ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆହାରବନ୍ଧ ପଞ୍ଚାୟତରେ ବିଜେଡ଼ିର ଜନସଂପର୍କ ପଦଯାତ୍ରା 

ମୟୂରଭଞ୍ଜ -୧୧/୧୦/୨୨(ମସିହା) ଅକ୍ଟୋବର ୨ ରୁ ମାସାନ୍ତ ପର୍ଯ୍ୟନ୍ତ ଲୋକଙ୍କ ସହ ସଂପର୍କ,ସେବା,ସଚେତନତା ବାର୍ତ୍ତା ପହଞ୍ଚାଇବାକୁ ବିଜେଡ଼ିର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କର୍ମି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମୟୂରଭଞ୍ଜ ଜିଲ୍ଲାର କୁସୁମି ରାଜ୍ୟ ବିଜେଡି ସଂପାଦକ ମହେଶ ହେମ୍ବ୍ରମଙ୍କ ନେତୃତ୍ବରେ କୁସୁମି ବ୍ଳକର ଆହାରଵନ୍ଧ ପଞ୍ଚାୟତର ବଡବନ୍ଧଠାରୁ ଯୋଡାପୋଖରୀ ପର୍ଯ୍ୟନ୍ତ ଜନସଂପର୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପାଧ୍ଯକ୍ଷା କମଳା ତିରିଆ, ବ୍ଳକ ଅଧ୍ୟକ୍ଷା ମାଧେ ପୂର୍ତ୍ତି, ଜିଲ୍ଲା ପରିଷଦ ସଦସ୍ୟ ରାମ ଚନ୍ଦ୍ର ମୁର୍ମୁ,ଧରି ଦାସ,ମୁନା କାରୁଆ, ଗୋବିନ୍ଦ ଭଇ,ରାଜା ଭାଇ,କବିଙ୍କୁ ସାହୁ, ନବୀନ ଦାସ,ଅଜୁ ସାହୁ,ବଡ଼ ବାବୁ ମୁନା ବାରିକ,ଅଶ୍ବିନୀ ବେହେରା ସହିତ ବହୁ ଦଳୀୟ କର୍ମି ଯୁବ,ଛାତ୍ର,ମହିଳା,କୃଷକ,ଖଟିଖିଆ ପ୍ରମୁଖ ସାମିଲ ହୋଇ ପଦଯାତ୍ରା ,ସେବା ଯାତ୍ରା,ସଚେତନତା ଯାତ୍ରାକୁ ସଫଳ କରାଇଥିଲେ । ଘରକୁ ଘର ବୋଲି ଲୋକଙ୍କ ହାଲଚାଲ ସମସ୍ୟା ବୁଝୁଥିଲେ ।ତାହା ସହିତ ନବିନ ସରକାରଙ୍କ ସମସ୍ତ ଯୋଜନା ଏନ୍ତୁଡିଶାଳରୁ ମଶାଣି ପର୍ଯ୍ୟନ୍ତ ସମସ୍ତ ଯୋଜନାକୁ ଅବଗତ କରାଇଥିଲେ ।କାର୍ଯ୍ୟକ୍ରମକୁ ସଫଳ କରାଇଥିବାରୁ ମହେଶ ହେମ୍ବ୍ରମ ସମସ୍ତଙ୍କୁ କୃତଜ୍ଞତା ଜଣାଇଥିଲେ ।

   ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ସସ୍ମିତା ପଣ୍ଡା ଙ୍କ ସ୍ତୁତି ଭକ୍ତି ନୈବେଦ୍ୟ

Sunil Chandra Nayak

ଭବାନୀପାଟଣା ସ୍ଥିତ କମ୍ପୋଷ୍ଟ କେନ୍ଦ୍ର ଦୁର୍ଗନ୍ଧମୟ, ହସ୍ତସନ୍ତ ପଡାବାସିନ୍ଦା

Sunil Chandra Nayak

କଲାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଦେଲେ ମତଦାନ

Sunil Chandra Nayak

Leave a Comment

error: Content is protected !!