ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଣ୍ଡିଆଗୁଡା ଗ୍ରାମରେ 13 ଦିନରେ 6 ଜଣ ଙ୍କ ମୃତ୍ୟୁ : ଗ୍ରାମରେ ଚିନ୍ତାର ମହୋଲ ,ଚିକତ୍ସା ର ଅଭାବ ନା ମଦ୍ୟପାନ ଜନିତ ତଦନ୍ତ ନହେଲେ ଅନ୍ଧ ବିଶ୍ୱାସରେ ପେଶୀ ହେବେ ଗ୍ରାମବାସୀ

ତେନ୍ତୁଳିଖୁଣ୍ଟି: ୧୧/୧୦/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ସଦର ପଂଚାୟତ ଅନ୍ତର୍ଗତ ଖଣ୍ଡିଆଗୁଡା ଗ୍ରାମରେ ୧୩ ଦିନ ମଧ୍ୟରେ ଛଅ ଜଣଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି। ମୃତ ବ୍ୟକ୍ତି ବିଶେଷଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ମଦ୍ୟପାନ ଜନିତ କାରଣରୁ ମୃତ୍ୟୁ ହୋଇଥୁବା ସାଧାରଣରେ ଆଲୋଚନା ହେଉଛି । କିନ୍ତୁ ଏଭଳି ଅଘଟଣ ଘଟୁଥିବା ସତ୍ତ୍ୱେ କୌଣସି ବିହୀତ ତଦନ୍ତ ପ୍ରଶାସନ କରିବା ଦେଖା ଯାଇନି। ମଦ ବିଷ କ୍ରିୟା ଜନିତ ନା ଅନ୍ୟ କାରଣ ତଦନ୍ତ ସାପେକ୍ଷ। ଖଣ୍ଡିଆଗୁଡା ଗ୍ରାମରେ ଏକ ପ୍ରକାର ଶୋକର ବାତାବରଣ ଖେଳିଯାଇଛି। ଗ୍ରାମରେ ଏକ ବୈଠକ କରି ଦିଶାରୀ ଆଣି ଗାଁ ପୂଜା ପାଇଁ ନିଷ୍ପତ୍ତି ନିଆଯାଇଥିବା ସୂଚନା ମିଳିଛି। ଖଣ୍ଡିଆଗୁଡା ଗ୍ରାମର ପରଜାସାହିରେ ୬୦ଟି ପରିବାର ବସବାସ କରନ୍ତି । ହେଲେ ଉକ୍ତ ସାହିର ଛ ଜଣଙ୍କ ମୃତ୍ୟୁ ଗତ ୧୨ ମଧ୍ୟରେ ହୋଇଛି। ଗତ ମାସ ୨୯ ତାରିଖ ଦିନ ଚନ୍ଦ୍ରମା ଯାନୀ(୬୬) ମୃତ୍ୟୁ ହୋଇଥିଲା ଏବଂ ଚଳିତ ମାସ ୧ ତାରିଖ ଦିନ ଗୋରୀ ଯାନୀ(୪୮)ଙ୍କ ମୃତ୍ୟୁ ହୋଇଥିଲା । ସେହିପରି ଗତ ୫ତାରିଖ ରେ କୁସମତି ଯାନୀ (୩୦), ୯ ତାରିଖରେ ସୋନୁ ଯାନୀ(୭୦) ଏବଂ ଆଜି ବୁଦାଇ ଯାନୀ(୬୫)ଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ମାନେ ଖଣ୍ଡିଆଗୁଡା ପରଜା ସାହିର ବୋଲି ଜଣାପଡିଛି। ୧୨ ଦିନ ମଧ୍ୟରେ ଗୋଟିଏ ସାହିର ୬ଜଣଙ୍କ ମୃତ୍ୟୁକୁ ନେଇ ସାହିରେ ଏକ ପ୍ରକାର ଭୟର ବାତାବରଣ ସମେତ ଶୋକର ଛାୟା ଖେଳିଯାଇଛି । ଦୁଇ ତିନି ଦିନ ବ୍ୟବଧାନ ମଧ୍ୟରେ ଏମିତି ଜଣଙ୍କ ପରେ ଜଣେ ମୃତ୍ୟୁ ବରଣ କରିବା ଘଟଣା ସାଧାରଣରେ ଚର୍ଚ୍ଚା ପାଲଟିଛି।