ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – ତେଲ କମ୍ପାନିଙ୍କ କ୍ଷତି ଭରଣା ପାଇଁ ଦିଆଯିବ ୨୨ ହଜାର କୋଟି, ରେଳ କର୍ମଚାରୀଙ୍କ ୭୮ ଦିନର ବୋନସ

ଘରୋଇ ରନ୍ଧନ ଗ୍ୟାସ ବାବଦ କ୍ଷତି ଭରଣା ପାଇଁ ସରକାର ୩ ରାଷ୍ଟ୍ରାୟତ୍ତ ତୈଳ କମ୍ପାନିମାନଙ୍କୁ ୨୨ ହଜାର କୋଟି ପ୍ରଦାନ କରିବେ । ଏହି କମ୍ପାନିମାନେ ହେଲେ ହିନ୍ଦୁସ୍ତାନ ପେଟ୍ରୋଲିୟମ, ଭାରତ ପେଟ୍ରୋଲିୟମ ଓ ଅଏଲ ଇଣ୍ଡିଆ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ଦେଶରେ ନିୟମିତ ଭାବେ ଏଲପିଜି ସିଲିଣ୍ଡରର ଦର ବଢିଚାଲିଥିଲେ ବି ତାହା ଅନ୍ତର୍ଜାତୀୟ ଦରଠାରୁ କମ ରହିଛି । ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ୩୦୦ ପ୍ରତିଶତ ବଢିଛି ବୋଲି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ସେ କହିଛନ୍ତି ଯେ, ରାଷ୍ଟ୍ରାୟତ୍ତ ତୈଳ ମାର୍କେଟିଂ କମ୍ପାନିମାନେ ଜୁନ ୨୦୨୦ରୁ ଜୁନ ୨୦୨୨ ମଧ୍ୟରେ ୨୨ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି ।

କେନ୍ଦ୍ର କ୍ୟାବିନେଟ୍ ରେଳ କର୍ମଚାରୀଙ୍କ ପାଇଁ ଦିପାବଳୀ ବୋନସକୁ ମଂଜୁରୀ ଦେଇଛନ୍ତି । ରେଳ କର୍ମଚାରୀଙ୍କ ପାଇଁ ୭୮ ଦିନର ବୋନସ ଦିଆଯିବ ବୋଲି ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି । ୧୧.୨୭ ଲକ୍ଷ କର୍ମଚାରୀଙ୍କୁ ଏହି ବୋନସ ଦିଆଯିବ ଓ ଏଥିପାଇଁ ରେଳବାଇ ଉପରେ ୧୮୩୨ କୋଟି ଟଙ୍କାର ବ୍ୟୟଭାର ପଡ଼ିବ ।ଅନ୍ୟପକ୍ଷରେ ମଲଟି-ଷ୍ଟେଟ କୋପରେଟିଭ ସୋସାଇଟି ଆଇନ-୨୦୦୨ରେ ସଂଶୋଧନ ବିଲକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି ବୋଲି ଶ୍ରୀ ଠାକୁର ସୂଚନା ଦେଇଛନ୍ତି ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଲାଞ୍ଜିଗଡ଼ ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଅଧ୍ୟକ୍ଷତା ରେ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

କୁନା ସେଠୀ ଙ୍କ କବିତା ସେଥିରେ କି ଲାଭ ଅଛି???

Sunil Chandra Nayak

ମହାଯୋଗୀ ଶ୍ରୀଅରବିନ୍ଦଙ୍କ ୧୫୦ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଜାଗରଣ ଯାତ୍ରା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!