ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପଦଯାତ୍ରା କରି ଘର ଘର ବୁଲି ସମସ୍ୟା ବୁଝିଲେ ବିଧାୟକ 

ବାଲେଶ୍ଵର,୧୧/୧୦/୨୨- ବାଲେଶ୍ଵର  ଜିଲ୍ଲା ଖଇରା ବ୍ଲକର ମାଖନପୁର , କୁରୁଣ୍ଟା ଓ ଜଳଦା ପଂଚାୟତର ବିଭିନ୍ନ ଗ୍ରାମକୁ ପଦଯାତ୍ରା କରି ସାଧାରଣ ଜନତାଙ୍କର ସମସ୍ୟା ବୁଝିଲେ ବିଧାୟକ ଜ୍ଯୋତିପ୍ରକାଶ ପାଣିଗ୍ରାହୀ । ଦୀର୍ଘ ଆଠ ବର୍ଷ ଧରି ଖଇରା-ସିମୁଳିଆକୁ ନେଇ ଗଠିତ ସିମୁଳିଆ ନିର୍ବାଚନ ମଣ୍ଡଳିର ବିକାଶ କରିଚାଲିଛନ୍ତି । ଆଗାମୀ ଦିନରେ ଆହୁରି ଅଧିକ ବିକାଶ କିପରି ହୋଇପାରିବ ସେଥିପାଇଁ ପ୍ରଚେଷ୍ଟା ମଧ୍ୟ ଜାରି ରହିବ ବୋଲି ଜନସାଧାରଣଙ୍କ ପ୍ରତିଶ୍ରୁତି ଦେଇଛନ୍ତି । ମାଖନପୁର ପଂଚାୟତର ଖରିଦା, କୁରୁଣ୍ଟା ପଂଚାୟତର ବାରିଙ୍ଗିଆ ଓ ଜଳଦା ପଂଚାୟତର ସମ୍ପେଇ ଠାରେ ବିଧାୟକ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ଅବସରରେ ମାଖନପୁର ସରପଞ୍ଚ, ସମିତି, ସଭ୍ୟ ଓ ପଂଚାୟତ ସଭାପତି ଅନାଦିରଞ୍ଜନ ଦାଶ, ଜଳଦା ପଞ୍ଚାୟତର ସରପଞ୍ଚ ଗୀତାଞ୍ଜଳି ବେହେରା, ସମିତି ସଭ୍ୟ ରମାକାନ୍ତ ମହାନ୍ତି, କୁରୁଣ୍ଟା ପଞ୍ଚାୟତର ଜିଲ୍ଲା ପରିଷଦ ସଭ୍ୟ ମାନସ ଦାଶ, ଶ୍ୟାମସୁନ୍ଦରପୁରୁ ପଞ୍ଚାୟତର ସମିତି ସଭ୍ୟ ରବିନ୍ଦ୍ର ମହାନ୍ତି, ଖଇରା ବ୍ଲକ ଉପାଧ୍ୟକ୍ଷ ଗଜେନ୍ଦ୍ର ପରିଡା, ୪ ନମ୍ବର ଜୋନର ଜିଲ୍ଲା ପରିଷଦ ରଶ୍ମିତା ମହାପାତ୍ର, ସାରକୋଣା ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିକାଶ କ୍ଷେତ୍ରରେ ରାଜନୀତି ନ କରିବା ପାଇଁ ଜନସାଧାରଣଙ୍କୁ ବିଧାୟକ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ପରାମର୍ଶ ଦେଇଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ସ୍ବାଭିମାନ

Sunil Chandra Nayak

ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଟାଟା ଇଲେକଟ୍ରୋନିକସ୍ ପ୍ରାଲିଃ ତରଫରୁ ଏକ ବୃହତ ନିଯୁକ୍ତି ମେଳା ଅନୁଷ୍ଠିତ , ୩୯୦ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ

Sunil Chandra Nayak

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କବି ହେ କଲମଧାରି

Leave a Comment

error: Content is protected !!