ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଡାବୁଗାଁ,୧୧/୧୦ ନବରଙ୍ଗପୁର ଜିଲା ଡାବୁଗାଁ ପୋଲିସ ଦୁଷ୍କର୍ମ ଅଭିଯୋଗରେ ମଲକିଗୁଡା ଗ୍ରାମର ଜଣେ ଯୁବକକୁ ମଙ୍ଗଳବାର ଗିରଫ କରି କୋର୍ଟ ଚାଲାଣ କରିଛି | ସୂଚନାଯୋଗ୍ୟ:- ୫.୧.୨୨ ଦିନ ସନ୍ଧ୍ୟା ୬ ଘ. ସମୟରେ ରାବଣାଗୁଡା ଗ୍ରାମର ୨୨ ବର୍ଷୀୟ ଜଣେ ବିବାହିତ ମହିଳା ଗ୍ରାମ ପାଖ କାରାଗାଁ ଗ୍ରାମକୁ ନିଜ ବନ୍ଧୁ ଘରକୁ ଦିଆଲି ପର୍ବ ରେ ଯୋଗ ଦେବା ପାଇଁ ଯାଉଥିଲା | ସେହି ସମୟରେ କାରାଗାଁ ଗ୍ରାମ ର ଡକରି ଦେଓ ମନ୍ଦିର ପାଖରେ ମଲକିଗୁଡା ଗ୍ରାମର ସିଦ୍ଧାନ୍ତ ହରିଜନ (୨୪) ଆସି ମହିଳାଙ୍କୁ ତାଙ୍କ ନାଁ ପଚାରିଥିଲା | ପରେ ମହିଳା ଙ୍କ ହାତକୁ ଧରି ଟାଣି ଟାଣି ରାସ୍ତା ପାଖ ଜମି ମଧ୍ୟକୁ ନେଇ ପାଟିରେ ହାତ ଦେଇ ତା ସହ ଦୁଷ୍କର୍ମ କରିଥିଲା | ତା ପରଦିନ ମହିଳା ଜଣଙ୍କ ଆସି ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲାକୁ ଭିତ୍ତି କରି ଥାନା କେସ ନଂ ୩/୨୨ ରେ ଏକ ମାମଲା ରୁଜୁ କରି ସବଇନିସ୍ପେକ୍ଟର ମେନକା ଶା ଘଟଣାର ଦଦନ୍ତ କରିଥିଲେ | ସେହି ଦିନ ଠାରୁ ଅଭିଯୁକ୍ତ ସିଦ୍ଧାନ୍ତ ହରିଜନ ଫେରାର ଥିଲା | ସିଦ୍ଧାନ୍ତ ନିଜ ଘରକୁ ଫେରିଥିବା ସୋମବାର ପୋଲିସ ଖବର ପାଇ ତାଙ୍କୁ ଧରି ଥାନାକୁ ଅଣାଯାଇଥିଲା | ପରେ ସିଦ୍ଧାନ୍ତ କୁ ଗିରଫ କରଯାଇଥିଲା | ମଙ୍ଗଳବାର ଅଭିଯୁକ୍ତ ସିଦ୍ଧାନ୍ତକୁ କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି |

ପ୍ରଜ୍ଞାରଞ୍ଜନ ପରିଡା, ଡାବୁଗାଁ

Related posts

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

Sunil Chandra Nayak

ତେଲକୋଇ ଠାରେ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳିତ

Sunil Chandra Nayak

ବିଶୁଦ୍ଧ ପାଣି ଯୋଗାଣ କ୍ଷେତ୍ର ପରିଦର୍ଶନ କରି ସନ୍ତୋଷ ଜାହିର କଲେ ପୌର ଅଧ୍ୟକ୍ଷା

Sunil Chandra Nayak

Leave a Comment

error: Content is protected !!