ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଣିଗୁମା ଠାରେ ବାବା ଖଣ୍ଡୁଆଳ ଦେବଙ୍କ ଦଶହରା ପର୍ବ ଅନୁଷ୍ଠିତ

ଥୁଆମୂଳ ରାମପୁର: ୧୦/୧୦ – (ମନିସ):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ୍ ଅନ୍ତର୍ଗତ କାଣିଗୁମା ଗ୍ରାମରେ ଖଣ୍ଡୁଆଳ ବାବାଙ୍କ ପବିତ୍ର ଦଶହରା ପର୍ବ ଅବସରରେ ଅନୁଷ୍ଠିତ ହୋଇଯାଇଛି ବାବା ଖଣ୍ଡୁଆଳ ମହୋତ୍ସବ। ଅଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ବାବା ଖଣ୍ତୁଆଳ ଦେବଙ୍କ ଏହି ଦଶହରା ପର୍ବ ଅନୁଷ୍ଠିତ ହୋଇଥାଏ। ଗତ ଦୁଇବର୍ଷ କାଳ କରୋନା ମହାମାରୀ କଟକଣା ଯୋଗୁଁ ଏହି ପୀଠରେ ବିନା ଭକ୍ତଙ୍କ ମଧ୍ୟରେ କେବଳ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କାର୍ଯ୍ଯ ସମ୍ପାଦନା ହେଉଥିଲା। କିନ୍ତୁ ଚଳିତ ବର୍ଷ ଏହି ଉତ୍ସବ କୁ ହର୍ଷୋଲ୍ଲାସର ଜନସମାଗମ ସହିତ ମହାସମୋରୋହରେ ପାଳିତ କରିଥିବା ଜଣାଯାଇଛି। ସକାଳୁ ଖଣ୍ଡୁଆଳ ବାବାଙ୍କ ପୀଠରେ ବିଧିମତେ ପୂଜାର୍ଚ୍ଚନା କାର୍ଯ୍ଯ ଆରମ୍ଭ ହେବା ପରେ ପରେ ମାନସିକଧାରୀ ମାନେ ଗୃହପାଳିତ ପଶୁପକ୍ଷୀଙ୍କୁ ବଳୀ ଆକାରରେ ଦେଇଥିଲେ। ରାତ୍ରକାଳରେ ଜନତାଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଥିଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ସମାଜ ସେବୀ ଶ୍ରୀ ମାଣିକ୍ଯ ଚନ୍ଦ୍ର ନାଏକ , ବିଜେଡି ବ୍ଳକ ସଭାପତି ଶ୍ରୀ କପିଳାସ ନାଏକ, ସମାଜ ସେବୀ ଶ୍ରୀ ଭାରତ ଦଣ୍ତସେନା, ଶ୍ରୀ ମକୁନ୍ଦ ନାଏକ, ଥୁଆମୂଳ ରାମପୁର ସ୍ଥାନୀୟ ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ ଯୋଗ ଦେଇଥିଲେ। ବାବା ଖଣ୍ତୁଆଳ ପର୍ବର ମୁଖ୍ୟ ଆୟୋଜକ ଶ୍ରୀ ଗୋବିନ୍ଦ ପ୍ରଧାନୀଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାଣିଗୁମା ଅଞ୍ଚଳର ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇଥିବା ବିଶିଷ୍ଟ ସ୍ବାସ୍ଥ୍ୟ କର୍ମୀ,ଏବଂ ସ୍ଥାନୀୟ ସ୍ବେଚ୍ଛାସେବୀ ମାନଙ୍କୁ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା ସମ୍ବର୍ଦ୍ଧନା କରାଯାଇଥିଲା।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

 

Related posts

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରୁପ୍ରା ରେ ବାର୍ଷିକୀ ଉତ୍ସବ ପାଳନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା – ସ୍ୱାର୍ଥପର

Sunil Chandra Nayak

ପ୍ରକଳ୍ପ ଅନୁମୋଦନ କଲେ ଲୋକପ୍ରିୟ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ

Sunil Chandra Nayak

Leave a Comment

error: Content is protected !!