ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ପୁସ୍ତକ ଉନ୍ମୋଚିତ

ଶିକ୍ଷକ ମାନେ କେବେ ବୃଦ୍ଧ ଓ ଅବସର ନିଅନ୍ତି ନାହିଁ…

 ରାଉରକେଲା/ ଶିକ୍ଷକମାନେ ସଦାସର୍ବଦା ଆବେଗମୟ। ସେମାନେ କେବେ ବୃଦ୍ଧ ହୁଅନ୍ତି ନାହିଁ କି ଅବସର ନିଅନ୍ତି ନାହିଁ ବୋଲି ଅତିଥି ମାନେ ପୁସ୍ତକ ଉନ୍ମୋଚନ ଅବସରରେ ପ୍ରକାଶ କରିଛନ୍ତି । ପ୍ରାକ୍ତନ ସରକାରୀ ଶିକ୍ଷକ ରାଜକିଶୋର ମିଶ୍ରଙ୍କ ସଂକଳିତ ଦୁଇଟି ପୁସ୍ତକ ‘ ମାଧ୍ୟମିକ ଗଣିତ ସମୀକ୍ଷା ଓ ମାଧ୍ୟମିକ ବିଜ୍ଞାନ ଦର୍ପଣ ‘ ପୁସ୍ତକ ଦ୍ବୟ ଉନ୍ମୋଚନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ଵର ରାଓ ଉପରୋକ୍ତ ମନ୍ତବ୍ଯ ଦେଇଛନ୍ତି । ରାଉରକେଲା ବିଧାୟକ ତଥା କାର୍ଯ୍ୟକ୍ରମର ସଂଯୋଜକ ସାରଦା ପ୍ରସାଦ ନାୟକଙ୍କ ଅଧ୍ୟକ୍ଷତାରେ ଉଦିତନଗର ହାଇସ୍କୁଲ ଠାରେ ଆୟୋଜିତ ଏହି ପୁସ୍ତକ ଉନ୍ମୋଚନ ଉତ୍ସବରେ ଏନଆଇଟି ର ନିର୍ଦ୍ଦେଶକ ପ୍ରଫେସର କେ ଉମା ମହେଶ୍ଵର ରାଓ ମୁଖ୍ୟଅତିଥି, ଏନଆଇଟି ର ପ୍ରାକ୍ତନ ଗଣିତ ବିଭାଗର ମୁଖ୍ୟ ଡଃ ଗୋପାଳକୃଷ୍ଣ ପଣ୍ଡା ଓ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଆଭିମୁଖ୍ଯ ସଂପର୍କରେ ଉଦିତନଗର ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା କିଶାନ ପ୍ରଦାନ କରିଥିଲା ବେଳେ ପ୍ରାରମ୍ଭରେ ଓଷ୍ଟାର ଜିଲ୍ଲା ସଂପାଦକ ସନ୍ତୋଷ କୁମାର ନାୟକ ମଂଚ ପରିକଳ୍ପନା ଓ ସଂଯୋଜନା କରିଥିଲେ । ଓଷ୍ଟାର ରାଉରକେଲା ସିଟି ଜୋନ ସଂପାଦକ ଅରୁଣ କୁମାର ସ୍ବାଇଁ ଅତିଥି ଙ୍କୁ ମଂଚକୁ ନିମନ୍ତ୍ରଣ ପରେ ମୁଖ୍ୟ ଅତିଥି ପ୍ରଫେସର ରାଓ ଉପରୋକ୍ତ ମନ୍ତବ୍ଯ ସହ କହିଥିଲେ ଯେ ଶିକ୍ଷକ ମାନଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଯୋଗୁଁ ସେମାନଙ୍କ ପରିଚୟ ସୃଷ୍ଟି ହୋଇଥାଏ। ଏହା ସହ ଆଜିଦିନର ଆହ୍ୱାନ ଜଳ ସଂରକ୍ଷଣ, ପ୍ଲାଷ୍ଟିକ ବର୍ଜନ ଓ ଶିକ୍ଷକଙ୍କ ଦାୟିତ୍ୱ ସଂପର୍କରେ ଆଲୋଚନା କରିଥିଲେ । ସମ୍ମାନିତ ଅତିଥି ଡଃ ପଣ୍ଡା ଗଣିତ ଶିକ୍ଷା ପ୍ରତି ଗୁରୁତ୍ବାରୋପ କରିଥିବା ବେଳେ ଗଣିତକୁ ଶିକ୍ଷା ଭିତରେ ରାଣୀ ରୂପେ ଅବହିତ କରିଥିଲେ । ଅନ୍ୟତମ ଅତିଥି