ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ସେବା ସଂସ୍ଥାର ଗୋପବନ୍ଧୁ ଜନ୍ମଜୟନ୍ତୀ ପାଳିତ

ଜୁନାଗଡ଼,୧୦/୧୦(ମ ନି ସ)ସ୍ଥାନୀୟ ସଂସ୍କୃତି ଭବନ ଠାରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ ତମ ଜନ୍ମଜୟନ୍ତୀ ଓ ଉତ୍କଳମଣି ସେବାସଂସ୍ଥା ର ୧୪ ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି।ସଂସ୍ଥା ର ସଭାପତି କୈଳାସ ରାଉତ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଜୟନ୍ତ ଜେନା ଓ ବିବରଣୀ ପାଠ କରିଥିଲେ ଉଦ୍ଧବ ଚରଣ ସାହୁ।କାର୍ଯ୍ୟକ୍ରମରେ ମୁକ୍ଷ୍ୟ ଅତିଥିଭାବେ କଳା ହାଣ୍ଡି ବିଶ୍ୱବିଦ୍ୟାଳୟର ଉପ କୁଳପତି ଡ ସଞ୍ଜୟ କୁମାର ସଥପଥୀ , ଅନ୍ୟତମ ଅତିଥିଭାବେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ଡ ସଦାନନ୍ଦ ପାଣିଗ୍ରାହୀ, ଜୁନାଗଡ଼ ବିଡ଼ିଓ ଦୁଲରାମ ମାରାଣ୍ଡି, ଆଡଭୋକେଟ କୃପାସିନ୍ଧୁ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ପୁଣ୍ୟାତ୍ମାଙ୍କ ସୃତିଚାରଣ କରିବା ସହ ତାଙ୍କ ସେବା କାର୍ଯ୍ୟ ଓ ଆଦର୍ଶରେ ସମାଜ ପରିଚାଳିତ ହେବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେବା କାର୍ଯ୍ୟପାଇଁ ଡ଼ ସଦାନନ୍ଦ ପାଣିଗ୍ରାହୀ ଓ କୃପାସିନ୍ଧୁ ପଣ୍ଡାଙ୍କୁ ସଂସ୍ଥା ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେହିପରି ଅନୁଷ୍ଠିତ ବିଭିନ ପ୍ରତିଯୋଗିତା ରେ ୬୦ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରା ଯିବା ସହ ୧୫ ଜଣ ଙ୍କୁ ଶିକ୍ଷ୍ୟଗତ ଓ ଦକ୍ଷତା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥିରେ ଶାନ୍ତୁନୁ କୁମାର ମେହେର ପରିଚାଳନା କରିଥିବାବେଳେ ସୁଧୀର ମେହେର ସଂଯୋଜନା କରିଥିଲେ। ସ୍ବେଛାସେବୀ ଅଶୋକ ସାହୁ,ନବଘନ ସାହୁ,ନିରଞ୍ଜନ ସାହାଣୀ,ସୁରେଶ ବେହେରା,ଦାମୋଦର ବେହେରା,ମଧୁସୂଦନ ପଣ୍ଡା,ଭଗବାନ ସାହୁ,ଶ୍ୟାମସୁନ୍ଦର ସାହୁ , ବିଜୟ ମଲ୍ଲିକ ପ୍ରମୁଖ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିବାବେଳେ ଅଜୟ ଦାସ ଧନ୍ୟବାଦ ଦେଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ଯୁବ ଜାଗରଣ ସମିତିର ବିପ୍ଲବୀ ଅଭିଯାନ ଆରମ୍ଭ

Sunil Chandra Nayak

ଚୌମୁଖ ପ୍ରିମିୟର୍ ଲିଗ୍-୨୦୨୨ ଉଦଯାପିତ

Sunil Chandra Nayak

ରାଇରଙ୍ଗପୁରରେ ଶହୀଦ ନୁଦୁରାମ ସୋରେନ ଟ୍ରଷ୍ଟ ଆନୁକୂଲ୍ୟରେ ୭୬ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!