ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖୁଡୁଖୁଡି ଖେଳ ଉପରେ ଚଢାଉ, ୫ ଗିରଫ

ଡାବୁଗାଁ, ୧୦/୧୦ ରବିବାର ରାତିରେ ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ଖୁଡୁଖୁଡି ଖେଳ ଉପରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିଛି | ସୂଚନାଯୋଗ୍ୟ:- ରବିବାର ରାତିରେ ପୋଲିସ ପେଟ୍ରୋଲିଂ କରିବା ସମୟରେ ଖବର ପାଇଥିଲେ ଯେ ବୋରିଗାଁ ରେ ଖୁଡୁଖୁଡି ଖେଳ ଚାଲିଛି | ସଙ୍ଗେ ସଙ୍ଗେ ପୋଲିସ ବୋରିଗାଁ ଗ୍ରାମରେ ପହଞ୍ଚି ଥିଲେ | ପଞ୍ଚାୟତ କାର୍ଯ୍ୟ|ଳୟ ପଛ ପଟେ ଚାଲିଥିବା ଖେଳ ଉପରେ ପୋଲିସ ଚଢାଉ କରିଥିଲା | ଏଥିରେ ସମ୍ପୃକ୍ତ ଧୋଡ୍ରା ଗ୍ରାମର ବୈଦୁ ଚାଲାଣ, ମଙ୍ଗୁଳୁ ହରିଜନ ଓ ହରିଶ୍ଚନ୍ଦ୍ର ମାହାରା, ବୋରିଗାଁ ଗ୍ରାମର ଭସମନ କୁମ୍ଭାର ଓ ଡ଼ଙ୍ଗରିଗୁଡା ଗ୍ରାମର ପଦମ ମାଳି ଙ୍କୁ ଗିରଫ କରାଯାଇଛି | ତାଙ୍କ ଠାରୁ ୨୦ ହଜାର ୪ ଶହ ଟଙ୍କା ଓ ପାଲି, ଗୋଟି ଜବତ କରାଯାଇଛି | ଏନେଇ ଥାନା କେସ ନଂ ୧୫୩/୨୨ ରେ ଏକ ମାମଲା ରୁଜୁ କରାଯାଇଛି | ଏହି ଚଢାଉରେ ଏଏସଆଇ ବିଜୟ କୁମାର ସାହୁ ଓ ଶିଶିରକାନ୍ତ ଘୋଷ ଏବଂ ପୋଲିସ କର୍ମଚାରୀ ମାନେ ସାମିଲ ଥିଲେ |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଶୋଷିଆ ହଳଦି ଆରଡ଼ି ରାସ୍ତାର ଗାର୍ଡ ୱାଲ କାର୍ଯ୍ୟ ନିମ୍ନ ମାନର  ଅଭିଯୋଗ

Sunil Chandra Nayak

ବିଜୟ କୁମାର ଜେନା ଙ୍କ ସନ୍ଧ୍ୟା ଭାଵନା

Sunil Chandra Nayak

ଖରିଆର ଠାରେ ଜୟ ମାତାଦି ଗ୍ରୁପ ତରଫରୁ ୭୬ ତମ ଆଜାଦି କି ଅମୃତ ମହୋତ୍ସବ ଜୋର ସୋର ରେ ପାଳନ

Sunil Chandra Nayak

Leave a Comment

error: Content is protected !!