ଶ୍ରୀ ପ୍ରଧାନ ଶିକ୍ଷାର ଉନ୍ନତିକରଣ ସହ ପୁସ୍ତକ ଦ୍ବୟ ସଂପର୍କରେ ଆଲୋଚନା କରିଥିଲେ । ଏହା ସହ ଏହି ଦୁଇଟି ଉପାଦେୟ ପୁସ୍ତକ ପ୍ରତ୍ୟେକ ଲାଇବ୍ରେରୀରେ ସ୍ଥାନ ପାଇବା ଉଚିତ ବୋଲି ମତ ରଖିଥିଲେ । ବହି( BOOK) ର ଅର୍ଥ ବାହାର କରି କହିଲେ ବିଭିନ୍ନ ଜ୍ଞାନର ଭଣ୍ଡାର ହେଉଛି ପୁସ୍ତକ । ଅନ୍ୟତମ ଅତିଥି ବ୍ରଜେନ୍ଦ୍ର ଦାଶ ବକ୍ତବ୍ଯ ରଖିଥିବା ବେଳେ ଫେମ ଫିଲ୍ମ ଇନଷ୍ଟିଚ୍ୟୁଟ୍ ର ଏକ୍ସିକ୍ୟୁଟିଭ୍ ନିର୍ଦ୍ଦେଶକ ଦେବଦତ୍ତ ମିଶ୍ର ସ୍ବାଗତ ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପୁଲିନ ରାଉତରାୟ ଓ ସାଥୀ ସ୍ବାଗତ ସଂଗୀତ ଗାନ କରିଥିଲେ । ନିଜ ଲିଖିତ ପୁସ୍ତକ ଦ୍ବୟ ସଂପର୍କରେ ଲେଖକ ଶ୍ରୀ ମିଶ୍ର ମନ୍ତବ୍ଯ ପ୍ରଦାନ କରିକହିଲେ ଯେ ଏହା ଦୈବୀ ନିର୍ଦ୍ଦେଶ ଓ ଅନ୍ତରାତ୍ମାର ଡାକରୁ ଏହା ସୃଷ୍ଟି । ଏଥିପାଇଁ ସେ ନିଜର ଶିକ୍ଷୟିତ୍ରୀ ପତ୍ନୀ ନମିତା ମିଶ୍ରଙ୍କ ସହ ପରିବାରକୁ ଶ୍ରେୟ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତି, ରମାକାନ୍ତ ମଲ୍ଲିକ, ଗୌରାଙ୍ଗଚନ୍ଦ୍ର ପାହାଡି, ହରେକୃଷ୍ଣ ନାୟକ,ସୁଦିପ୍ତା ବେହେରା, ସବିତାରାଣୀ ବେହେରା, ଗିରିଜାଶଙ୍କର ପାଢୀ, ଅଶୋକ ମହାନ୍ତି, ରୀନା ମଣ୍ଡଳ,ବିଜୟ ସାହୁ, ମଞ୍ଜୁବାଳା ଦାଶ, ବ୍ରଜବିହାରୀ ମିଶ୍ର, ବଳରାମ ଦାଶ, ଅକ୍ଷୟ କୁମାର ଦାସ, ଲଲାଟେନ୍ଦୁ ଦାଶ,ସୁଶାନ୍ତ ସିଂହ,ଶରତ ପତି, ଆର୍ତ୍ତତ୍ରାଣ ଜେନା, ଅନିମା ରାୟ,ଅକ୍ଷୟ ସାହୁ, ରଶ୍ମିବାଳା ମିଶ୍ର, ସୁଦାମ ଦାଶ, ଗଗନ ପଣ୍ଡା, ରଶ୍ମି ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ଶେଷରେ ଓଷ୍ଟାର ସିଟି ସଭାପତି ଶିଶିର କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦାଦନ ମହିଳାଙ୍କ  ମୃତ୍ୟୁ , ଦୁଇ ବର୍ଷ ତଳେ ଦାଦନ ଖଟିବାକୁ ଯାଇଥିଲେ 

Sunil Chandra Nayak

ମହିମା ପଞ୍ଚାୟତରେ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ନର୍ଲା ରେ ମିଶନ ଶକ୍ତି ଋଣ ମେଳା: ଯୋଗ ଦେଲେ ଜିଲ୍ଲାପାଳ 

Sunil Chandra Nayak

Leave a Comment

error: Content is protected !!