ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଆଇନ ବନ୍ଧୁକ କାରଖାନା ଠାବ ,୪ ବନ୍ଧୁକ,୨ ପିସ୍ତଲ ସମେତ ଜବତ ତିଆରି ସାମଗ୍ରୀ ଜବତ 

ବୌଦ୍ଧ 11/10:- ବୌଦ୍ଧ ଜିଲ୍ଲା ମନମୁଣ୍ଡା ପୋଲିସକୁ ମିଳିଛି ବଡ ସଫଳତା । ବେଆଇନ ବନ୍ଧୁକ କାରଖାନା ଠାବ ସହ ୪ ବନ୍ଧୁକ,୨ ପିସ୍ତଲ ସହ ବ୍ୟାପକ ବନ୍ଧୁକ ତିଆରି ସାମଗ୍ରୀ ଜବତ ସହିତ ଜଣକୁ ଗିରଫ କରିଛି । ବୌଦ୍ଧ ଜିଲ୍ଲାର ଉପାନ୍ତ ପଂଚାୟତ କୁହାଯାଉଥିବା ଶଗଡା ଗ୍ରାମପଂଚୟାତର ସିଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖାନା ଠାବ ହୋଇଛି । ଦିର୍ଘ ଦିନରୁ ଏହି ଅଂଚଳରେ ବେଆଇନ ବନ୍ଧୁକ କାରଖାନା ଚାଲି ଆସୁଥିଲେ ହେଁ ସ୍ଥାନୀୟ ପୋଲିସ ପାଖରେ ଏନେଇ କୌଣସି ସୁରାଖ ନଥିଲା । ତେବେ ଏ ନେଇ ବୌଦ୍ଧ ଜିଲ୍ଲାର ସ୍ୱତନ୍ତ୍ର ସ୍କାର୍ଡ ଖବର ପାଇ ଗତକାଲି ବିଳମ୍ବିତ ରାତ୍ରୀରେ ମନମୁଣ୍ଡା ପୋଲିସ ସହ ମିଶି ଚଢାଉ କରିଥିଲା । ଫଳରେ ସାଲେଇପଡାର ଶେଷଦେବ ବିନ୍ଧାଣୀଙ୍କ ଘର ଭିତରେ ଚାଲିଥିବା ବେଆଇନ ବନ୍ଧୁକ କାରଖାନାକୁ ଠାବ କରିଥିଲା । ସେଠାରେ ୪ଗୋଟି ଦେଶୀ ବନ୍ଧୁକ,୨ଗୋଟି ଦେଶୀ ପିସ୍ତଲ ସହ ବ୍ୟାପକ ମାତ୍ରାରେ ବନ୍ଧୁକ ତିଆରି ସାମଗ୍ରୀ ଜବତ କରିଛି । କାଠ ଓ ଲୁହାକୁ ବ୍ୟବହାର କରାଯାଇ ଏସବୁ ବନ୍ଧୁକ ତିଆରି ହେଉଥିବା ଜଣାପଡିଛି । ଏହି ଘଟଣାରେ ଶେଷଦେବ ବିନ୍ଧାଣୀଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ । ତେବେ କେବେଠାରୁ ସାଲେଇପଡାରେ ଏହି ବେଆଇନ ବନ୍ଧୁକ କାରଖନା ଚାଲିଆସୁଥିଲା । ଏହାର ଲିଙ୍କ କେଉଁ ଅଂଚଳ ସହ ରହିଛି ଏବଂ ଆଉ କେଉଁମାନେ ଏହା ସହ ଜଡିତ ଅଛନ୍ତି ସେନେଇ ପୋଲିସର ତଦନ୍ତ ପ୍ରକ୍ରୀୟା ଆରମ୍ଭ ହୋଇଥିବା ବୌଦ୍ଧ ଏସଡିପିଓ ଆନନ୍ଦ ବର୍ଦ୍ଧନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l 

ବୋୖଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଶେଷ ହେଲା ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍ – ସାଢ଼େ ୧୦ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଲା ପ୍ରସ୍ତାବ

Sunil Chandra Nayak

ରାଜ୍ୟ ସ୍ତରରେ ମସଜିଦ ରୁ ଲାଉଡ ସ୍ପିକର ହଟାଓ ଅଭିଜାନ ଆରମ୍ଭ କଲା ଦେବସେନା ସଂଗଠନ

ମଦ ଦୋକାନ ବନ୍ଦ ପାଇଁ ଧାରଣାରେ ବସିଲେ ନାରୀ ମହାସଙ୍ଘ

Sunil Chandra Nayak

Leave a Comment

error: Content is protected !!