ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ଜନ ଶୁଣାଣି

ମୟୂରଭଞ୍ଜ -୧୧/୧୦/୨୨(ମସିହା) ମୟୂରଭଞ୍ଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ବାମନଘାଟୀ ଉପଖଣ୍ଡର ସଦର ମହକୁମା ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସୋମବାର ଦିନ ଉପଜିଲ୍ଲାପାଳ ଶ୍ରୀ ସରୋଜ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜ (ଆଇଏଏସ) ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଋଷିକେଶ ଦ୍ଯାନଦେଓ ଖିଲାରୀଙ୍କ ମିଳିତ ଜନଶୁଣାଣୀ ଶୁଣାଣି ହୋଇଛି ।ବାମନଘାଟୀ ଉପଖଣ୍ଡର ୭ଟି ବ୍ଳକ ଏବଂ ମ୍ୟୁନିସିପାଲିଟିର ହାତଗଣତି ୪୬ ଟି ଅଭିଯୋଗ ପଂଜିକୃତ ହୋଇଥିବାବେଳେ ସେଥିମଧ୍ୟରୁ ୩୩ଟି ବ୍ୟକ୍ତି ଗତ ଏବଂ୧୩ ଟି ସମଷ୍ଟିଗତ ଅଭିଯୋଗ ଥିଲା । ଜିଲ୍ଲାପାଳ ଉପସ୍ଥିତ ଥିବା ବିଭାଗୀୟ ଅଧିକାରୀ ମାନଙ୍କୁ ସେହି ସମସ୍ୟାର ଆଶୁ ସମାଧାନ କରିବା ସହ ଲୋକଙ୍କ ସମସ୍ୟାକୁ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗୋଟିଏ ସମସ୍ୟା ତ୍ୱରିତ ସମାଧାନ ହୋଇଥିଲା । ପଂଜିକୃତ ସମସ୍ୟା ମଧ୍ୟରେ ବିଧବା, ବାର୍ଦ୍ଧକ୍ୟ,ଆନନ୍ଦପୁରରେ ରୁଙ୍ଗଟା ମାଇନ୍ସରୁ ଜମି ଅଧିଗ୍ରହଣ ନେଇ ଆନ୍ଦପୁର ଗ୍ରାମବାସୀଙ୍କ ଜିଲ୍ଲାପାଳଙ୍କ ଠାରେ ଫେରାଦ,ଝରାଡିହିରେ ଜନୈକ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅଭିଯୋଗ,ଜମିଜମା ସମ୍ବନ୍ଧୀୟ,ଆବାସ ଯୋଜନା ଇତ୍ୟାଦି ।ଏହି ଶୁଣାଣିରେ ରାଇରଙ୍ଗପୁର ଆଦିବାସୀ ସମନ୍ବିତ ପ୍ରକଳ୍ପ ପ୍ରଶାସକ ଶ୍ରୀ ହେମନ୍ତ ସିଂ,ଉପଖଣ୍ଡ ଚିକିତ୍ସାଧିକାରୀ ଡାକ୍ତର ସାଗର ନାଏକ, ରାଇରଙ୍ଗପୁର ପୌରାଧିକାରୀ ଶ୍ରୀ ଧର୍ମେନ୍ଦ୍ର ଶତପଥୀ,ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନବ କିଶୋର ଗିରି,ସମସ୍ତ ବ୍ଳକର ବିଡ଼ିଓ, ତହସିଲଦାରଙ୍କ ସମେତ ବିଭିନ୍ନ ଲାଇନ ଡିପାର୍ଟମେଣ୍ଟର ଅଧିକାରୀ ସାମିଲ ହୋଇଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବାସୁଦେବପୁର ଜନକଲ୍ୟାଣ ପରିଷଦ ଆନୁକୂଲ୍ୟରେ ଜାତୀୟ କବି ବାଞ୍ଛାନିଧି ଜୟନ୍ତୀ ପାଳିତ

Sunil Chandra Nayak

କୃଷକଙ୍କ ଅବଦାନ ବିନା କଳାହାଣ୍ଡି ଓ କୃଷି ବିକାଶ ଅସମ୍ଭବ

Sunil Chandra Nayak

ବୁଢୀପଦର ପ୍ରାଥମିକ ବିଦ୍ୟାଳୟର ପୁନଃ ନିର୍ମାଣ ନିମନ୍ତେ ଜିଲ୍ଲାପାଳ ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!