ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୁଢ଼ାରଜା ଦଶରା ପାଇଁ ଚଳଚଞ୍ଚଳ ଆମପାଣି 

କୋକସରା,୯/୧୦( ମ ନି ସ) କଳାହାଣ୍ଡିର ଶେଷ ଦଶରା ଭାବେ ପ୍ରସିଦ୍ଧ ଆମପାଣି ପ୍ରଭୁ ବୁଢ଼ାରଜାଙ୍କ ଦଶରା ଆସନ୍ତା ୧୫ ତାରିଖରେ ହେବାକୁ ଥିବାବେଳେ କମିଟି ପକ୍ଷରୁ ଜୋରସୋରରେ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଛି। ଏହି ଦଶରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେଉଥିବା ବେଳେ ବିଗତ ୨ ବର୍ଷ ଧରି କୋଭିଡ ଯୋଗୁଁ ଦଶରା ଯାତ୍ରା ଉପରେ କଟକଣା ରହିଥିଲା। ତେବେ ଚଳିତ ବର୍ଷ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବୁଢ଼ାରଜା ଦଶରା କାର୍ଯ୍ୟକ୍ରମରେ କିଛି ପରିବର୍ତ୍ତନ କରାଯାଇଛି। ୧୪ ତାରିଖରେ ବୁଢ଼ାରଜାଙ୍କ ଲାଠି ପୂଜାର୍ଚ୍ଚନା, ୧୫ ତାରିଖ ସକାଳ ୭ ଘଣ୍ଟାରୁ ମନ୍ଦିରରେ ବୁଢ଼ାରଜାଙ୍କ ଦର୍ଶନ ଆରମ୍ଭ ହେବ ଓ ସକାଳ ୧୦ ଘଣ୍ଟାରେ ପୂଜକଙ୍କ ଘରୁ ଲାଠି ଶୋଭାଯାତ୍ରା, ଅପରାହ୍ନ ୩ ଘଣ୍ଟାରେ ଲାଖବିନ୍ଧା, ସନ୍ଧ୍ୟା ୬ ଘଣ୍ଟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରାତି ୧୦ ଟାରେ ଘୁମୁରା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ନେଇ କମିଟିର ସଭାପତି କୁମୁଦ ଚନ୍ଦ୍ର ପୁଝାରି, ଉପ ସଭାନେତ୍ରୀ ତିଲୋତ୍ତମା ନାଏକ, ସମ୍ପାଦକ ନକୁଳ ବାଣୁଆ, ସହ ସମ୍ପାଦକ ସନ୍ତୋଷ ମାଝୀ, କୋଷାଧ୍ୟକ୍ଷ ଜିତେନ୍ଦ୍ର ପଣ୍ଡା ଓ ଉପଦେଷ୍ଟା ୠତୁରାଜ ମାଝୀ, ବିଘ୍ନେଶ୍ୱର ନାଏକ ସୁଚନା ଦେଇଛନ୍ତି। ଲକ୍ଷାଧିକ ଜନ ସମାଗମ କୁ ଦୃଷ୍ଟିରେ ରଖି କମିଟି ପକ୍ଷରୁ ପୁଲିସ ପ୍ରଶାସନ କୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିବାକୁ ଅନୁରୋଧ କରାଯାଇଛି।

Related posts

ସଡକ ଦୁର୍ଘଟଣାରେ ମଟରସାଇକେଲ ଚାଳକ ମୃତ ଜଣେ ଗୁରୁତର

Sunil Chandra Nayak

କାଙ୍ଗାଳି ଚରଣ ସେଠୀ ଙ୍କ କବିତା ଦିନେ ତୁମେ ଫେରିବ 

Sunil Chandra Nayak

ଯୁବ ହଷ୍ଟେଲସ ରାଉରକେଲା ଶାଖା ର ଡଃ ବି ଆର୍ ଆମ୍ବେଦକର ଙ୍କ ଜୟନ୍ତୀ ପାଳନ

Sunil Chandra Nayak

Leave a Comment

error: Content is protected !!