ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

 ମାନଗୋବିନ୍ଦ ସ୍ବାଇଁ

କାର୍ତ୍ତିକ ସ୍ନାହାନ ମନ୍ଦିର ଦର୍ଶନ
   ପୁଣ୍ୟ ଫଳ ପ୍ରାପ୍ତି ମାସ
ଦାନ ଧର୍ମ କଲେ ପୁଣ୍ୟ ପ୍ରାପ୍ତି ହୁଏ
   ଗ୍ରହ ଦୋଷ ହୁଏ ଶେଷ।
ଭଜନ କୀର୍ତ୍ତନ ହରି ନାମ କଲେ
    ଶୁଦ୍ଧ ପ୍ରାପ୍ତି ମୋ ଜୀବନ
ବେଲ ପତ୍ର ଥଣ୍ଡା ପାଦୁକା ପାଇଲେ
   ପାପ ହୁଏ ମୋ ଉଭାନ।
କିଛି ନ ଗାଇଲେ ଖାଲି ବସି ଶୁଣ
    ମନକୁ କର ପବିତ୍ର
ଶୁଦ୍ଧ ହବ ମନ ଦେହ ପାଗ ସବୁ
   ଯାତ୍ରା ହବ ମୋ ସ୍ବତନ୍ତ୍ର।
ପ୍ରଭୁଙ୍କ ଡାକରା ଗମନ ମଥୁରା
   ଶୁଭ ହବ ମୋ ଯାତ୍ରା
ସଂସାର ଧରିକି ପ୍ରଭୁ ନାମ ସ୍ମରି
    ଯିବି ମୁ ଏବେ ମଥୁରା।
ଚାରି ଧାମ ଯାଇ ଭ୍ରମଣ କରିଲେ
   ଜୀବନର ସୁଖ ଶାନ୍ତି
ଦର୍ଶନ ଜଣାଣ କରୁଥିଲେ ନିତି
    ମିଳିବ ଈଶ୍ୱର ଭକ୍ତି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

କଳାହାଣ୍ଡି ଜିଲ୍ଲା ଅଭିଭାବକ ସମ୍ମିଳନୀ

Sunil Chandra Nayak

ଶକ୍ତିଦା ବିଷୋୟୀ ଙ୍କ କବିତା ଘର ପରିବାର ସରଗପୁର

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍ ଙ୍କ କବିତା/  “ଦାରିଦ୍ର୍ଯ ଭଞ୍ଜନୀ ମାଗୋ କମଳିନୀ” 

Sunil Chandra Nayak

Leave a Comment

error: Content is protected !!