ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଢେଙ୍କାନାଳ ପଲ୍ଲିଶ୍ରୀ ମେଳାରେ ଷ୍ଟେଟ୍ ବ୍ୟାଙ୍କ୍ ମୋବାଇଲ ଏଟିଏମ

ଢେଙ୍କାନାଳ: (ମ ନି ସ) ୧୨/୧୦_ଗଜଲକ୍ଷ୍ମୀ ପୂଜା ଅବସରରେ ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଓ ଓରମାସ୍ ଦ୍ବାରା ପଲ୍ଲିଶ୍ରୀ ମେଳା ୨୦୨୨ ଆୟୋଜିତ ହେଉଛି। ଏହା ଅକ୍ଟୋବର ୧୦ ରୁ ୧୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଲ୍ଲିଶ୍ରୀ ମେଳାଠାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ତରଫରୁ ମୋବାଇଲ ଏଟିଏମ ସହ ଏକ ବ୍ଯାଙ୍କର ବିଭିନ୍ନ ଯୋଜନାର ପ୍ରଚାର ଓ ପ୍ରସାର ପାଇଁ ଏକ କାଉଣ୍ଟର ମଧ୍ଯ ଖୋଲାଯାଇଛି। ଏଠାରେ ଗ୍ରାହକମାନଙ୍କ ଖୁଚୁରା ପଇସା ବଦଳାଇବା ବ୍ଯବସ୍ଥା ମଧ୍ଯ କରାଯାଇଛି।ପ୍ରଥମ ଦିନ ଉନ୍ମୋଚନ ଅବସରରେ ଢେଙ୍କାନାଳ ମୁଖ୍ଯ ଶାଖାର ମୁଖ୍ଯ ପ୍ରବନ୍ଧକ ମୀନକେତନ ବାରଲେବଡ଼ିଆ, ଢେଙ୍କାନାଳ ବଜାର ଶାଖାର ଶାଖା ପ୍ରବନ୍ଧକ ବିଶ୍ବରଞ୍ଜନ ମହାପାତ୍ର ଓ ଫିଲ୍ଡ୍ ଅଫିସର୍ ଝରଣା ମହାନ୍ତି ଉପସ୍ଥିତ ଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଆଜାଦି କା ଅମୃତ ମହୋତ୍ସବ ପାଇଁ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ବାଇକ ରେଲି ସଚେତନତା

Sunil Chandra Nayak

ତିନି ବର୍ଷରେ ଓଡ଼ିଶାରୁ ସେନାରେ ଭର୍ତ୍ତି ହୋଇଛନ୍ତି ୨୨୬୬

Sunil Chandra Nayak

ଜିଲ୍ଲାପାଳ ଙ୍କ ଅଧ୍ୟକ୍ଷତା ରେ ଜିଲାସ୍ତରୀୟ ନୋଡାଲ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!