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ସମସ୍ତ ମୃତକ ଡାକ୍ତରଖାନା ଯାଇଥିବା ଜଣାପଡିଛି। ଏହାକୁ ନେଇ ଗ୍ରାମରେ ଅନ୍ଧ ବିଶ୍ୱାସ ଭାବନା ଲୋକଙ୍କ ମନରେ ଆସୁଛି। ଗାଁରେ ଥିବା ଦେବି ଦେବତାଙ୍କ ପୂଜା ବିଧି ସଠିକ ରୂପେ ହେଉନଥୁବା ଯୋଗୁଁ ଏଭଳି ଅବସ୍ଥା ଦେଖା ଦେଇଥୁବା କୁହାଯାଉଛି। ଆଜି ଏନେଇଁ ଖଣ୍ଡିଆଗୁଡା ଗ୍ରାମରେ ଏକ ବୈଠକ ଅନୁଷ୍ଠିତ ହୋଇଥୁଲା। ଗାଁ ଖରାପ ହେବା କାରଣରୁ ଏମିତି ଜଣଙ୍କ ପରେ ଜଣେ ମୃତ୍ୟୁବରଣ କରୁଥିବା ବୈଠକରେ ମତ ଉଠିଥିଲା। ଏଣୁ ଜଣେ ଭଲ ଦିଶାରୀ (ପୂଜାରୀ)ଙ୍କୁ ଆଣି ଗାଁରେ ପୂଜାବିଧି କରିବାକୁ ନିଷ୍ପତ୍ତି ହୋଇଥୁବା ଜଣାପଡିଛି। ବେଳ ଥାଉ ଥାଉ ପ୍ରଶାସନ ସକ୍ରିୟ ନହେଲେ ଖଣ୍ଡିଆଗୁଡା ଅନ୍ଧ ବିଶ୍ୱାସ ରେ କଣ କରିବ ଚିନ୍ତା ବିଷୟ। ଉଲ୍ଲେଖଯୋଗ୍ୟ ବିଷୟ ହେଲା ଦେଶୀ ରନ୍ଧା ମଦ ବ୍ୟାପକ ଭାବେ ବିକ୍ରୟ ହେଉଛି ସହଜରେ ତାହା ବିକ୍ରି ପାଇଁ ଅନୁମତି ନାହିଁ ଏଣୁ ତାର ଗୁଣ ଯାଞ୍ଚ ହେଉନି । ବିଶେଷ ଭାବେ କୌଣସି ଗ୍ରାମରେ କାହାର ମୃତ୍ୟୁ ହେଲେ ଜନ ଜାତି ର ଲୋକେ ତିନି ଦିନିଆ ଓ ଦଶା ରେ ସେହି ଦେଶୀ ମଦ ପରିବେଷଣ କରନ୍ତି। ଆହୁରି ଦେଖାଯାଇଛି ତେନ୍ତୁଳି ଖୁଣ୍ଟି ତଥା ଖାତିଗୁଡା ଥାନା ଅଞ୍ଚଳରେ ବିଗତ ଛ ସାତ ମାସରେ କିଡନୀ ଖରାପ ଯୋଗୁଁ 25 ରୁ 38 ବର୍ଷ ର ଯୁବକ ଙ୍କ ମୃତ୍ୟୁ ହୋଇଛି। ଖଣ୍ଡିଆଗୁଡା ର ମୃତ୍ୟୁ ସେହି ଆଡ଼କୁ ସୁଚିତ କରୁଛି। ଆଜି ସ୍ଥାନୀୟ ସରପଞ୍ଚ ସମିତି ସଭ୍ୟା ମଧୁସ୍ମିତା ପାଣିଗ୍ରାହୀ ଓ ପି ଇ ଓ ରୁଦ୍ର ପ୍ରତାପ ଷଡ଼ଙ୍ଗୀ ଗ୍ରାମକୁ ଯାଇ ବୈଠକ କରି ଗ୍ରାମ ବାସୀ ଓ ପିଡ଼ିତ ପରିବାର ସହ ଆଲୋଚନା କରିଥିଲେ। ଏହା ମଦ୍ୟପାନ ଜନିତ ବୋଲି ଗ୍ରାମର ଉକ୍ତ ସାହି ବାସିନ୍ଦା ମତ ଦେଇଥିଲେ। ଆଜି ମୃତକ ପରିବାର କୁ ହରିଶ୍ଚନ୍ଦ୍ର ଯୋଜନରେ ଅର୍ଥ ପ୍ରଦାନ କରିଥିଲେ। ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

ବଡ଼ ଦିନ ଉପଲକ୍ଷେ ଇମାନୁଏଲ୍ ମିନିଷ୍ଟ୍ରୀ ପକ୍ଷରୁ ଅସହାୟ ଙ୍କୁ କମ୍ବଳ ବଣ୍ଟନ

Sunil Chandra Nayak

ଆମ୍ ଆଦମୀ ପାର୍ଟି ର କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ତିଖାଳି ଠାରେ ନୂଆପଡା ଡିଷ୍ଟ୍ରିକ୍ଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ର ଏକ ସାଧାରଣ ବୈଠକ

Sunil Chandra Nayak

Leave a Comment

error: Content is protected !!