ଅଫ ଫାର୍ମାସିଷ୍ଟକାଲ ସାଇନ୍ସର ୧୯୮୮ ମସିହା ବ୍ୟାଚର ବନ୍ଧୁ ମିଳନ

Sunil Chandra Nayak

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ !

ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଦଧୀବାମନ ଭଂଜନ ସଂଧ୍ୟା ତରଫରୁ ଭଜନ ଓ ସଂଗୀତ ପରିବେଷଣ

Sunil Chandra Nayak

Leave a Comment

error: Content is protected !!